Advertisment

Rashid Khan: ଇତିହାସ ରଚିଲେ ରାଶିଦ ଖାନ, ବିଶ୍ୱର ପ୍ରଥମ ବୋଲର ଭାବେ ହାସଲ କଲେ ଏହି ସଫଳତା

ୟୁଏଇ ବିପକ୍ଷ ମ୍ୟାଚ୍‌ର ୧୬ତମ ଓଭରରେ ରାଶିଦ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଶିଦ ଖାନଙ୍କ ବଲକୁ ୟୁଏଇ ମହମ୍ମଦ ଅର୍ଫାନ ରିଭର୍ସ ସୁଇପ ପ୍ରୟାସ କରିବାକୁ ଯାଇ ହିଟ ୱିକେଟ ହେବା କ୍ଷଣି ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।

Rashid-Khan

ରାଶିଦ ଖାନ

Advertisment

ଆଫଗାନିସ୍ତାନର ଟି-୨୦ କ୍ୟାପ୍ଟେନ ରାଶିଦ ଖାନ(Rashid Khan) ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ କ୍ରିକେଟରେ ବିଶ୍ୱର ପ୍ରଥମ ବୋଲର ଭାବେ ୭୦୦ ୱିକେଟ ନିଜ ନାଁରେ କରିଛନ୍ତି। ଆଜି ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଦମଦାର ଢଙ୍ଗରେ ୟୁଏଇକୁ ହରାଇଥିବା ବେଳେ ରାଶିଦ ନିଜର ନାଁରେ ଏହି କୀର୍ତ୍ତିମାନକୁ ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। 

Advertisment

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ୟୁଏଇ ବିପକ୍ଷ ମ୍ୟାଚ୍‌ର ୧୬ତମ ଓଭରରେ ରାଶିଦ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଶିଦ ଖାନଙ୍କ ବଲକୁ ୟୁଏଇ ମହମ୍ମଦ ଅର୍ଫାନ ରିଭର୍ସ ସୁଇପ ପ୍ରୟାସ କରିବାକୁ ଯାଇ ହିଟ ୱିକେଟ ହେବା କ୍ଷଣି ନୂଆ ରେକର୍ଡ ସୃଷ୍ଟି ହୋଇଥିଲା। ଏହି ସଫଳତା ପରେ ରାଶିଦ ବିଶ୍ୱର ପ୍ରଥମ ବୋଲର ଭାବେ ଟି-୨୦ କ୍ରିକେଟରେ ୭୦୦ ୱିକେଟ ଦଖଲ କରିପାରିଛନ୍ତି।

ଅର୍ଫାନ ୨ଟି ବଲ ସାମ୍ନା କରି ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ରାଶିଦ ୪ ଓଭରରେ ୨୪ ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଛନ୍ତି। ଏଥିଯୋଗୁ ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୦ ରନ କରିଥିଲା। ଏହା ଆଫଗାନିସ୍ତାନ ୪ ବଲ ପୂର୍ବରୁ ୫ ୱିକେଟ ହରାଇ ହାସଲ କରି ନେଇଛି। ଏହା ଚଳିତ ବିଶ୍ୱକପରେ ଆଫଗାନିସ୍ତାନର ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ।

Advertisment

ରାଶିଦ ଏଯାଏ ୫୧୩ଟି ଇନିଂସରେ ୭୦୦ ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି। ତାଙ୍କ ଆଭରେଜ ୧୮.୫୧ ରହିଥିବା ବେଳେ ଇକୋନୋମୀ ୬.୫୯ ରହିଛି। ଟି-୨୦ରେ ରାଶିଦ ଖାନ ୪ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି।

୨୭ ବର୍ଷୀୟ ରାଶିଦ ଟି-୨୦ରେ ସର୍ବାଧିକ ୱିକେଟ ନେଇଥିବା ବେଳେ ତାଙ୍କର ବହୁ ପଛରେ ଡ୍ୱେନ ବ୍ରାଭୋ ରହିଛନ୍ତି। ସେ ଟି-୨୦ କ୍ରିକେଟରେ ୬୩୧ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ବ୍ରାଭୋ ଆଉ ଟି-୨୦ ଖେଳୁ ନାହାନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଟି-୨୦ ଖେଳୁଥିବା ସୁନିଲ ନାରିନ ସକ୍ରିୟ ଖେଳାଳି ଭାବେ ୬୧୩ ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। 

ଟି-୨୦ ଅନ୍ତର୍ଜାତୀୟ ୱିକେଟ ସଂଖ୍ୟାକୁ ବିଚାରକୁ ନେଲେ ବି ରାଶିଦ ୧ନଂରେ ରହିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ରାଶିଦଙ୍କ ୱିକେଟ ସଂଖ୍ୟା ୧୯୧ ରହିଛି। ତାଙ୍କ ପଛରୁ ନ୍ୟୁଜିଲ୍ୟାଣ୍ଡର ଅବସରପ୍ରାପ୍ତ ଦ୍ରୁତ ବୋଲିର ଟିମ ସାଉଦି(୧୬୪) ରହିଛନ୍ତି। ଏବେ ବି ଖେଳ ଜାରି ରଖିଥିବା ନ୍ୟୁଜିଲ୍ୟାଣ୍ଡର ଈଶ ଶୋଢ଼ି ୧୬୨ ୱିକେଟ ସହ ମୋଟ ଉପରେ ତୃତୀୟ ସ୍ଥାନରେ ଅଛନ୍ତି। 

Rashid Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe