Advertisment

କ୍ୟାଚ୍ ଛାଡ଼ିବାରୁ ସାଥୀ ଖେଳାଳିଙ୍କୁ ଚାପୁଡ଼ା ମାରିଲେ ବୋଲର, ଦେଖନ୍ତୁ ଭିଡିଓ

ଇସାଲାମାବାଦ: କ୍ରିକେଟ ମ୍ୟାଚରେ ବେଳେବେଳେ ଖେଳାଳିଙ୍କ ହାତରୁ କ୍ୟାଚ୍ ଖସୁଥିବା ଆପଣ ଦେଖିଥିବେ। ଏଥିପାଇଁ ବୋଲରମାନେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରନ୍ତି। ହେଲେ ବୋଲର କେବେ କ୍ୟାଚ୍ ଛାଡ଼ିବା ପାଇଁ ସାଥୀ ଖେଳାଳିଙ୍କ ଉପରେ ହାତ ଉଠାଇବା ଘଟଣା ଆପଣ ଦେଖି ନଥିଲେ। ହେଲେ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ରେ ଏପରି ଘଟଣା ଘଟିଛି। ଲାହୋର କଲନ୍ଦର୍ସର ଦ୍ରୁତ ବୋଲର ହାରିଶ ରୌଫ କ୍ୟାଚ୍‌ ଛାଡ଼ିବା ପାଇଁ ତାଙ୍କ ସାଥୀ ଖେଳାଳି କମରାନ ଗୁଲାମଙ୍କୁ ଶକ୍ତ […]

ଅଦ୍ୟତନ ହୋଇଛି
କ୍ୟାଚ୍ ଛାଡ଼ିବାରୁ ସାଥୀ ଖେଳାଳିଙ୍କୁ ଚାପୁଡ଼ା ମାରିଲେ ବୋଲର, ଦେଖନ୍ତୁ ଭିଡିଓ

haris-rauf

Advertisment

ଇସାଲାମାବାଦ: କ୍ରିକେଟ ମ୍ୟାଚରେ ବେଳେବେଳେ ଖେଳାଳିଙ୍କ ହାତରୁ କ୍ୟାଚ୍ ଖସୁଥିବା ଆପଣ ଦେଖିଥିବେ। ଏଥିପାଇଁ ବୋଲରମାନେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରନ୍ତି। ହେଲେ ବୋଲର କେବେ କ୍ୟାଚ୍ ଛାଡ଼ିବା ପାଇଁ ସାଥୀ ଖେଳାଳିଙ୍କ ଉପରେ ହାତ ଉଠାଇବା ଘଟଣା ଆପଣ ଦେଖି ନଥିଲେ।

Advertisment

ହେଲେ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ରେ ଏପରି ଘଟଣା ଘଟିଛି। ଲାହୋର କଲନ୍ଦର୍ସର ଦ୍ରୁତ ବୋଲର ହାରିଶ ରୌଫ କ୍ୟାଚ୍‌ ଛାଡ଼ିବା ପାଇଁ ତାଙ୍କ ସାଥୀ ଖେଳାଳି କମରାନ ଗୁଲାମଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି। ପେଶୱାର ଜାଲମି ବିରୋଧ ମ୍ୟାଚ୍‌ରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାରାଲ ହେବାରେ ଲାଗିଛି।

ମ୍ୟାଚ୍‌ର ଦ୍ୱିତୀୟ ଓଭର୍‌ରେ ରୌଫ ପେଶୱାର ଜାଲମିର ମହମ୍ମଦ ହାରିଶଙ୍କୁ ଆଉଟ କରି ଦେଇଥିଲେ। ରୌଫ ୱେକଟ ନେଇଥିବାରୁ ସବୁ ଖେଳାଳି ତାଙ୍କ ପାଖକୁ ହାତ ମିଳାଇବା ପାଇଁ ଆସିଥିଲେ। ଗୁଲାମ ମଧ୍ୟ ତାଙ୍କ ପାଖକୁ ଆସି ହାତ ମିଳାଇଥିଲେ। ହେଲେ ଏହାପୂର୍ବ ବଲରେ ସେ କ୍ୟାଚ୍‌ ଛାଡ଼ିଥିବାରୁ ରୌଫ ଅତ୍ୟନ୍ତ ରାଗି ଯାଇ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

Advertisment

ଅବଶ୍ୟ ଏହାକୁ ସ୍ମିତ ହାସ୍ୟ ଦେଇ ଗୁଲାମ ହାଲୁକା କରିବାକୁ ଚେଷ୍ଟା କରିଥିଲେ। ହେଲେ ଭିଡିଓ ଦେଖିଲେ ହାରିଶ ଆଦୌ ଥଟ୍ଟାରେ ଚାପୁଡ଼ା ମାରି ନଥିବା ସ୍ପଷ୍ଟ ଜଣାପଡ଼ୁଛି। ମହମ୍ମଦ ହାରିଶଙ୍କ ୱିକେଟ ନେବା ପୂର୍ବରୁ ସେହି ଓଭର୍‌ରେ ହଜରତୁଲ୍ଲା ଜଜାଇଙ୍କ କ୍ୟାଚ୍‌ ମଧ୍ୟ ଉଠିଥିଲା। ହେଲେ ଏହାକୁ ଗୁଲାମ ହାତ ଛଡ଼ା କରିଥିଲେ। କ୍ୟାଚ୍‌ ଛାଡ଼ିବାରୁ ରୌଫ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ। ଏହାପରେ ହିଁ ସେ ଗୁଲାମଙ୍କୁ ପାଖରେ ପାଇ ଚାପୁଡ଼ା ମାରିଥିଲେ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବା ପରେ ଫ୍ୟାନମାନେ ରୌଫଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।


ମ୍ୟାଚ୍‌ କଥା ବିଚାରକୁ ନେଲେ ଲାହୋର ଜାଲମି ସୁପର ଓଭର୍‌ରେ ଲାହୋର କଲନ୍ଦର୍ସକୁ ପରାସ୍ତ କରିଥିଲା। ପ୍ରଥମେ ଦୁଇ ଦଳ ସମାନ ୧୫୮ ରନ୍‌ ଲେଖାଏ କରିଥିଲେ। ଏହାପରେ ଲାହୋର ସୁପର ଓଭର୍‌ରେ ୫ ରନ୍‌ କରିପାରି ଥିଲା। ଏହାର ଜବାବରେ ପେଶୱାର ପକ୍ଷରୁ ଭେଟରାନ ସୋଏବ ମାଲିକ ଲଗାତର ୨ଟି ଚୌକା ମାରି ଦଳକୁ ବିଜୟୀ କରିଥିଲେ।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe