Advertisment

୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଖେଳିଲେ ରବୀନ୍ଦ୍ର ଜାଡେଜା

କେପ ଟାଉନରେ ଟସ୍‌ ହାରି ପ୍ରଥମେ ବୋଲିଂ କରୁଥିବା ଭାରତ ଚୂଡ଼ାନ୍ତ ଏକାଦଶରେ ଜାଡେଜାଙ୍କ ବ୍ୟତୀତ ମୁକେଶ କୁମାରଙ୍କୁ ମଧ୍ୟ ସୁଯୋଗ ଦେଇଛି।

siraj

siraj

Advertisment

ଦୀର୍ଘ ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ପାଇଁ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜାଡେଜା ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

Advertisment

ଆହତ ଯୋଗୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ବଞ୍ଚିତ ହୋଇଥିଲେ। ଆଜି କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ଜାଡେଜାଙ୍କୁ ସୁଯୋଗ ମିଳିଛି। ଜାଡେଜା ଶେଷଥର ପାଇଁ ୨୦୧୩ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏବେ ୧୦ ବର୍ଷ ପରେ ସେ ଟେଷ୍ଟ ମ୍ୟାଚ ଖେଳିବାକୁ ସୁଯୋଗ ପାଇଛନ୍ତି।

କେପ ଟାଉନରେ ଟସ୍‌ ହାରି ପ୍ରଥମେ ବୋଲିଂ କରୁଥିବା ଭାରତ ଚୂଡ଼ାନ୍ତ ଏକାଦଶରେ ଜାଡେଜାଙ୍କ ବ୍ୟତୀତ ମୁକେଶ କୁମାରଙ୍କୁ ମଧ୍ୟ ସୁଯୋଗ ଦେଇଛି। ସେ ଶାର୍ଦ୍ଦୁଲ ଠାକୁରଙ୍କ ବଦଳରେ ସୁଯୋଗ ପାଇଛନ୍ତି। ମୁକେଶ କୁମାରଙ୍କ ସହ ଦ୍ରୁତ ବୋଲିଂର ଦାୟିତ୍ୱ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପରେ ରହିଛି।

Advertisment

ସିରାଜ ମଧ୍ୟ ନିରାଶ ନ କରି ନିଜର ପ୍ରଥମ ସ୍ପେଲରେ ୬ ୱିକେଟ ଦଖଲ କରି ନିଜର ଦମ ଦେଖାଇଛନ୍ତି। ସେହିପରି ବୁମ୍ରା ଓ ମୁକେଶ କୁମାର ୨ ଲେଖାଏ ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲଆଉଟ ମଧ୍ୟ ହୋଇଯାଇଛି। 

ଘରୋଇ ଟିମର ନେତୃତ୍ୱ ଏହି ଟେଷ୍ଟରେ ଡିନ ଏଲଗାର ନେଉଛନ୍ତି। ଏଲଗାରଙ୍କର ଏହା ହେଉଛି ଶେଷ ଅନ୍ତର୍ଜାତୀୟ ଟେଷ୍ଟ। ଦକ୍ଷିଣ ଆଫ୍ରିକା ମଧ୍ୟ ଆହତ କାରଣରୁ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। କେଶବ ମହାରାଜ, ଲୁଙ୍ଗି ଏନଗିଡି ଓ ତ୍ରିଷ୍ଟାନ ଷ୍ଟବ୍ସ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ପାଇଛନ୍ତି।

Test Cricket Cricket India Vs South Africa Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe