୯ ରାତି ନ ଶୋଇ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣକୁ ଅଧାରୁ ଛାଡ଼ି ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜ ଘରକୁ ଫେରିଯାଇଥିଲେ । ସେତେବେଳେ ଅଶ୍ୱିନ୍ ଏହା ପଛର କାରଣ କହିନଥିଲେ । ତେବେ ଅଶ୍ୱିନଙ୍କ ପତ୍ନୀ ସୂଚନା ଦେଇ କହିଥିଲେ ଯେ ତାଙ୍କ ପରିବାରର ୧୦ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏହି କାରଣରୁ ଅଫ୍ ସ୍ପିନର୍ ଜଣକ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାରି ଭିତରେ ଅଶ୍ୱିନ୍ ଆଇପିଏଲ୍‌-୨୦୨୧ରୁ ହଟିବାର ନିଷ୍ପତ୍ତିକୁ ନେଇ ପ୍ରଥମଥର […]

R-Ashwin

R-Ashwin

Ranjit Kumar Jena
  • Published: Thursday, 27 May 2021
  • Updated: 27 May 2021, 09:02 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣକୁ ଅଧାରୁ ଛାଡ଼ି ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜ ଘରକୁ ଫେରିଯାଇଥିଲେ । ସେତେବେଳେ ଅଶ୍ୱିନ୍ ଏହା ପଛର କାରଣ କହିନଥିଲେ । ତେବେ ଅଶ୍ୱିନଙ୍କ ପତ୍ନୀ ସୂଚନା ଦେଇ କହିଥିଲେ ଯେ ତାଙ୍କ ପରିବାରର ୧୦ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏହି କାରଣରୁ ଅଫ୍ ସ୍ପିନର୍ ଜଣକ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାରି ଭିତରେ ଅଶ୍ୱିନ୍ ଆଇପିଏଲ୍‌-୨୦୨୧ରୁ ହଟିବାର ନିଷ୍ପତ୍ତିକୁ ନେଇ ପ୍ରଥମଥର ପ୍ରତିକ୍ରିୟା ଦେଇଛନ୍ତି । ଭାରତୀୟ ସ୍ପିନର ସେହି କଠିନ ସମୟକୁ ମନେ ପକାଇ କହିଛନ୍ତି ଯେ ୮ରୁ ୯ ଦିନ ବିନା ଶୋଇ ଆଇପିଏଲର ମ୍ୟାଚ୍ ଖେଳିଥିଲେ । ଅଶ୍ୱିନ୍ କହିଛନ୍ତି ଯେ ତାଙ୍କ ମନରେ ବିଚାର ଆସୁଥିଲା ଯେ ସେ ପୁଣିଥରେ କ୍ରିକେଟ୍ ଖେଳିପାରିବେ କି ନାହିଁ ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ୱିନ୍ ସେହି କଷ୍ଟକର ସମୟକୁ ମନେ ପକାଇ କହିଛନ୍ତି, ମୁଁ ରହୁଥିବା ସ୍ଥାନର ପ୍ରାୟ ସବୁ ଲୋକା କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ମୋର କିଛି ସମ୍ପର୍କୀୟ ହସ୍ପିଟାଲରେ ଆଡମିଟ୍ ଥିଲେ ଏବଂ ବହୁତ ସିରିୟସ୍ ମଧ୍ୟ ଥିଲେ। ପରେ ସେମାନେ ବହୁତ କଷ୍ଟରେ ସୁସ୍ଥ ହୋଇଥିଲେ । ମୁଁ ୮ରୁ ୯ ଦିନ ପର୍ଯ୍ୟନ୍ତ ଶୋଇ ପାରିନଥିଲି । ନ ଶୋଇବା କାରଣରୁ ସେହି ସମୟ ମୋ ପାଇଁ ବହୁତ ଟେନସନ୍ ଭରା ଥିଲା । ମୁଁ ରାତି ବିନା ଶୋଇ ମ୍ୟାଚ୍ ଖେଳୁଥିଲି । ଯେତେବେଳେ ମୋତେ ଏହା ଅସୁବିଧାରେ ପକାଇଲା, ମୁଁ ଆଇପିଏଲ୍ ଅଧାରୁ ଛାଡ଼ି ଘରକୁ ଯିବାକୁ ନିଷ୍ପତ୍ତି ନେଲି ।

ଅଶ୍ୱିନ୍ ଆହୁରି କହିଛନ୍ତି, ‘ଯେତେବେଳେ ମୁଁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ି ଯାଉଥିଲି, ସେତେବେଳେ ମୋ ମନରେ ଗୋଟିଏ କଥା ଚାଲିଥିଲା ଯେ ପୁଣିଥରେ କ୍ରିକେଟ୍ ଖେଳିପାରିବି କି ନାହିଁ । କିନ୍ତୁ ସେହି ସମୟରେ ମୋତେ ଯାହା ଠିକ୍ ଲାଗିଲା ମୁଁ କଲି ।’

ଅଶ୍ୱିନଙ୍କ ବ୍ୟତୀତ ଆଣ୍ଡ୍ରୁ ଟାଇ, ଲିଆନ୍ ଲିଭିଙ୍ଗଷ୍ଟୋନ୍ ଓ ଆଡାମ୍ ଜାମ୍ପାଙ୍କ ଭଳି ଖେଳାଳି କରୋନାର ଭୟାବହ ପରିସ୍ଥିତିକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡ଼ି ସ୍ୱଦେଶ ଫେରିଯାଇଥିଲେ । ଏହା ପରେ ମେ’ ୪ ତାରିଖରେ କିଛି ଖେଳାଳିଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ ଆଇପିଏଲ୍‌-୨୦୨୧କୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos