Advertisment

ଶେଷ ଓଭରରେ ଜାଡେଜାଙ୍କ ୩୭ ରନ୍, ଚେନ୍ନାଇ ୧୯୧/୪

ମୁମ୍ବାଇ: ଶେଷ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ୩୭ ରନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ଦେଇଛି ମଜଭୁତ୍ ସ୍କୋର। ଆଜି ଏଠାରେ ଖେଳାଯାଉଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୧ ରନ୍ କରିଛି। କ୍ରମାଗତ ୪ଟି ମ୍ୟାଚ୍ ଜିତିଥିବା ଆରସିବିକୁ ମ୍ୟାଚ୍ ଜିତିବା ପାଇଁ ୧୯୨ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା। କିନ୍ତୁ ମିଡଲ୍ ଓଭର ଗୁଡ଼ିକରେ […]

ଅଦ୍ୟତନ ହୋଇଛି
ଶେଷ ଓଭରରେ ଜାଡେଜାଙ୍କ ୩୭ ରନ୍, ଚେନ୍ନାଇ ୧୯୧/୪

jadeja

Advertisment

ମୁମ୍ବାଇ: ଶେଷ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ୩୭ ରନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ଦେଇଛି ମଜଭୁତ୍ ସ୍କୋର। ଆଜି ଏଠାରେ ଖେଳାଯାଉଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୧ ରନ୍ କରିଛି। କ୍ରମାଗତ ୪ଟି ମ୍ୟାଚ୍ ଜିତିଥିବା ଆରସିବିକୁ ମ୍ୟାଚ୍ ଜିତିବା ପାଇଁ ୧୯୨ ରନ୍ କରିବାକୁ ପଡ଼ିବ।

Advertisment

ମ୍ୟାଚରେ ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା। କିନ୍ତୁ ମିଡଲ୍ ଓଭର ଗୁଡ଼ିକରେ ହର୍ଷଲ୍ ପଟେଲଙ୍କ ଦମଦାର ବୋଲିଂ ଚେନ୍ନାଇର ରନରେ ଅଙ୍କୁଶ ଲଗାଇଥିଲା। କିନ୍ତୁ ସେହି ହର୍ଷଲ୍ ପଟେଲଙ୍କୁ ଶେଷ ଓଭରରେ ରବୀନ୍ଦ୍ର ଜାଡେଜା ୩୭ ରନ୍ କରିଥିଲେ, ଯାହା ଚେନ୍ନାଇକୁ ଚ୍ୟାଲେଞ୍ଜିଂ ସ୍କୋର କରାଇବାରେ ସହାୟକ ହୋଇଛି। ଦଳ ପକ୍ଷରୁ ଜାଡେଜା ସର୍ବାଧିକ ୬୨ (୨୮ ବଲ୍‌, ୪ ଚୌକା, ୫ ଛକା) ରନ୍ କରିଛନ୍ତି।

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓପନିଂ ଯୋଡ଼ି ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍‌ ଡୁପ୍ଲେସିସ୍ ପୁଣିଥରେ ଟିମକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୭୪ ରନର ଭାଗିଦାରୀ କରିଥିଲେ। ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ଋତୁରାଜ ୩୩ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

Advertisment

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୁରେଶ ରାଇନା ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଚେନ୍ନାଇ ଟିମର ରନ୍ ଗତି ବଢ଼ୁଥିବାର ଦେଖି ଆରସିବି କ୍ୟାପଟେନ୍ କୋହଲି ନିଜର ୱିକେଟ୍ ଟେକର ବୋଲର ହର୍ଷଲ ପଟେଲଙ୍କୁ ବୋଲିଂ କରିବାକୁ ଦେଇଥିଲେ। ହର୍ଷଲ ଆସିବା ମାତ୍ରକେ ନିଜର ଦ୍ୱିତୀୟ ଓଭରରେ ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍ ଅର୍ଥାତ୍ ରାଇନା ଓ ଡୁପ୍ଲେସିସଙ୍କ ୱିକେଟ୍ ନେଇ ଚେନ୍ନାଇ ରନରେ ଅଙ୍କୁଶ ଲଗାଇଥିଲେ।

ରାଇନା ୧୮ ବଲରେ ୧ ଚୌକା ଓ ୩ ଛକା ସହ ୨୪ ଏବଂ ଡୁପ୍ଲେସିସ୍ ୪୧ ବଲରେ ୫ ଚୌକା ଓ ୧ ଛକା ସହ ୫୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ଅମ୍ବାତି ରାୟୁଡୁ ଭଲ କରିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ ମଧ୍ୟ ହର୍ଷଲ ପଟେଲ୍ ଆଉଟ୍ କରିଥିଲେ। ରାୟୁଡୁଙ୍କ ଆଉଟ୍ ପରେ ଚେନ୍ନାଇର ରନ୍ ଗତି ଆହୁରି କମି ଯାଇଥିଲା। ୧୯ତମ ଓଭର ସୁଦ୍ଧା ଚେନ୍ନାଇର ସ୍କୋର ୧୫୪ ରନରେ ଥିଲା। କିନ୍ତୁ ଆରସିବିର ସବୁଠାରୁ ସଫଳ ବୋଲର ହର୍ଷଲ୍ ପଟେଲଙ୍କୁ ଶେଷ ଓଭରରେ ଜାଡେଜା ଛକା ବର୍ଷା କରିଥିଲେ।

ହର୍ଷଲଙ୍କ ପ୍ରଥମ ତିନୋଟି ବଲରେ ଜାଡେଜା କ୍ରମାଗତ ଛକା ମାରିଥିଲେ। ତୃତୀୟ ବଲଟି ନୋ' ବଲ୍ ହୋଇଥିବା ବେଳେ ଫ୍ରୀ ହିଟକୁ ମଧ୍ୟ ଜାଡେଜା ଛକାରେ ପରିଣତ କରିଥିଲେ। ଚତୁର୍ଥ ବଲରେ ଜାଡେଜା ୨ ରନ୍ ନେଇଥିବା ବେଳେ ପଞ୍ଚମ ଓ ଷଷ୍ଠ ବଲରେ ଛକା ଓ ଚୌକା ମାରି ଜାଡେଜା ଚେନ୍ନାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହିପରି ଭାବେ ପ୍ରଥମ ତିନି ଓଭରରେ ୧୪ ରନ୍ ଦେଇ ୩ ୱିକେଟ୍‌ ନେଇଥିବା ହର୍ଷଲ୍ ନିଜର ଶେଷ ଓଭରରେ ୩୭ ରନ୍ ବ୍ୟୟ କରିଥିଲେ। ଅର୍ଥାତ୍ ହର୍ଷଲ୍ ନିଜର ୪ ଓଭର କୋଟାରେ ୫୧ ରନ୍ ଦେଇ ୩ ୱିକେଟ୍ ନେଇଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe