Advertisment

ଆଇପିଏଲ୍ ପାଇଁ ବଳି ପଡ଼ିଲା ରଣଜୀ ଟ୍ରଫି! ଘୋଷଣା ହେଲା ତାରିଖ

ମୁମ୍ବାଇ: ଗୋଟିଏ ସିଜନରେ ବ୍ରେକ୍ ପରେ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ରୁ ୧୫ ତାରିଖ ଯାଏ ଖେଳାଯିବ। ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ’ ୩୦ ତାରିଖରୁ ଜୁନ୍ ୨୬ ତାରିଖ ଯାଏ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହ ରାଜ୍ୟ ସଂଘଗୁଡ଼ିକୁ ଏହାର ସୂଚନା ଦେଇଛନ୍ତି। ଶାହ ସୂଚନା ଦେଇଛନ୍ତି ଯେ, ଚଳିତ […]

ଅଦ୍ୟତନ ହୋଇଛି
ଆଇପିଏଲ୍ ପାଇଁ ବଳି ପଡ଼ିଲା ରଣଜୀ ଟ୍ରଫି! ଘୋଷଣା ହେଲା ତାରିଖ

bcci-and-ranji-

Advertisment

ମୁମ୍ବାଇ: ଗୋଟିଏ ସିଜନରେ ବ୍ରେକ୍ ପରେ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ରୁ ୧୫ ତାରିଖ ଯାଏ ଖେଳାଯିବ। ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ’ ୩୦ ତାରିଖରୁ ଜୁନ୍ ୨୬ ତାରିଖ ଯାଏ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହ ରାଜ୍ୟ ସଂଘଗୁଡ଼ିକୁ ଏହାର ସୂଚନା ଦେଇଛନ୍ତି।

Advertisment

ଶାହ ସୂଚନା ଦେଇଛନ୍ତି ଯେ, ଚଳିତ ସିଜନରେ ମୋଟ ୩୮ ଟିମକୁ ୯ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଆଇପିଏଲ୍ ପୂର୍ବରୁ ଲିଗ୍ ପର୍ଯ୍ୟାୟ ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ତାରିଖ ଯାଏ ଖେଳାଯିବ। ଏଥିରେ ମୋଟ ୫୭ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପରେ ନକଆଉଟ୍ ଷ୍ଟେଜ୍ ଆଇପିଏଲ୍ ପରେ ଅର୍ଥାତ୍ ମେ’ ୩୦ରୁ ଜୁନ୍ ୨୬ ତାରିଖ ଯାଏ ଖେଳାଯିବ। ନକଆଉଟରେ ମୋଟି ୭ଟି ମ୍ୟାଚ୍ ହେବ। ତେବେ ଆଇପିଏଲକୁ ଦୃଷ୍ଟିରେ ରଖି ଏଥରର ରଣଜୀ ସିଜନକୁ ଛୋଟ କରିଦିଆଯାଇଛି। ଅର୍ଥାତ୍ ପୂର୍ବ ସଂସ୍କରଣ ତୁଳନାରେ ଯେଉଁଟି ଗୋଟିଏ ଟିମକୁ ସର୍ବାଧିକ ୭ରୁ୮ ଖେଳିବାକୁ ପଡ଼ୁଥିଲା, ଏଥର ପ୍ରତି ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ମାତ୍ର ୩ଟି ଲେଖାଏ ମ୍ୟାଚ୍ ଖେଳିବେ।

ଟୁର୍ଣ୍ଣାମେଣ୍ଟ ପାଇଁ ୮ଟି ଏଲିଟ୍ ଓ ଗୋଟିଏ ପ୍ଲେଟ୍ ଗ୍ରୁପ୍ କରାଯାଇଛି। ପ୍ରତି ଏଲିଟ୍ ଗ୍ରୁପରେ ୪ଟି ଲେଖାଏ ଟିମ୍ ଏବଂ ପ୍ଲେଟ୍ ଗ୍ରୁପରେ ୬ଟି ଟିମ୍ ରହିବେ। ଏଲିଟ୍ ଗ୍ରୁପରେ ପ୍ରତି ଟିମ୍ ପରସ୍ପରକୁ ଥରେ ଲେଖାଏ ଭେଟିବେ। ଅର୍ଥାତ୍ ପ୍ରତି ଟିମ୍ ଗ୍ରୁପରେ ୩ଟି ମ୍ୟାଚ୍ ଖେଳିବେ। ଅନ୍ୟପକ୍ଷରେ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ୁଥିବା ଟିମଗୁଡ଼ିକ ବର୍ଦ୍ଧିତ ମ୍ୟାଚ୍ ପ୍ରାପ୍ୟରୁ ଅଧିକ ଲାଭବାନ ହେବେ ନାହିଁ। ସେହିପରି ପ୍ଲେଟ୍ ଟିମ୍ ଗୁଡ଼ିକ ଗ୍ରୁପରେ ତିନୋଟି ଟିମ ବିରୋଧରେ ମ୍ୟାଚ୍ ଖେଳିବେ। ଏଲିଟ୍ ଗ୍ରୁପରୁ (ଗୋଟିଏ ଟିମକୁ ଛାଡ଼ି) ଗୋଟିଏ ଲେଖାଏ ଟିମ୍ କ୍ୱାର୍ଟର୍ ଫାଇନାଲକୁ କ୍ୱାଲିଫାଏ କରିବେ। ତେବେ ୮ଟି ଟିମ୍ ମଧ୍ୟରୁ ସବୁଠାରୁ କମ୍ ପଏଣ୍ଟ ପାଇଥିବା ଟିମ୍ ପ୍ଲେଟ୍ ଗ୍ରୁପର ଟପ୍ପର ସହ ପ୍ରି-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଖେଳିବ।

Advertisment

Ranji Trophy 2022 groups: : r/Cricket

୬୨ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଏଲିଟ୍ ଗ୍ରୁପ୍ ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ ଚେନ୍ନାଇ, ଥିରୁବନନ୍ତପୁରମ, କଟକ, ଦିଲ୍ଲୀ, ହରିୟାଣା, ଅହମଦାବାଦ, ଗୌହାଟୀ ଓ ରାଜକୋଟରେ ଖେଳାଯିବ। ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ ଗୁଡ଼ିକ କୋଲକାତାରେ ଅନୁଷ୍ଠିତ ହେବ। ମୁମ୍ବାଇ ଡିଫେଣ୍ଡିଂ ଚାମ୍ପିୟନ୍ ସୌରାଷ୍ଟ୍ର ସହ ଗ୍ରୁପ୍-ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓଡ଼ିଶା ଓ ଗୋଆ ମଧ୍ୟ ସ୍ଥାନ ପାଇଛନ୍ତି।

ପୂର୍ବରୁ ରଣଜୀ ଟ୍ରଫିର ସିଜନ୍ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଥିଲା। ଗତବର୍ଷ ମଧ୍ୟ କରୋନା କାରଣରୁ ରଣଜୀ ଟ୍ରଫିର ଆୟୋଜନ ହୋଇପାରି ନଥିଲା। ୨୦୧୯-୨୦ରେ ଆୟୋଜିତ ହୋଇଥିବା ଶେଷ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ଚାମ୍ପିୟନ୍ ହୋଇଥିଲା। ଫାଇନାଲ୍ ମୁକାବିଲାରେ ଏହି ଟିମ୍ ବେଙ୍ଗଲ ବିପକ୍ଷରେ ଡ୍ର’ ଖେଳିଥିଲା। କିନ୍ତୁ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ଟିମକୁ ବିଜେତା ଘୋଷଣା କରାଯାଇଥିଲା।

ରଣଜୀ ଟ୍ରଫିର ଗ୍ରୁପ୍
ଏଲିଟ୍-ଏ: ଗୁଜରାଟ, ମଧ୍ୟ ପ୍ରଦେଶ, କେରଳ, ମେଘାଳୟ (ଭେନ୍ୟୁ- ରାଜକୋଟ୍)
ଏଲିଟ୍-ବି: ବେଙ୍ଗଲ, ବରୋଦା, ହାଇଦ୍ରାବାଦ, ହାଇଦ୍ରାବାଦ ଚଣ୍ଡିଗଡ଼ (ଭେନ୍ୟୁ- କଟକ)
ଏଲିଟ୍-ସି: କର୍ଣ୍ଣାଟକା, ଜମ୍ମୁ ଓ କଶ୍ମୀର, ରେଲୱେ, ପଣ୍ଡିଚେରୀ (ଭେନ୍ୟୁ- ଚେନ୍ନାଇ)
ଏଲିଟ୍-ଡି: ସୌରାଷ୍ଟ୍ର, ମୁମ୍ବାଇ, ଓଡ଼ିଶା, ଗୋଆ (ଭେନ୍ୟୁ- ଅହମଦାବାଦ)
ଏଲିଟ୍-ଇ: ଆନ୍ଧ୍ର, ରାଜସ୍ଥାନ, ସର୍ଭିସେସ୍, ଉତ୍ତରାଖଣ୍ଡ (ଭେନ୍ୟୁ- ତ୍ରିଭେନ୍ଦ୍ରମ)
ଏଲିଟ୍-ଏଫ୍: ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ତ୍ରିପୁରା (ଭେନ୍ୟୁ-ଦିଲ୍ଲୀ)
ଏଲିଟ୍-ଜି: ବିଦର୍ଭ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆସାମ (ଭେନ୍ୟୁ- ହରିୟାଣା)
ଏଲିଟ୍-ଏଚ୍: ତାମିଲନାଡୁ, ଦିଲ୍ଲୀ, ଝାଡ଼ଖଣ୍ଡ, ଛତିଶଗଡ଼ (ଭେନ୍ୟୁ- ଗୌହାଟୀ)
ପ୍ଲେଟ୍ ଗ୍ରୁପ୍: ବିହାର, ନାଗାଲାଣ୍ଡ, ସିକ୍କିମ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ (ଭେନ୍ୟୁ- କୋଲକାତା)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe