Advertisment

ଅବଦୁଲ କାଦିରଙ୍କ ସମକକ୍ଷ ହେଲେ, ଈଶାନ୍ତ ଶର୍ମାଙ୍କୁ ପଛରେ ପକାଇଲେ ରବୀନ୍ଦ୍ର ଜାଡେଜା

୬୭ ରନ ଦେଇ ୫ ୱିକେଟ ଦଖଲ କରିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜାଡେଜାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆଜି ୫ ୱିକେଟ ଦଖଲ କରିବା ପରେ ଜାଡେଜା ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Ravi Jadeja

Ravi Jadeja

ଟିମ ଇଣ୍ଡିଆର ଭେଟରାନ ଅଲରାଉଣ୍ତର ରବୀନ୍ଦ୍ର ଜାଡେଜା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ ଇନିଂସରେ କମାଲ କରିଛନ୍ତି। ସେ ଏକାକୀ କ୍ୱିୱି ଟିମର ୫ ୱିକେଟ ଦଖଲ କରିବାରୁ ଭ୍ରମଣକାରୀ ଦଳ ୨୩୫ ରନରେ ଅଟକି ଯାଇଛି।

Advertisment

୬୭ ରନ ଦେଇ ୫ ୱିକେଟ ଦଖଲ କରିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜାଡେଜାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆଜି ୫ ୱିକେଟ ଦଖଲ କରିବା ପରେ ଜାଡେଜା ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଅବଦୁଲ କାଦିରଙ୍କ ରେକର୍ଡ କ୍ଲବର ସମକକ୍ଷ ହୋଇଥିବା ବେଳେ ଭାରତର ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। କାଦିର ଘରୋଇ ମାଟିରେ ଖେଳିଥିବା ଟେଷ୍ଟରେ ଦଖଲ କରିଥିବା ସର୍ବାଧିକ ୫ ୱିକେଟ ତାଲିକାରେ ଜାଡେଜା ସାମିଲ ହୋଇଛନ୍ତି।

Advertisment

ଜାଡେଜା ଆଜି ୨୨ ଓଭରରେ ଗୋଟିଏ ମେଡେନ ନେବା ସହ ୬୫ ରନ ଦେଇ ୫ ୱିକେଟ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ୫ ୱିକେଟ ନେବା ତାଲିକାରେ ଜାଡେଜା ଯୁଗ୍ମ ଭାବେ ୮ ସ୍ଥାନରେ ରହିଛନ୍ତି। କାଦିର ଓ ସେ ଗୋଟିଏ ସ୍ଥାନରେ ଅଛନ୍ତି। ଉଭୟ ୧୨ ଥର ଲେଖାଏ ୫ ୱିକେଟ ଦଖଲ କରିଛନ୍ତି। କାଦିର ୧୯୭୭ରୁ ୧୯୯୦ ମଧ୍ୟରେ ୪୦ଟି ଟେଷ୍ଟ ଖେଳି ୧୬୮ଟି ୱିକେଟ ନେଇଥିଲେ।

ତାଲିକାର ୧ ନଂ ସ୍ଥାନରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ରହିଛନ୍ତି। ସେ ଘରୋଇ ମାଟିରେ ୪୯୩ ୱିକେଟ ନେଇଥିବା ବେଳେ ଏହା ମଧ୍ୟରେ ୪୫ଟି ୫ଫର ରହିଛି।

ରବି ଅଶ୍ୱିନ ୨୯ ଥର, ରଙ୍ଗନା ହେରାଥ ୨୬ ଥର, ଅନୀଲ କୁମ୍ବଲେ ୨୫ ଥର, ହରଭଜନ ସିଂହ ୧୮ ଥର, ଶେନ ୱାର୍ଣ୍ଣ ୧୫ ଥର, ସାକିବ ଅଲ ହାସନ ୧୪ଥର, ଅବଦୁଲ କାଦିର ୧୨ ଥର ଓ ରବୀନ୍ଦ୍ର ଜାଡେଜା ୧୨ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି।

ଅନ୍ୟପକ୍ଷରେ ଜାଡେଜା ଆଜିର ସଫଳତା ପରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲ କରିଥିବା ଖେଳାଳିଙ୍କ ତାଲିକାର ୫ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଏହି ମାମଲାରେ ଜହିର ଖାନ ଓ ଈଶାନ୍ତ ଶର୍ମାଙ୍କୁ ଟପି ଯାଇଛନ୍ତି। ଉଭୟ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୩୧୧ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜାଙ୍କ ୱିକେଟ ସଂଖ୍ୟା ୩୧୪ରେ ପହଞ୍ଚି ଯାଇଛି। ଆଜି ସେ ଗ୍ଲେନ ଫିଲିପ୍ସଙ୍କୁ ଆଉଟ କରିବା ପରେ ତାଙ୍କ ୱିକେଟ ସଂଖ୍ୟା ୩୧୨ରେ ପହଞ୍ଚିଥିଲା। ଏହାପରେ ସେ ଈଶ ଶୋଢ଼ି ଓ ମ୍ୟାଟ ହେନରୀଙ୍କୁ ଆଉଟ କରିଥିଲେ।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲ କରିବା ତାଲିକାର ୧ନଂ ସ୍ଥାନରେ ଅନୀଲ କୁମ୍ବଲେ(୬୧୯) ରହିଥିବା ବେଳେ ତାଙ୍କ ତଳକୁ ରବି ଅଶ୍ୱିନ(୫୩୩), କପିଲ ଦେବ(୪୩୪), ହରଭଜନ ସିଂହ(୪୧୭) ଓ ଜାଡେଜା(୩୧୪) ରହିଛନ୍ତି।

Ravindra Jadeja Test Cricket Test Match