Advertisment

ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଅଖ୍ୟା ଦେଲେ କିମ୍ବଦନ୍ତୀ କ୍ରିକେଟର ଜଣ୍ଟି ରୋଡ୍‌ସ

ଏବେ ଜାଡେଜା ଚେନ୍ନାଇ ସୁପର କିଙ୍ଗସ ସହ ଆଇପିଏଲ ଖେଳିବାକୁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

author-image
Hemant Lenka
Ravindra Jadeja

Ravindra Jadeja

ଏକଦା ନିଜର ଫିଲ୍ଡିଂ ପାଇଁ ସାରା ବିଶ୍ୱର ଚହଳ ସୃଷ୍ଟି କରିଥିବା କିମ୍ବଦନ୍ତୀ କ୍ରିକେଟର ଜଣ୍ଟି ରୋଡ୍‌ସ ଟିମ ଇଣ୍ଡିଆର ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଆଖ୍ୟା ଦେଇଛନ୍ତି। ବର୍ତ୍ତମାନ ସମୟରେ ଜାଡେଜା ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବୋଲି ଜଣ୍ଟି କହିଛନ୍ତି। ଏବେ ଜାଡେଜା ଚେନ୍ନାଇ ସୁପର କିଙ୍ଗସ ସହ ଆଇପିଏଲ ଖେଳିବାକୁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

Advertisment

ଏହାପୂର୍ବରୁ ଜଣ୍ଟି ରୋଡ୍‌ସ କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଫିଲ୍ଡର କିଏ ବୋଲି ପ୍ରଶ୍ନର ଉତ୍ତରରେ ଜାଡେଜାଙ୍କ ନାଁ ନେଇଛନ୍ତି। ଆଇପିଏଲ ଆରମ୍ଭ ହେବା ପରେ ଲୋକମାନେ ଫିଲ୍ଡିଂ ଉପରେ ଫୋକସ କରୁଛନ୍ତି। ଜଣ୍ଟି ଲକ୍ଷ୍ନୌ ସୁପର ଜିଆଣ୍ଟସର ‍ଫିଲ୍ଡିଂ କୋଚ ରହିଛନ୍ତି। ୨୦୨୨ ସଂସ୍କରଣରେ ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲା। ଏଥର ଦଳ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।

ଜଣ୍ଟି ରୋଡ୍‌ସ କହିଛନ୍ତି, “ବର୍ତ୍ତମାନ ସମୟରେ ପୂରା ବିଶ୍ୱରେ ଏକମାତ୍ର ଶ୍ରେଷ୍ଠ ଫିଲ୍ଡର ହେଉଛନ୍ତି ରବୀନ୍ଦ୍ର ଜାଡେଜା। ଆଇପିଏଲ ଆରମ୍ଭ ହେବା ପରେ ଲୋକମାନେ ଫିଲ୍ଡିଂ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ପ୍ରତିଟି ଦଳ ମଧ୍ୟ ଫିଲ୍ଡିଂକୁ ଗୁରୁତ୍ୱ ଦେଉଛନ୍ତି। ୩ରୁ ୪ ଜଣ ଭଲ ଫିଲ୍ଡର୍ସ ଅପେକ୍ଷା ଏବେ ଟିମଗୁଡ଼ିକ ଭଲ ଫିଲ୍ଡିଂ ସାଇଡ୍‌ ଉପରେ ଫୋକସ କରୁଛନ୍ତି। ଫିଲ୍ଡିଂ କ୍ରିକେଟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଇପିଏଲ ଆରମ୍ଭ ହେବା ପରେ ଫିଲ୍ଡିଂ ଶକ୍ତିଶାଳୀ ହୋଇଛି।”

Advertisment

ରୋଡ୍‌ସ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଆଖି ଖୋସି ହେଲା ଭଳି କ୍ୟାଚ୍‌ ଓ ଫିଲ୍ଡିଂ କରିଥିଲେ। ଦିନିକିଆରେ ସେ ୧୦୫ଟି କ୍ୟାଚ୍‌ ଓ ଟେଷ୍ଟରେ ୩୪ଟି କ୍ୟାଚ୍‌ ଧରିଥିଲେ।

ସେ କହଛନ୍ତି, “ମୁଁ ଭାବୁଛି ଅଧିକ ଫିଲ୍ଡିଂ କୋଚର ଆବଶ୍ୟକ ରହିଛି। ମୁଁ କୌଣସି ଏକାଡେମି ଓ ଟିମକୁ ଯାଉଛି, ସେଠାରେ ଖେଳାଳିମାନଙ୍କୁ ୩ରୁ ୪ଦିନ କ୍ୟାମ୍ପ ସମୟରେ ଫିଲ୍ଡିଂ ପାଇଁ ଉତ୍ସାହିତ କରିପାରିବି।

ସେମାନେ ମଧ୍ୟ ବେଶ ଉତ୍ସାହିତ ହୋଇ ସବୁ ଡ୍ରିଲ୍ସ କରିବେ। କିନ୍ତୁ ୨ ସପ୍ତାହ ପରେ ସେମାନେ ସବୁ କିଛି ଭୁଲିଯିବେ କିମ୍ବା ସମାନ ଜୋଶରେ ଡ୍ରିଲ୍ସ କରିବେ ନାହିଁ। କ୍ରିକେଟ ହେଉଛି ଅଭ୍ୟାସର ଖେଳ ଓ ଆପଣ କେମିତି ଅଭ୍ୟାସ କରୁଛନ୍ତି, ସେଇଟା ଗୁରୁତ୍ୱପୂର୍ଣ୍ଣ।”

Indian Cricket Team Cricket IPL Ravindra Jadeja