Advertisment

ଆଇସିସି ରାଙ୍କିଙ୍ଗ: ରବି ବିଷ୍ଣୋଇଙ୍କୁ ବଡ଼ ସଫଳତା, ମିଳିଲା ୧ନମ୍ବର ସ୍ଥାନ

ରବି ବିଷ୍ଣୋଇଙ୍କ ଏହି ସଫଳତା ପରେ ଆଇସିସି ରାଙ୍କିଙ୍ଗରେ ଭାରତର ଆଧିପତ୍ୟ ବଢ଼ିଛି।

ଅଦ୍ୟତନ ହୋଇଛି
Ravi Bishnoi

Ravi Bishnoi

Advertisment

ଭାରତର ଯୁବ ଲେଗ୍-ସ୍ପିନର ରବି ବିଷ୍ଣୋଇଙ୍କୁ ମିଳିଛି ବଡ଼ ସଫଳତା। ଆଇସିସି ଟିଟ୍ୱେଣ୍ଟି ବୋଲିଂରେ ରାଙ୍କିଙ୍ଗରେ ୧ନମ୍ବର ସ୍ଥାନକୁ ସେ ଉନ୍ନୀତ ହୋଇଛନ୍ତି। ଆଫଗାନିସ୍ତାନର ରାଶିଦ ଖାନଙ୍କୁ ହଟାଇ ସେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି।

Advertisment

୬୯୯ ପଏଣ୍ଟ ସହିତ ରବି ବିଷ୍ଣୋଇ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ରାଶିଦ ଖାନ ୬୯୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌ ପରେ ରବି ବିଷ୍ଣୋଇଙ୍କୁ ଏହି ସଫଳତା ମିଳିଛି। ସେ ଏହି ସିରିଜ୍‌ରେ ୫ଟି ମ୍ୟାଚ୍‌ରୁ ୯ଟି ୱିକେଟ୍ ନେଇଥିଲେ। ଏହା ପରେ ସେ ସିଧା ୫ଟି ସ୍ଥାନ ଉପରକୁ ଉଠି ୧ ନମ୍ବର ସ୍ଥାନ ଦଖଲ କରିଛନ୍ତି।

ସଦ୍ୟ ପ୍ରକାଶିତ ଆଇସିସି ଟିଟ୍ୱେଣ୍ଟି ବୋଲିଂ ରାଙ୍କିଙ୍ଗରେ ପ୍ରଥମ ୧୦ଟି ସ୍ଥାନରେ ରବି ବିଷ୍ଣୋଇଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ନାହାନ୍ତି। ଏକାଦଶତମ ବା ୧୧ ନମ୍ବରରେ ରହିଛନ୍ତି ଅକ୍ଷର ପଟେଲ। ସେ ୭ଟି ସ୍ଥାନ ଉପରକୁ ଉଠି ଏହି ନମ୍ବରରେ ପହଞ୍ଚିଛନ୍ତି।

Advertisment

ରବି ବିଷ୍ଣୋଇଙ୍କ ଏହି ସଫଳତା ପରେ ଆଇସିସି ରାଙ୍କିଙ୍ଗରେ ଭାରତର ଆଧିପତ୍ୟ ବଢ଼ିଛି। ଆଇସିସି ରାଙ୍କିଙ୍ଗର ବିଭିନ୍ନ ବର୍ଗ ମଧ୍ୟରୁ ୮ଟିରେ ଭାରତ ଅବା ଭାରତୀୟ ଖେଳାଳିମାନେ ୧ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି।

ଟିମ୍ ଇଣ୍ଡିଆ ଏବେ ତିନିଟି ଯାକ ଫର୍ମାଟରେ ଏକ ନମ୍ବର ଦଳ ହୋଇ ରହିଛି। ଆଇସିସି ଟିଟ୍ୱେଣ୍ଟି ବ୍ୟାଟିଂ ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ଯାଦବ ନମ୍ବର ୧ ସ୍ଥାନ ବଜାୟ ରଖିଛନ୍ତି। ଦିନିକିଆରେ ବ୍ୟାଟିଂରେ ଶୁବମନ ଗିଲ ୧ ନମ୍ବର ସ୍ଥାନରେ ଅଛନ୍ତି। ଟେଷ୍ଟ ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ ୮୭୯ ପଏଣ୍ଟ ସହିତ ୧ ନମ୍ବର ସ୍ଥାନରେ ଅଛନ୍ତି। ଟେଷ୍ଟ ଅଲରାଉଣ୍ଡ ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ୧ ନମ୍ବର ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe