Advertisment

WTCରେ ଅଶ୍ଵିନ ୧ ନଂ, ଭାଙ୍ଗିଲେ ନାଥନ ଲିଅନଙ୍କ ରେକର୍ଡ

ବିଶ୍ଵ ଟେଷ୍ଟ ଚାମ୍ପିୟନଶପରେ ନୂଆ ରେକର୍ଡ କରିଛନ୍ତି ଭାରତର ଷ୍ଟାର୍ ବୋଲର୍ ରବିଚନ୍ଦ୍ରନ ଅଶ୍ଵିନ।

author-image
Ordigital Desk
Ravichandran Ashwin

Ravichandran Ashwin

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଆରମ୍ଭରୁ ଚମକିଲେ ରବିଚନ୍ଦ୍ରନ ଅଶ୍ଵିନ। ପ୍ରଥମରୁ ଭାରତକୁ ଦୁଇଟି ଶୀଘ୍ର ୱିକେଟ ଦେଇ ବିଶ୍ଵ ଟେଷ୍ଟ ଚାମ୍ପିୟନଶପରେ ନୂଆ ରେକର୍ଡ କରିଛନ୍ତି ଅଶ୍ଵିନ। ବିଶ୍ଵ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ (୧୮୮) ୱିକେଟ ନେବାର ରେକର୍ଡ କରିଛନ୍ତି ଅଶ୍ଵିନ।

Advertisment

ଆଜି ମ୍ୟାଚ୍ ଆରମ୍ଭରୁ ଟସ୍ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଂ କରୁଛି ନ୍ୟୁଜିଲ୍ୟାଣ୍ଡ। ତେବେ ଆରମ୍ଭରୁ ଅଧିନାୟକ ଟମ ଲାଥମଙ୍କ ୱିକେଟ ଭ୍ରମଣକାରୀ ଦଳକୁ ପ୍ରଥମ ଝଟକା ଦେଇଥିଲା। ନିଜର ପ୍ରଥମ ଓଭରରେ ହିଁ ଭାରତକୁ ଏହି ସଫଳତା ଦେଇଥିଲେ ଅଭିଜ୍ଞ ସ୍ପିନର ଅଶ୍ଵିନ। କେବଳ ୧୫ ରନ୍ କରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଲାଥମ ପାଭିଲିୟନ ଫେରିଥିଲେ।

ଏହି ୱିକେଟ୍ ସହ ଅଶ୍ଵିନ ବିଶ୍ଵ ଟେଷ୍ଟ ଚାମ୍ପିୟନଶିପରେ ୧୮୭ ୱିକେଟ ଦଖଲ କରି ଅଷ୍ଟ୍ରେଲିୟାର ଷ୍ଟାର୍ ସ୍ପିନର ନାଥନ ଲିଅନଙ୍କ ସମକକ୍ଷ ହୋଇଛନ୍ତି। ଏହା ପରେ, ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ୱିଲ ୟଙ୍ଗ ୧୮ ରନ୍ କରି ଥିବାବେଳେ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇ ନାଥାନ୍ ଲିଅନଙ୍କ ସର୍ବାଧିକ WTC ୱିକେଟ ରେକର୍ଡକୁ ଭାଙ୍ଗିଛନ୍ତି ଅଶ୍ୱିନ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଇତିହାସରେ ବର୍ତ୍ତମାନ ଅଶ୍ଵିନ ସର୍ବାଧିକ ୧୮୮ ୱିକେଟ ନେବାରେ ପ୍ରଥମ ସ୍ଥାନରେ ଅଛନ୍ତି।

Advertisment

ପ୍ରକାଶ ଥାଉକି, ଦ୍ଵିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଏହାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଦ୍ରୁତ ବୋଲର ମ୍ୟାଟ ହେନେରୀଙ୍କ ସ୍ଥାନରେ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କୁ ଟିମରେ ଅନ୍ତର୍ଭୁକ୍ତ କରିଛି ଦଳ। ଅନ୍ୟପଟ ଭାରତୀଯ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି। ମହମ୍ମଦ ସିରାଜ, କେ.ଏଲ୍ ରାହୁଲ ଏବଂ କୁଲଦୀପ ଯାଦବଙ୍କ ସ୍ଥାନରେ ଆକାଶ ଦୀପ, ୱାଶିଂଟନ୍ ସୁନ୍ଦର ଏବଂ ଶୁଭମନ ଗିଲ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।

Cricket Ravichandran Ashwin WTC Sports WTC Record WTC Wicket Record