Advertisment

ବାପାଙ୍କ ସହ ତିକ୍ତତା ଭିତରେ ପତ୍ନୀଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଘୋଷଣା କଲେ ଜାଡେଜା

ବାପାଙ୍କ ସହ ତିକ୍ତତା ଚାଲିଥିବା ବେଳେ ଜାଡେଜା ତାଙ୍କ ପତ୍ନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଘୋଷଣା କରିଛନ୍ତି। ସେ ତାଙ୍କୁ ସବୁ ପ୍ରକାରର ସମୟରେ ମାନସିକ ଭାବେ ସମର୍ଥନ କରୁଥିବା ଜାଡେଜା କହିଛନ୍ତି।

Jadeja

Jadeja

Advertisment

ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି।

Advertisment

ବାପାଙ୍କ ସହ ତିକ୍ତତା ଚାଲିଥିବା ବେଳେ ଜାଡେଜା ତାଙ୍କ ପତ୍ନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଘୋଷଣା କରିଛନ୍ତି। ସେ ତାଙ୍କୁ ସବୁ ପ୍ରକାରର ସମୟରେ ମାନସିକ ଭାବେ ସମର୍ଥନ କରୁଥିବା ଜାଡେଜା କହିଛନ୍ତି।

ରାଜକୋଟରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ବିଶାଳ ୪୩୪ ରନରେ ପରାସ୍ତ କରିଥିଲା। ଏହି ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନର ଇନିଂସ ଖେଳିଥିବା ଜାଡେଜା ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା।

Advertisment

ହୋମଟାଉନ ହିରୋ ଜାଡେଜା ଦ୍ୱିତୀୟ ଭାରତୀୟ ଭାବେ କୌଣସି ଟେଷ୍ଟରେ ଶତକ ସହ ୫ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ରବି ଅଶ୍ୱିନ ଏକମାତ୍ର ଭାରତୀୟ ଭାବେ ଏପରି ସଫଳତା ପାଇଥିଲେ। ତୃତୀୟ ଟେଷ୍ଟରେ ଯଶସ୍ୱୀ ଜୈସୱାଲ ଡବଲ ଟନ ହାସଲ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଶତକ ମାରିଥିଲେ।

କିନ୍ତୁ ଘରୋଇ ଦର୍ଶକଙ୍କ ଆଗରେ ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ କରିଥିବାରୁ ଜାଡେଜାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ତେବେ ଜାଡେଜା ଉକ୍ତ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାରକୁ ନିଜ ପତ୍ନୀ ରିଭବାଙ୍କୁ ଡେଡିକେଟ ବା ଉର୍ତ୍ସଗ କରିଛନ୍ତି।

ରବୀନ୍ଦ୍ର ଜାଡେଜା କହିଛନ୍ତି, “ଦ୍ୱିତୀୟ ଇନିଂସରେ ୫ ୱିକେଟ ନେବା ଗୋଟିଏ ସ୍ୱତନ୍ତ୍ର ଅନୁଭବ। ସେହିପରି ସମାନ ଟେଷ୍ଟରେ ଶତକ ମାରିବା ଓ ୫ ୱିକାଟ ନେବା ଆହୁରି ସ୍ୱତନ୍ତ୍ର। ହୋମ ଗ୍ରାଉଣ୍ଡରେ ଏହା ମୋ ପାଇଁ ସ୍ୱତନ୍ତ୍ର ମ୍ୟାନ ଅଫ ଦି ମ୍ୟାଚ୍‌।

ମୁଁ ଏହି ପୁରସ୍କାରକୁ ମୋ ପତ୍ନୀଙ୍କୁ ଡେଡିକେଟ କରିବାକୁ ଚାହୁଁଛି। ସେ ପରାଦ ପଛରେ ରହି କଠିନ ପରିଶ୍ରମ କରିଛନ୍ତି। ସେ ମୋତେ ମାନସିକ ଭାବେ ସମର୍ଥନ ଦେଇଛନ୍ତି। ସେ ସବୁବେଳେ ମୋ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରନ୍ତି। ତେଣୁ ତାଙ୍କୁ ମୁଁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଡେଡିକେଟ କରିବାକୁ ଚାହୁଁଛି।”

କିଛି ଦିନ ତଳେ ଜାଡେଜାଙ୍କ ବାପା ଅନୁରୁଦ୍ଧ ସିଂହ ଜାଡେଜା କହିଥିଲେ ଯେ ୨୦୧୬ରେ ରିଭବାଙ୍କ ସହ ବାହାଘର ପରେ ସବୁ କିଛି ବଦଳି ଯାଇଛି। ଜାଡେଜା ପତ୍ନୀଙ୍କ କଥାରେ ପରିଚାଳିତ ହୋଇ ଘର ଲୋକଙ୍କୁ ପଚାରୁ ନଥିବାର ଅନିରୁଦ୍ଧ କହିଥିଲେ। ତେବେ ଜାଡେଜା ଏହାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ପତ୍ନୀଙ୍କ ସମର୍ଥନ କରିଥିଲେ।

Ravindra Jadeja Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe