Advertisment

୧୦୦ତମ ଟେଷ୍ଟରେ ଅଶ୍ୱିନଙ୍କୁ ୯ ୱିକେଟ: ମୁରଲୀଙ୍କ ସମକକ୍ଷ ହେଲେ, ୱାର୍ଣ୍ଣଙ୍କୁ ଟପିଲେ

୧୦୦ତମ ଟେଷ୍ଟରେ ସର୍ବାଧିକ ୱିକେଟ ନେବା ଘଟଣାରେ ଅଶ୍ୱିନ କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନଙ୍କ ସମକକ୍ଷ ହୋଇଯାଇଛନ୍ତି।

author-image
Hemant Lenka
ashwin

ashwin

ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୧୦୦ତମ ଟେଷ୍ଟରେ ୯ ୱିକେଟ ଦଖଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇ ଇତିହାସ ରଚିଛନ୍ତି।

Advertisment

୧୦୦ତମ ଟେଷ୍ଟରେ ସର୍ବାଧିକ ୱିକେଟ ନେବା ଘଟଣାରେ ଅଶ୍ୱିନ କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନଙ୍କ ସମକକ୍ଷ ହୋଇଯାଇଛନ୍ତି। ଅଶ୍ୱିନଙ୍କ ଭଳି ମୁରଲୀ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟରେ ୯ଟି ସଫଳତା ପାଇଥିଲେ। ଏହି ତାଲିକାର ତୃତୀୟ ସ୍ଥାନରେ ଶେନ ୱାର୍ଣ୍ଣା(୮ ୱିକେଟ) ରହିଛନ୍ତି।

ଅଶ୍ୱିନ ଧର୍ମଶାଳାର ଉଭୟ ଇନିଂସରେ ଦମଦାର ପ୍ରଦର୍ଶନ କରିଛନ୍ତି। କୁଲଦୀପ ଯାଦବ ଓ ଅଶ୍ୱିନଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ମାତ୍ର ୨୧୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ୪୭୭ ରନ କରିଥିଲା। ତୃତୀୟ ଦିନ ଆରମ୍ଭରୁ ଭାରତ ଅଲଆଉଟ ହୋଇଯିବାରୁ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା। 

Advertisment

କିନ୍ତୁ ଇନିଂସ ଆରମ୍ଭରୁ ହିଁ ଅଶ୍ୱିନ ନିଜର ଯାଦୁ ଦେଖାଇଥିଲେ। ପ୍ରଥମେ ସେ ବେନ ଡକେଟ, ପରେ ଜ୍ୟାକ କ୍ରାଉଲୀ ଓ ଓଲି ପପଙ୍କୁ ଆଉଟ କରିଥିଲେ। ଠିକ ଲଞ୍ଚ ପୂର୍ବରୁ ବେନ ଷ୍ଟୋକ୍ସ ତାଙ୍କର ଶିକାର ବନିଥିଲେ। ଶେଷରେ ବେନ ଫୋକ୍ସଙ୍କୁ ଆଉଟ କରି ଅଶ୍ୱିନ ୫ ୱିକେଟ ସଫଳତା ପାଇଥିଲେ। ସେ ୩୬ଥର ପାଇଁ ତାଙ୍କ ଟେଷ୍ଟ କ୍ୟାରିୟରରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି।

୧୦୦ତମ ଟେଷ୍ଟରେ ୫ଟି ୱିକେଟ ନେବାରେ ଅଶ୍ୱିନ ଦ୍ୱିତୀୟ ଭାରତୀୟ। ଅନୀଲ କୁମ୍ବଲେ ମଧ୍ୟ ଏପରି ସଫଳତା ପାଇଥିଲେ। ତେବେ ଅନୀଲ କୁମ୍ବଲେଙ୍କୁ ଅଶ୍ୱିନ ସର୍ବାଧିକ ୫ ୱିକେଟ ନେବା ତାଲିକାରେ ଅତିକ୍ରମ କରି ଯାଇଛନ୍ତି।

Ravichandran Ashwin Test Cricket Test Match