Advertisment

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ବିସ୍ଫୋରକ ଆରମ୍ଭ

ପ୍ରଥମ ଟି-୨୦ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅ଼ଷ୍ଟ୍ରେଲିଆ ବିସ୍ଫୋରକ ଆରମ୍ଭ କରିଛି।

AUS

AUS

Advertisment

ଦିନିକିଆ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଓ ରନର୍ସ ଅପ ଭାରତ ମଧ୍ୟରେ ଆଜି ଠାରୁ ଟି-୨୦ ସିରିଜ ଆରମ୍ଭ ହୋଇଛି। ବିଶାଖାପଟନମରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅ଼ଷ୍ଟ୍ରେଲିଆ ବିସ୍ଫୋରକ ଆରମ୍ଭ କରିଛି। ଦଳର ଦୁଇ ଓପନର ଷ୍ଟିଭ ସ୍ମିଥ ଓ ମାଥ୍ୟୁ ଶର୍ଟ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

Advertisment

ପ୍ରଥମ ୱିକେଟ ପାଇଁ ୪ ଓଭର ସୁଦ୍ଧା ୩୦ ରନ ମଧ୍ୟ ଯୋଡ଼ି ନେଇଥିଲେ। ଏହି ସମୟରେ ୫ମ ଓଭର ବୋଲିଂ କରୁଥିବା ସ୍ପିନର ରବି ବିଷ୍ଣୋଇ ୧୩ ରନ କରିଥିବା ଶର୍ଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ୩୦ ରନରେ ଦଳ ପ୍ରଥମ ୱିକେଟ ହରାଇଥିଲେ ମଧ୍ୟ ସ୍ମିଥ ଓ ୩ନଂରେ ଆସିଥିବା ଜୋଶ ଇଙ୍ଗଲିସ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି। ବିଶେଷ କରି ଇଙ୍ଗଲିସଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳୁଛି। ପ୍ରସିଦ୍ଧ କ୍ରିଷ୍ଣା ଭାରତ ପାଇଁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ଓଭରରେ ୧୩ ରନ ଦେଇଥିବା ପ୍ରସିଦ୍ଧ ଦ୍ୱିତୀୟ ଓଭରରେ ୧୯ ରନ ଖର୍ଚ୍ଚ କରିଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୯ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୭୫ ରନ କରି ନେଇଛି। ସ୍ମିଥ ୨୩ ବଲରେ ୨୩ ଓ ଇଙ୍ଗଲିସ ୨୦ ବଲରେ ୩୭ ରନ କରିଛନ୍ତି। 

Advertisment

ଭାରତ ଆଜି ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ମୈଦାନକୁ ଓହ୍ଲାଇବ। ସ୍ପିନ ବାହୀନର ମଙ୍ଗ ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ସମ୍ଭାଳିବେ। ଏହାର ଅର୍ଥ ୱାଶିଂଟନ ସୁନ୍ଦର ଆଜିର ମ୍ୟାଚ ଖେଳୁ ନାହାନ୍ତି।

ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ ଅପ୍‌ରେ ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା ଓ ରିଙ୍କୁ ସିଂହ ରହିଛନ୍ତି। ତିଲକ ଓ ରିଙ୍କୁ ବୋଲିଂ କରିବାକୁ ମଧ୍ୟ ସକ୍ଷମ।

Bcci India Vs Australia ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe