Advertisment

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବେନି ରବୀନ୍ଦ୍ର ଜାଡେଜା!

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଜାଡେଜା ଆହତ ହୋଇଥିଲେ। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜାଙ୍କୁ ରନଆଉଟ ମଧ୍ୟ ହେବାକୁ ପଡ଼ିଥିଲା।

author-image
Hemant Lenka
jadeja

jadeja

ପ୍ରଥମ ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ଟିମ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର ଆସିଛି। ଫେବୃଆରୀ ୨ରୁ ବିଶାଖାପଟନମରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା।

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଜାଡେଜା ଆହତ ହୋଇଥିଲେ। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜାଙ୍କୁ ରନଆଉଟ ମଧ୍ୟ ହେବାକୁ ପଡ଼ିଥିଲା। ଉକ୍ତ ରନଆଉଟ ଶେଷରେ ଭାରତୀୟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳକୁ ଇଂଲଣ୍ଡ ଠାରୁ ୨୮ ରନରେ ପରାସ୍ତ ମଧ୍ୟ ହେବାକୁ ପଡ଼ିଥିଲା। 

ସବୁବେଳେ ନିଜର ଫିଟନେସ ଓ ରନିଂ ପାଇଁ ଚର୍ଚ୍ଚାରେ ରହୁଥିବା ଜାଡେଜା ଆହତ ହୋଇଥିବାରୁ ଭାରତୀୟ ଟିମର ଚିନ୍ତା ବଢ଼ି ଯାଇଛି। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜା ଠିକ ଭାବେ ଚାଲି ପାରୁ ନାହାନ୍ତି। ତେଣୁ ଡାକ୍ତରୀ ଟିମ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି।

Advertisment

ତାଙ୍କୁ ଦୌଡ଼ାଦୌଡ଼ି କରିବାକୁ ବାରଣ କରାଯାଇଛି। ତେଣୁ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ ବିଶାଖାପଟନମ ଗସ୍ତ କରିବ। ଏହି ସମୟରେ ଜାଡେଜା ମ୍ୟାଚ୍‌ ଖେଳିବେ କି ନାହିଁ, ତା’ହା ସ୍ପଷ୍ଟ ହେବ।

ପ୍ରଥମ ଟେଷ୍ଟରେ ଭାରତ ହାରିବା ପରେ ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ତାଙ୍କୁ ଜାଡେଜାଙ୍କ ଆହତ ସମସ୍ୟା କଥା ପଚରାଯାଇଥିଲା। ଏହାର ଜବାବରେ ଡ୍ରାଭିଡ କହିଛନ୍ତି, “ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛୁ। ଆହତ ସମ୍ପର୍କରେ ମୁଁ ଟିମର ଫିଜିଓଙ୍କ ସହ କଥା ହେବାକୁ ସମୟ ପାଇନି। ମୁଁ ଏଠାରୁ ଯିବା ପରେ ତାଙ୍କ ସହ କଥା ହେବି। କଥା ହେବା ପରେ ସ୍ଥିତି ବିଷୟରେ ଜାଣିପାରିବି।”

ଯଦି ଆହତ ସମସ୍ୟା ସାମାନ୍ୟ ବି ଥିବ, ତା’ହେଲେ ଜାଡେଜାଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ। ନଚେତ ଏହି ଅବଧି ବୃଦ୍ଧି ପାଇପାରେ। ସେହିପରି ସେ ଦଳ ସହ ବିଶାଖାପଟନମ ଯିବେ ନା ରିହ୍ୟାବ ପାଇଁ ବେଙ୍ଗାଲୁରୁ ଠାରେ ଥିବା ଏନସିଏ ଯିବେ, ତାହା ମଧ୍ୟ ସ୍ପଷ୍ଟ ହୋଇନି।

ଯଦି ଜାଡେଜା ସୁସ୍ଥ ନ ହୁଅନ୍ତି, ତା’ହେଲେ ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିପାରେ।

ICC Ravindra Jadeja Test Cricket Test Match