Advertisment

କୋହଲିଙ୍କୁ ସମର୍ଥନ କଲେ; ସଚିନ ଓ ଗାଙ୍ଗୁଲିଙ୍କୁ ନେଇ ବଡ଼ କଥା କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ବିରାଟ କୋହଲି କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରଠାରୁ ବିଭିନ୍ନ ଚର୍ଚ୍ଚା ହେଉଛି। କେହି କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠାଇଥିବା କିଛି ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। କୋହଲି ଦ୍ୱିପାକ୍ଷିକ ସିରିଜରେ ତ ଭାରତକୁ ବିପୁଳ ସଫଳତା ଦେଇଛନ୍ତି, କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ତାଙ୍କ ନେତୃତ୍ୱରେ ଭାରତ ଗୋଟିଏ ବି ଟ୍ରଫି ଜିତିପାରିନାହାନ୍ତି। ଯାହାକୁ ନେଇ ତାଙ୍କୁ ବିଭିନ୍ନ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ହେଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ […]

କୋହଲିଙ୍କୁ ସମର୍ଥନ କଲେ; ସଚିନ ଓ ଗାଙ୍ଗୁଲିଙ୍କୁ ନେଇ ବଡ଼ କଥା କହିଲେ ଶାସ୍ତ୍ରୀ

ravi-shastri-and-kohli

Advertisment

ନୂଆଦିଲ୍ଲୀ: ବିରାଟ କୋହଲି କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରଠାରୁ ବିଭିନ୍ନ ଚର୍ଚ୍ଚା ହେଉଛି। କେହି କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠାଇଥିବା କିଛି ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। କୋହଲି ଦ୍ୱିପାକ୍ଷିକ ସିରିଜରେ ତ ଭାରତକୁ ବିପୁଳ ସଫଳତା ଦେଇଛନ୍ତି, କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ତାଙ୍କ ନେତୃତ୍ୱରେ ଭାରତ ଗୋଟିଏ ବି ଟ୍ରଫି ଜିତିପାରିନାହାନ୍ତି। ଯାହାକୁ ନେଇ ତାଙ୍କୁ ବିଭିନ୍ନ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ହେଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପୂର୍ବଭଳି ବିରାଟ୍ କୋହଲିଙ୍କୁ ପୁଣିଥରେ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଶାସ୍ତ୍ରୀ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟରଙ୍କୁ ନେଇ ମଧ୍ୟ ବଡ଼ ମନ୍ତବ୍ୟ ଦେଇଛନ୍ତି।

Advertisment

ଶାସ୍ତ୍ରୀ କହିଛନ୍ତି, ଟିମ୍ ଇଣ୍ଡିଆର କିଛି ବଡ଼ ଓ ସିନିୟର ଖେଳାଳି ବିଶ୍ୱକପ୍ ଜିତିନାହାନ୍ତି। ସୌରଭ ଗାଙ୍ଗୁଲି, ରାହୁଲ୍ ଦ୍ରାବିଡ, ଭିଭିଏସ୍ ଲକ୍ଷ୍ମଣ, ଅନୀଲ କୁମ୍ବଲେ ଓ ରୋହିତ୍ ଶର୍ମାଙ୍କ ଭଳି ବଡ଼ ଖେଳାଳି ବିଶ୍ୱକପ୍ ଜିତିପାରିନାହାନ୍ତି। ଏହାର ଅର୍ଥ ନୁହେଁ ଯେ ସେମାନେ ଖରାପ ଖେଳାଳି। ତା' ଛଡ଼ା ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱକପ୍ ଜିତିବା ପାଇଁ ୬ ବିଶ୍ୱକପ୍ ଖେଳିବାକୁ ପଡ଼ିଥିଲା। ତେଣୁ ଏହାର ଅର୍ଥ ନୁହେଁ ଯେ ଏମାନେ ଭଲ ଖେଳାଳି ନୁହନ୍ତି।

https://twitter.com/ANI/status/1485837000758673410?s=20

ଓମାନରେ ଚାଲିଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ପାଇଁ ଓମାନରେ ଥିବା ଶାସ୍ତ୍ରୀ କହିଛନ୍ତି, ଟିମ୍ ଇଣ୍ଡିଆ ପାଖରେ ଏପର୍ଯ୍ୟନ୍ତ କେବଳ ୨ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଅଛନ୍ତି। ଜଣେ ଖେଳାଳି ସର୍ବଦା ବିଜୟ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇଥାଏ। ଆଉ ବିଶ୍ୱକପ୍ ଜିତିବା ଆଧାରରେ ଖେଳାଳିଙ୍କୁ କେବେବି ଜଜ୍ କରାଯାଇପାରିବ ନାହିଁ। ଜଣେ ଖେଳାଳି ଭାବେ ଆପଣଙ୍କର କ୍ରିକେଟ୍ କ୍ୟାରିୟର କିଭଳି ରହିଛି, ଆପଣଙ୍କ କ୍ୟାରିୟର କେତେ ଲମ୍ବା ରହିଛି ଏବଂ ନିଜେ କେତେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛ, ତାକୁ ନେଇ ଜଜ୍ କରାଯିବା ଦରକାର ବୋଲି ଶାସ୍ତ୍ରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ପୂର୍ବତନ କୋଚ୍ ଶାସ୍ତ୍ରୀ ଗତବର୍ଷ ଟି-୨୦ ବିଶ୍ୱକପ୍ ପରେ ନିଜ ପଦ ଛାଡ଼ିଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ବିଦେଶରେ ଜବରଦସ୍ତ ପ୍ରଦର୍ଶନ କରିଛି। ଟିମ୍ ଅଷ୍ଟ୍ରେଲିଆରେ ଦୁଇଥର ଟେଷ୍ଟ ସିରିଜ୍ ଜିତିଛି। କୋହଲି ଏବଂ ଶାସ୍ତ୍ରୀଙ୍କ ଯୋଡ଼ି ସୁପରହିଟ୍ ସାବ୍ୟସ୍ତ ହୋଇଛି। କିନ୍ତୁ କ୍ୟାପଟେନ୍ ଭାବେ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିପାରିନାହାନ୍ତି।

କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୭ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍, ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ ଏବଂ ୨୦୨୧ ଟି-୨୦ ବିଶ୍ୱକପର ଗ୍ରୁପ୍ ରାଉଣ୍ଡରୁ ବିଦାୟ ନେଇଥିଲା। ଏହି ତିନୋଟି ଟୁର୍ଣ୍ଣାମେଣ୍ଟରେ ଟିମ୍ ମ୍ୟାନେଜମେଣ୍ଟ ଓ ନିର୍ଣ୍ଣାୟକ ମୋଡରେ କ୍ୟାପଟେନଙ୍କ ନିଷ୍ପତ୍ତିକୁ ଟିମ୍ ଇଣ୍ଡିଆର ପରାଜୟର କାରଣ ବୋଲି କୁହାଯାଉଛି। ଆଉ ଏଭଳି ସ୍ଥିତିରେ ରବି ଶାସ୍ତ୍ରୀ କ୍ୟାପଟେନ୍ ସହ ନିଜକୁ ମଧ୍ୟ ଡିଫେଣ୍ଡ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe