Advertisment

କମାଲ କଲେ ରବି ବିଷ୍ଣୋଇ, ୧୧୫ରେ ଅଟକିଲା ଜିମ୍ବାୱେ

ରବି ବିଷ୍ଣୋଇ ୪ ଓଭରେ ମାତ୍ର ୧୩ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। ଏଥିରେ ଦୁଇଟି ମେଡେନ ଓଭର ମଧ୍ୟ ରହିଛି।

Ravi

Ravi

Advertisment

ସିନୟର ଟିମ ଟି-୨୦ ବିଶ୍ୱକପ ଜିତି ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଭାରତର ଯୁବ ବାହିନୀ ମଧ୍ୟ କମାଲ କରିଛନ୍ତି। ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ବୋଲିଂରେ କମାଲ କରିଛି। ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଟିମ ପାଇଁ ରବି ବିଷ୍ଣୋଇ ନିଜର ଦମ ଦେଖାଇଛନ୍ତି।

Advertisment

ସେ ୪ ଓଭରେ ମାତ୍ର ୧୩ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। ଏଥିରେ ଦୁଇଟି ମେଡେନ ଓଭର ମଧ୍ୟ ରହିଛି। ଲେଗ ସ୍ପିନର ବିଷ୍ଣୋଇଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଘରୋଇ ଟିମ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିଛି। ଏବେ ଗିଲ୍‌ଙ୍କ ନେତୃତ୍ୱରେ ଭାରତକୁ ପ୍ରଥମ ଟି-୨୦ ଜିତିବାକୁ ମାତ୍ର ୧୧୬ ରନର ଟାର୍ଗେଟ ମିଳିଛି।

ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ଟସ୍‌ ହାରି ଯାଇଥିଲେ। ଗିଲ ତାଙ୍କ ପ୍ରଥମ କ୍ୟାପ୍ଟେନ୍ସିରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ହିଁ ଜିମ୍ବାୱେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଇନୋସେଣ୍ଟ କାଇଆ ଦ୍ରୁତ ବୋଲର ମୁକେଶ କୁମାରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

Advertisment

ତେବେ ଦ୍ୱିତୀୟ ୱିକେଟ ପାଇ ବ୍ରାଏନ ବେନେଟ(୨୩) ଓ ୱେସ୍‌ଲେ ମାଧେଭେରେ(୨୧) ୩୪ ରନ ଯୋଡ଼ିଥିଲେ। କିନ୍ତୁ ରବି ବିଷ୍ଣୋଇ ଏମାନଙ୍କୁ ଆଉଟ କରି ଜିମ୍ବାୱେର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଏହାପରେ ଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲେ। ବିଷ୍ଣୋଇଙ୍କ ସହ ତାଳ ଦେଇ ୱାଶିଂଟନ ସୁନ୍ଦର ମଧ୍ୟ ନିଜର ଦମ ଦେଖାଇଥିଲେ। ଅଧିନାୟକ ସିକନ୍ଦର ରାଜା(୧୭) ଓ ଡିଅନ ମେୟର୍ସ(୨୩) କିଛି ସମୟ ପାଇଁ ଲଢ଼ିଥିଲେ ହେଁ କିଛି ବି ଲାଭ ହୋଇ ନଥିଲା। ଉଭୟଙ୍କ ୱିକେଟ ଯଥାକ୍ରମେ ଆବେଶ ଖାନ ଓ ୱାଶିଂଟନ ସୁନ୍ଦର ନେଇଥିଲେ।

ଏହାପରେ ଜୋନାଥନ କାମ୍ପବେଲ ପ୍ରଥମ ବଲରେ ରନ ଆଉଟ ହୋଇଥିଲେ। ୱେଲିଂଟନ ମାସାକାଜା(୦)ଙ୍କୁ ଧ୍ରୁବ ଜୁରେଲଙ୍କ ହାତରେ ୱାଶିଂଟନ ଷ୍ଟମ୍ପିଂ କରାଇ ଦେଇଥିଲେ। ଲୁକେ ଜୋଙ୍ଗ‌ୱେ(୧) ଓ ବ୍ଲେସିଂ ମୁଜାରାବାନି(୦)ଙ୍କୁ ବିଷ୍ଣୋଇ ଆଉଟ କରି ଜିମ୍ବାୱେକୁ ୯ମ ଝଟକା ଦେଇଥିଲେ।

କ୍ଲାଇଭ୍‌ ମାଦାଣ୍ଡେ ଶେଷ ଯାଏ ଅପରାଜିତ ରହି ୨୯ ରନ କରିବାରୁ ଜିମ୍ବାୱେ ୯ ୱିକେଟ ହରାଇ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା। ତଣ୍ଡୋଇ ଚତାରା ୯ ବଲର ସମ୍ମୁଖୀନ ହୋଇଥିଲେ ହେଁ କୌଣସି ରନ କରି ନାହାନ୍ତି।

ଭାରତ ପକ୍ଷରୁ ବିଷ୍ଣୋଇ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ୱାଶିଂଟନ ୨ଟି, ଆବେଶ ଖାନ ଓ ମୁକେଶ କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଏକମାତ୍ର ବୋଲର ଭାବେ ଖଲୀନ ଅହମଦ ୱିକେଟ ପାଇ ନାହାନ୍ତି। ଅଭିଷେକ ଶର୍ମା ୨ ଓଭର ବୋଲିଂ କରି ୧୭ ରନ ଦେଇଛନ୍ତି।

T20 Match T20 Cricket INDVsZIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe