Advertisment

ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଲେ ଅଶ୍ୱିନ, ଏହି ରେକର୍ଡର ଅଧିକାରୀ ହେଲେ

ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
ashwin

ashwin

ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗୋଟିଏ ୱିକେଟ ନେଇଥିଲେ ହେଁ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏବେ ଏସିଆ ମହାଦେଶରେ ସର୍ବାଧିକ ୱିକେଟ ଦଖଲ କରିଥିବା ଭାରତୀୟ ହୋଇଯାଇଛନ୍ତି।

Advertisment

ଶୁକ୍ରବାର ସେ କାନପୁରରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ୪୨୦ ୱିକେଟ ଦଖଲ କରିବା ପରେ ସେ ଭାରତର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି। କୁମ୍ବଲେ ଏସିଆ ମହାଦେଶରେ  ୪୧୯ଟି ୱିକେଟ ନେଇ ଭାରତୀୟଙ୍କ ମଧ୍ୟରେ ୧ନଂ ସ୍ଥାନରେ ରହିଥିଲେ।

ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟର ଅତୁଳନୀୟ। ସେ ଏଯାଏ ୧୦୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୨୩ଟି ୱିକେଟ ନେଇଛନ୍ତି। ଏସିଆରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର। ବର୍ତ୍ତମାନ ସେ ଏସିଆ ମହାଦେଶ ୪୦୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ବିରଳ କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି।

Advertisment

ତେବେ ଏସିଆ ମହାଦେଶରେ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ ରହିଛନ୍ତି। ସେ ଟେଷ୍ଟ କ୍ରିକେଟରେ ମୋଟ ୮୦୦ ୱିକେଟ ନେଇଥିବା ବେଳେ କେବଳ ଏସିଆରେ ଏହି ସଂଖ୍ୟା ୬୧୨ ରହିଛି। ତାଙ୍କ ପରେ ଏସିଆରେ ୪୦୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ଦୁଇ ଖେଳାଳି ହେଲେ ଅଶ୍ୱିନ ଓ ଅନୀଲ କୁମ୍ବଲେ।

ଏସିଆରେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ମୁରଲୀଧରନ ୧ନଂରେ ଥିବା ବେଳେ ଦ୍ୱିତୀୟରେ ଅଶ୍ୱିନ ଓ ତୃତୀୟରେ କୁମ୍ବଲେ ରହିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ଥିବା ଅନ୍ୟତମ ଶ୍ରୀଲଙ୍କା କ୍ରିକେଟର ରଙ୍ଗନା ହେରାଥଙ୍କ ୱିକେଟ ସଂଖ୍ୟା ୩୫୪। ତାଙ୍କ ପଛକୁ ହରଭଜନ ସିଂହ ରହିଛନ୍ତି। ସେ ଏସିଆରେ ୩୦୦ ୱିକେଟ ଦଖଲ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏସିଆରେ ସର୍ବାଧିକ ୱିକେଟ ନେଇଥିବା ୫ ଜଣ ଯାକ ସ୍ପିନ ବୋଲର। ସେମାନଙ୍କ ମଧ୍ୟରୁ ୪ ଜଣ ଅବସର ନେଇ ସାରିଛନ୍ତି। କିନ୍ତୁ ୩୮ ବର୍ଷୀୟ ଅଶ୍ୱିନ ଏବେ ବି ଟେଷ୍ଟ ଖେଳିବା ଜାରି ରଖିଛନ୍ତି।

Ravichandran Ashwin Anil Kumble Test Cricket Test Match