Advertisment

ଭୟଭୀତ ହେଲେ କ୍ରିକେଟର୍ ରାଶିଦ୍ ଖାନ୍, ଗୋଟିଏ ଶବ୍ଦରେ ଟ୍ୱିଟ୍ କଲେ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ନିଜ କବଜାରେ କରିନେଇଛି। ପରିସ୍ଥିତି ଅଣାୟତ ହେବା ଦେଖି ଲୋକେ ନିଜକୁ ଘରେ କଏଦ କରି ରଖିଛନ୍ତି। ଚାରିଆଡ଼େ ଭୟାବହ ପରିସ୍ଥିତି। ଏଭଳି ସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ରାଶିଦ୍ ଖାନ୍ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନର କ୍ୟାପଟେନ୍ ତଥା ସ୍ପିନର ରାଶିଦ୍ ଖାନ୍ ନିଜ ଦେଶର ପରିସ୍ଥିତିକୁ ଦେଖି ଟ୍ୱିଟରରେ ଗୋଟିଏ ଶବ୍ଦ ଲେଖିଛନ୍ତି, ତାହା ହେଉଛି ‘ଶାନ୍ତି’। ଏହାସହ ସେ ନିଜ ଦେଶର ଜାତୀୟ […]

ଭୟଭୀତ ହେଲେ କ୍ରିକେଟର୍ ରାଶିଦ୍ ଖାନ୍, ଗୋଟିଏ ଶବ୍ଦରେ ଟ୍ୱିଟ୍ କଲେ

rashid-khan

Advertisment

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ନିଜ କବଜାରେ କରିନେଇଛି। ପରିସ୍ଥିତି ଅଣାୟତ ହେବା ଦେଖି ଲୋକେ ନିଜକୁ ଘରେ କଏଦ କରି ରଖିଛନ୍ତି। ଚାରିଆଡ଼େ ଭୟାବହ ପରିସ୍ଥିତି। ଏଭଳି ସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ରାଶିଦ୍ ଖାନ୍ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନର କ୍ୟାପଟେନ୍ ତଥା ସ୍ପିନର ରାଶିଦ୍ ଖାନ୍ ନିଜ ଦେଶର ପରିସ୍ଥିତିକୁ ଦେଖି ଟ୍ୱିଟରରେ ଗୋଟିଏ ଶବ୍ଦ ଲେଖିଛନ୍ତି, ତାହା ହେଉଛି ‘ଶାନ୍ତି’। ଏହାସହ ସେ ନିଜ ଦେଶର ଜାତୀୟ ଧ୍ୱଜା ମଧ୍ୟ ପୋଷ୍ଟ କରିଛନ୍ତି।

Advertisment

ଏହା ପୂର୍ବରୁ ରାଶିଦ୍ ଅଗଷ୍ଟ ୧୦ ତାରିଖରେ ଆଫଗାନିସ୍ତାନରେ ବଢ଼ୁଥିବା ନରସଂହାରକୁ ଦୃଷ୍ଟିରେ ରଖି ଟ୍ୱିଟର୍ ଜରିଆରେ ଦୁନିଆର ବଡ଼ ବଡ଼ ନେତାଙ୍କୁ ଆଫଗାନିସ୍ତାନ ଲୋକଙ୍କୁ ବଞ୍ଚାଇବା ପାଇଁ ଅପିଲ୍ କରିଥିଲେ। ଦୁନିଆର ଅନ୍ୟତମ ଷ୍ଟାର୍ ସ୍ପିନର୍ ରାଶିଦ୍ ଖାନ୍ ଟ୍ୱିଟ୍ କରିଥିଲେ ଯେ, ସମଗ୍ର ଦୁନିଆର ପ୍ରିୟ ନେତା। ମୋ ଦେଶ ସଂକଟରେ ଅଛି। ପ୍ରତିଦିନ ମହିଳା ଓ ଶିଶୁମାନଙ୍କ ସମେତ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି। ଲୋକଙ୍କର ଘରବାଡ଼ି ଓ ସମ୍ପତ୍ତିକୁ ନଷ୍ଟ କରିଦିଆଯାଉଛି। ଲୋକେ ନିଜ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସଂକଟ ସମୟରେ ଆମକୁ ଏକୁଟିଆ ଛାଡ଼ ନାହିଁ। ଆଫଗାନିସ୍ତାନ ଓ ଏଠାକାର ଲୋକଙ୍କୁ ବର୍ବାଦ ହେବାରୁ ରକ୍ଷା କର। ଆମକୁ ଶାନ୍ତି ଦରକାର।

https://twitter.com/rashidkhan_19/status/1426857949012582400?s=20

https://twitter.com/rashidkhan_19/status/1425057234300641317?s=20

ଆଫଗାନିସ୍ତାନରେ ବର୍ତ୍ତମାନ ଯେଉଁଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି, ତାକୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ କେଭିନ୍ ପିଟରସନ୍ ପ୍ରତିକ୍ରିୟା ଦେଇଛନ୍ତି। ପିଟରସନ୍ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ରାଶିଦ୍ ଖାନ୍ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ନିଜ ପରିବାରକୁ ଦେଶ ବାହାରକୁ ବାହାର କରିପାରୁନାହାନ୍ତି।

Advertisment

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି। ଏବେ ରାଶିଦ୍ ଖାନ୍ ୟୁକେରେ ଅଛନ୍ତି, ଯେଉଁଠାରେ ସେ ଦି ହଣ୍ଡ୍ରେଡର ଉଦଘାଟନୀ ସମାରୋହରେ ଭାଗ ନେଉଛନ୍ତି। ରାଶିଦ୍ ଖାନ୍ ଦି ହଣ୍ଡ୍ରେଡରେ ଟ୍ରେଣ୍ଟ ରକେଟ୍ସର ପ୍ରତିନିଧିତ୍ୱ କରୁଛନ୍ତି। ଅଲରାଉଣ୍ଡର ମହମ୍ମଦ ନବି ମଧ୍ୟ ଏହି ଲିଗରେ ଭାଗ ନେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe