Advertisment

ନାମିବିଆକୁ ୧୩୨ ରନ୍‌ରେ ରୋକିଲା ଟିମ୍ ଇଣ୍ଡିଆ

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ମୁହାଁମୁହି ହେଉଛନ୍ତି ଭାରତ ଓ ନାମିବିଆ। ଏହି ମ୍ୟାଚରେ ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ନାମିବିଆ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୨ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବା ପାଇଁ ୧୩୩ ରନ୍ କରିବାକୁ ପଡ଼ିବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ୍‌ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ନାମିବିଆକୁ ୧୩୨ ରନ୍‌ରେ ରୋକିଲା ଟିମ୍ ଇଣ୍ଡିଆ

jaddu

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ମୁହାଁମୁହି ହେଉଛନ୍ତି ଭାରତ ଓ ନାମିବିଆ। ଏହି ମ୍ୟାଚରେ ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ନାମିବିଆ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୨ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବା ପାଇଁ ୧୩୩ ରନ୍ କରିବାକୁ ପଡ଼ିବ।

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ୍‌ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ଦମଦାର ଆରମ୍ଭ କରିଥିଲା। ଦୁଇ ଓପ୍ନର ଷ୍ଟିଫାନ୍ ବାର୍ଡ ଓ ମାଇକେଲ୍ ଭାନ୍ ଲିଙ୍ଗେନ୍ ଭାରତର ଦୁଇ ଫ୍ରଣ୍ଟ ଲାଇନ୍ ପେସର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କୁ ଆଟାକ୍ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୩୩ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଲେ ବୁମ୍ରା। ଲିଙ୍ଗେନ ୧୪ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପରେ ନାମିବିଆର ୱିକେଟ୍‌ ପତନ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରିକି ଦଳର ରନ୍ ଗତି ମଧ୍ୟ ହ୍ରାସ ପାଇଥିଲା। ଲିଙ୍ଗେନଙ୍କ ସ୍ଥାନରେ ଆସିଥିବା କ୍ରେଗ୍ ୱିଲିୟମ୍ସ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ବାର୍ଡ (୨୧)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ଜାଡେଜା। କ୍ୟାପଟେନ୍ ଗେରାର୍ଡ ଏରାସମସ୍ (୧୨) ଓ ଜାନ୍ ନିକୋଲ୍ ଲଫ୍ଟି-ଇଟନ୍ (୫)ଙ୍କୁ ଅଶ୍ୱିନ୍ ଆଉଟ୍ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ।

Advertisment

ଅଭିଜ୍ଞ ଅଲରାଉଣ୍ଡର ଡେଭିଡ୍ ୱିସ୍ ୨୬ ରନର ଇନିଂସ୍ ଖେଳି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ତେବେ ନିମ୍ନକ୍ରମରେ ଜାନ୍ ଫ୍ରିଲିଙ୍କ (୧୫) ଓ ରୁବେନ୍ ଟ୍ରମ୍ପେଲମାନ୍ (୧୩)ଙ୍କ ଉପଯୋଗୀ ରନ୍ ବଳରେ ନାମିବିଆ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଜାଡେଜା ଓ ଅଶ୍ୱିନ୍ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ବୁମ୍ରା ୨ଟି ୱିକେଟ୍ ହାସଲ କରିଥିଲେ।