Advertisment

ବିଶ୍ୱକପ ସ୍କ୍ୱାଡରେ ରବିଚନ୍ଦ୍ରନ ଅଶ୍ୱିନ

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଶ୍ୱିନଙ୍କୁ ସାମିଲ କରାଯାଇଥିଲା। ସେ ୨ଟି ମ୍ୟାଚ୍‌ ଖେଳି ୪ ୱିକେଟ ନେଇଥିଲେ।

author-image
Hemant Lenka
Ravichandran Ashwin

Ravichandran Ashwin

ଟିମ ଇଣ୍ଡିଆର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ଭାରତୀୟ ସ୍କ୍ୱାଡରେ ସୁଯୋଗ ମିଳିଛି।

Advertisment

ଅକ୍ଷର ଏସିଆ କପରେ ଆହତ ହୋଇଥିଲେ। ଆଶା କରାଯାଉଥିଲା ସେ ବିଶ୍ୱକପର ଚୂଡ଼ାନ୍ତ ସ୍କ୍ୱାଡ ଘୋଷଣା ହେବା ପୂର୍ବରୁ ସେ ଫିଟ ହୋଇଯିବ। କିନ୍ତୁ ସେ ଫିଟ ହୋଇନାହାନ୍ତି। ତେଣୁ ତାଙ୍କ ବଦଳରେ ଅଶ୍ୱିନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ବିସିସିଆଇ ଏସିଆ କପ ବେଳେ ବିଶ୍ୱକପ ପାଇଁ ସ୍କ୍ୱାଡ ଘୋଷଣା କରିଥିଲେ। ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ଅଶ୍ୱିନ ନଥିଲେ। ଅକ୍ଷର ଏସିଆ କପର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହେବାରୁ ଟିମ ଇଣ୍ଡିଆର ଚିନ୍ତା ବଢ଼ିଥିଲା।

Advertisment

୨୮ ତାରିଖ ଅର୍ଥାତ ଆଜି ସୁଦ୍ଧା ବିଶ୍ୱକପ ପାଇଁ ଚୂଡ଼ାନ୍ତ ତାଲିକା ମଧ୍ୟ ଘୋଷଣା କରିବାର ଥିଲା। ଶେଷରେ ଟିମ ମ୍ୟାନେଜମେଣ୍ଟ ଅଭିଜ୍ଞ ଅଶ୍ୱିନଙ୍କ ସହ ବିଶ୍ୱକପ ଖେଳିବାକୁ ନିଷ୍ପତ୍ତି ନେଇଛି।

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଶ୍ୱିନଙ୍କୁ ସାମିଲ କରାଯାଇଥିଲା। ସେ ୨ଟି ମ୍ୟାଚ୍‌ ଖେଳି ୪ ୱିକେଟ ନେଇଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ବିଶ୍ୱକପ ଟିକେଟ ମିଳିଛି। ଏବେ ସେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ବିଶ୍ୱକପରେ ଟିମ ଇଣ୍ଡିଆର ସ୍ପିନ ବୋଲିଂ ମଙ୍ଗ ସମ୍ଭାଳିବେ।

ଅଶ୍ୱିନ ବ୍ୟକ୍ତିଗତ ଭାବେ ତୃତୀୟ ବିଶ୍ୱକପ ଖେଳିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ୨୦୧୧ ଓ ୨୦୧୫ ଦିନିକିଆ ବିଶ୍ୱକପ ଖେଳିଥିଲେ।

ଭାରତର ବିଶ୍ୱକପ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଈଶାନ କିଶନ, ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କେଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।

Ravichandran Ashwin ICC Men’s Cricket World Cup 2023 ICC World Cup 2023