Advertisment

ଖୁସି ଖବର, ମଇଦାନକୁ ଫେରିଲେ ଜାଡେଜା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଇଦାନକୁ କମବ୍ୟାକ୍ କରିଛନ୍ତି। ମଙ୍ଗଳବାର ଜାଡେଜା ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ଭିଡିଓ ପୋଷ୍ଟ କରି ଜାଡେଜା ଲେଖିଛନ୍ତି, ସର୍ଜରୀ ପରେ ମଇଦାନରେ ପ୍ରଥମ ଦିନ। ଭିଡିଓରେ ଜାଡେଜା ଫିଟ୍ ଥିବା ଲାଗୁଛନ୍ତି। ଯଦି ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୁଅନ୍ତି, ତାହେଲେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କମବ୍ୟାକ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଖୁସି ଖବର, ମଇଦାନକୁ ଫେରିଲେ ଜାଡେଜା

ravindra-jadeja

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଇଦାନକୁ କମବ୍ୟାକ୍ କରିଛନ୍ତି। ମଙ୍ଗଳବାର ଜାଡେଜା ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ଭିଡିଓ ପୋଷ୍ଟ କରି ଜାଡେଜା ଲେଖିଛନ୍ତି, ସର୍ଜରୀ ପରେ ମଇଦାନରେ ପ୍ରଥମ ଦିନ। ଭିଡିଓରେ ଜାଡେଜା ଫିଟ୍ ଥିବା ଲାଗୁଛନ୍ତି।

Advertisment

ଯଦି ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୁଅନ୍ତି, ତାହେଲେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କମବ୍ୟାକ୍ କରିପାରନ୍ତି। ତେବେ ଏଥିପାଇଁ ତାଙ୍କୁ ଫିଟନେସ୍ ଟେଷ୍ଟ ପାସ୍ କରିବାକୁ ପଡିବ। ବର୍ତ୍ତମାନ ଜାଡେଜାଙ୍କ ସ୍ଥାନରେ ଟେଷ୍ଟ ଟିମରେ ସ୍ଥାନ ପାଇଥିବା ଅକ୍ଷର ପଟେଲ ଦମଦାର ପ୍ରଦର୍ଶନ କରିଛନ୍ତି। ଅକ୍ଷର ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ୧୮ ୱିକେଟ୍ ନେଇସାରିଛନ୍ତି।

https://twitter.com/imjadeja/status/1366708091081777153?s=20

ଅଷ୍ଟ୍ରେଲିଆ ଗସ୍ତରେ ଚତୁର୍ଥ ଟେଷ୍ଟରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ଜାଡେଜା ହାତରେ ବାଜିଥିଲା। ଯାହା ପରେ ଜାଡେଜା ନିଜ ହାତର ସର୍ଜରୀ କରାଇଥିଲେ। ଆହତ କାରଣରୁ ଜାଡେଜାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଟି-୨୦ ସିରିଜରୁ ବାଦ୍ ଦିଆଯାଇଥିଲା। ଏବେ ଜାଡେଜା ଦିନିକିଆ ସିରିଜ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଜାଡେଜା ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର୍ କିଙ୍ଗସର ଅନ୍ୟତମ ସିନିୟର୍ ଖେଳାଳି। ତାଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଭାବେ ଟିମକୁ ଆଶ୍ୱସ୍ତି ଦେବ। ଗତ ସିଜନରେ ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଏବଂ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଥିଲା। ଜାଡେଜା ଚେନ୍ନାଇ ପକ୍ଷରୁ ତିନୋଟି ଆଇପିଏଲ୍ ଟ୍ରଫି ଜିତିସାରିଛନ୍ତି। ଜାଡେଜା ଭାରତ ପକ୍ଷରୁ ୫୧ ଟେଷ୍ଟ, ୧୬୮ ଦିନିକିଆ ଓ ୫୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି।