Advertisment

ମ୍ୟାଚ ପରେ ଆର୍ ଅଶ୍ୱିନଙ୍କ ଟ୍ୱିଟ୍, 'ମୁଁ ଘରକୁ ଫେରି ଯାଉଛି'

ଚେନ୍ନାଇ: ଅଧାରୁ ଆଇପିଏଲ୍ ଛାଡ଼ି ଘର ମୁହାଁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପୀନର ଆର୍ ଅଶ୍ୱିନ୍। ବିଳମ୍ୱିତ ରାତିରେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଅଶ୍ୱିନଙ୍କ ପରିବାର ଲୋକେ ଏବେ କରୋନାରେ ଆକ୍ରାନ୍ତ। ତେଣୁ ସେ ଆଇପିଏଲ ଅଧାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରବିବାର ରାତିରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ମ୍ୟାଚରେ ଅଶ୍ୱିନ୍ ସାମିଲ୍ ହୋଇଥିଲେ। ସେ ୪ ଓଭର ବୋଲିଂ କରିଥିଲେ। ତେବେ ସବୁ କିଛି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମ୍ୟାଚ ପରେ ଆର୍ ଅଶ୍ୱିନଙ୍କ ଟ୍ୱିଟ୍, 'ମୁଁ ଘରକୁ ଫେରି ଯାଉଛି'

R-Ashwin

ଚେନ୍ନାଇ: ଅଧାରୁ ଆଇପିଏଲ୍ ଛାଡ଼ି ଘର ମୁହାଁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପୀନର ଆର୍ ଅଶ୍ୱିନ୍। ବିଳମ୍ୱିତ ରାତିରେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଅଶ୍ୱିନଙ୍କ ପରିବାର ଲୋକେ ଏବେ କରୋନାରେ ଆକ୍ରାନ୍ତ। ତେଣୁ ସେ ଆଇପିଏଲ ଅଧାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ରବିବାର ରାତିରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ମ୍ୟାଚରେ ଅଶ୍ୱିନ୍ ସାମିଲ୍ ହୋଇଥିଲେ। ସେ ୪ ଓଭର ବୋଲିଂ କରିଥିଲେ। ତେବେ ସବୁ କିଛି ଯଦି ଶୀଘ୍ର ଠିକ୍ ହୁଏ ତେବେ ସେ ପୁନର୍ବାର ଦଳରେ ଯୋଗଦେବାକୁ ଚେଷ୍ଟା କରିବେ।

https://twitter.com/ashwinravi99/status/1386405975851028486?s=20

ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଅଶ୍ୱିନଙ୍କର ଏଭଳି ସମୟରେ ସମ୍ପୂର୍ଣ୍ଣ ସମର୍ଥନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏ ନେଇ ଟ୍ୱିଟ୍ କରି ଅଶ୍ୱିନଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବା ସହିତ ପରିବାର ଲୋକଙ୍କ ଆରୋଗ୍ୟ କାମନା କରିଛି।

Advertisment

https://twitter.com/DelhiCapitals/status/1386413476810084352?s=20

ଅଶ୍ୱିନଙ୍କ ପୂର୍ବରୁ ମଧ୍ୟ ଅନ୍ୟ କେତେକ ଖେଳାଳି ବିଭିନ୍ନ କାରଣରୁ ଆଇପିଏଲ୍  ମଝିରୁ ଘରକୁ ଫେରିଛନ୍ତି। ଗତ ସପ୍ତାହରେ ରାଜସ୍ଥାନ ରୟାଲ୍ସର ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଲିୟମ୍ ଲିଭିଙ୍ଗଷ୍ଟନ୍ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ରବିବାର ରାଜସ୍ଥାନର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଣ୍ଡ୍ରିୟୁ ଟାଇ ମଧ୍ୟ ବ୍ୟକ୍ତିଗତ କାରଣରୁ ଟୁର୍ନାମେଣ୍ଟରୁ ଓହରିଛନ୍ତି।

ଅଶ୍ୱିନ୍ ଏବେ ଚେନ୍ନାଇରେ ଉପସ୍ଥିତ ଅଛନ୍ତି। ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଅଶ୍ୱିନ୍ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁମ୍ବାଇରେ ଥିଲେ। ସେଠାରେ ଦିଲ୍ଲୀ ପ୍ରଥମ 3ଟି ମ୍ୟାଚ୍ ଖେଳିଥିଲା। ଅଶ୍ୱିନ୍ ଚଳିତ ସିଜନରେ ଏପର୍ଯ୍ୟନ୍ତ ଦିଲ୍ଲୀ ପାଇଁ ସମସ୍ତ ୫ଟି ମ୍ୟାଚ୍ ଖେଳିଛନ୍ତି।

IPL 2021 Ravichandran Ashwin