ଅଶ୍ୱିନ୍ ଦ୍ୱିତୀୟ, ମୟଙ୍କଙ୍କୁ ବିପୁଳ ଫାଇଦା

ଦୁବାଇ: ମୁମ୍ବାଇରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବୃହତ ବ୍ୟବଧାନରେ ବିଜୟ ପରେ ମୟଙ୍କ ଅଗ୍ରୱାଲ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସମେତ ଭାରତୀୟ ଖେଳାଳିଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ଭାରତର ଭେଟେରାନ୍ ଅଫ୍ ସ୍ପିନର୍ ଅଶ୍ୱିନ୍ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ପ୍ରଥମ ଇନିଂସରେ ୧୫୦ ରନ୍ ଓ ଦ୍ୱିତୀୟ ଇନିଂସରେ ୬୨ ରନର ଇନିଂସ୍ ଖେଳିଥିବା ମୟଙ୍କ ବ୍ୟାଟିଂ ରାଙ୍କିଙ୍ଗରେ ଏକାଥରକେ ୩୦ଟି ସ୍ଥାନ […]

ashwin-and-mayanka

ashwin-and-mayanka

Ranjit Kumar Jena
  • Published: Wednesday, 08 December 2021
  • Updated: 08 December 2021, 07:12 PM IST

Sports

Latest News

ଦୁବାଇ: ମୁମ୍ବାଇରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବୃହତ ବ୍ୟବଧାନରେ ବିଜୟ ପରେ ମୟଙ୍କ ଅଗ୍ରୱାଲ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସମେତ ଭାରତୀୟ ଖେଳାଳିଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ଭାରତର ଭେଟେରାନ୍ ଅଫ୍ ସ୍ପିନର୍ ଅଶ୍ୱିନ୍ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ପ୍ରଥମ ଇନିଂସରେ ୧୫୦ ରନ୍ ଓ ଦ୍ୱିତୀୟ ଇନିଂସରେ ୬୨ ରନର ଇନିଂସ୍ ଖେଳିଥିବା ମୟଙ୍କ ବ୍ୟାଟିଂ ରାଙ୍କିଙ୍ଗରେ ଏକାଥରକେ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି। ମୟଙ୍କ ବର୍ତ୍ତମାନ ଏକାଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ବୋଲିଂରେ ଅଭିଜ୍ଞ ଅଶ୍ୱିନ୍ ଓ ଏକ ନମ୍ବର ସ୍ଥାନରେ ଥିବା ପ୍ୟାଟ୍ କମିନ୍ସଙ୍କ ମଧ୍ୟ ବ୍ୟବଧାନ ବହୁତ କମ୍ ରହିଛି। କମିନ୍ସ ୯୦୮ ରେଟିଂ ପଏଣ୍ଟ ସହ ପ୍ରଥମ ଓ ଅଶ୍ୱିନ୍ ୮୮୩ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି। ମୁମ୍ବାଇ ଟେଷ୍ଟରେ ୮ ୱିକେଟ୍ ନେଇଥିବା ଅଶ୍ୱିନ ୪୩ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଏବେ ଅଶ୍ୱିନ୍ ତୃତୀୟ ସ୍ଥାନରେ ଥିବା ଜୋଶ ହେଜଲଉଡଙ୍କ ଠାରୁ ୬୭ ପଏଣ୍ଟ ଆଗରେ ଅଛନ୍ତି। ସେହିପରି ଅଶ୍ୱିନ୍ ଅଲରାଉଣ୍ଡର ତାଲିକାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବେଳେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ତୃତୀୟକୁ ଉଠିଛନ୍ତି ଏବଂ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ଶୀର୍ଷ ସ୍ଥାନରେ ରହିଛନ୍ତି।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରେକର୍ଡ ୧୦ଟି ଯାକ ୱିକେଟ୍ ନେଇଥିବା ମୁମ୍ବାଇ ଜନ୍ମିତ ଏଜାଜ ପଟେଲଙ୍କୁ ମଧ୍ୟ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ମ୍ୟାଚରେ ମୋଟ ୧୪ ୱିକେଟ୍ ନେଇଥିବା ଏଜାଜ୍ ୨୩ଟି ସ୍ଥାନ ଉଠି ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ୨୧ଟି ସ୍ଥାନ ଉଠି ୪୫ତମ, ପେସ୍ ବୋଲର ମହମ୍ମଦ ସିରାଜ୍ ୪ଟି ସ୍ଥାନ ଉଠି ୪୧ତମ ସ୍ଥାନରେ ପହଞ୍ଚିଛନ୍ତି।

ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଭାରତର ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ନିଜ ନିଜ ସ୍ଥାନରେ ସ୍ଥିର ରହିଛନ୍ତି। ରୋହିତ୍ ପଞ୍ଚମ ଓ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି। ରୋହିତ୍ ମୁମ୍ବାଇ ଟେଷ୍ଟ ଖେଳିନଥିବା ବେଳେ କୋହଲି ଉକ୍ତ ମ୍ୟାଚରେ ଶୂନ ଓ ୩୬ ରନର ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos