Advertisment

ରବୀନ୍ଦ୍ର ଜାଡେଜାଙ୍କ ନୂଆ ରେକର୍ଡ, ଅଶ୍ୱିନ ଓ କପିଲ ଦେବଙ୍କୁ ପଛରେ ପକାଇଲେ

ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ ସହ ୩୦୦୦ ରନ ହାସଲ କରିବାରେ ସେ ଭାରତ ତଥା ଏସିଆ ମହାଦେଶର ସବୁଠାରୁ ଦ୍ରୁତତମ ଖେଳାଳି ହୋଇଯାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Wicket

Wicket

ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଖାଲେଦ ଅହମଦଙ୍କୁ ଆଉଟ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଖାଲେଦଙ୍କୁ ଆଉଟ କରି ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୩୦୦ତମ ୱିକେଟ ଦଖଲ କରିଛନ୍ତି।

Advertisment

ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ ସହ ୩୦୦୦ ରନ ହାସଲ କରିବାରେ ସେ ଭାରତ ତଥା ଏସିଆ ମହାଦେଶର ସବୁଠାରୁ ଦ୍ରୁତତମ ଖେଳାଳି ହୋଇଯାଇଛନ୍ତି।

ରବୀନ୍ଦ୍ର ଜାଡେଜା ତୃତୀୟ ଭାରତୀୟ ଭାବେ ଏହି କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି। ଜାଡେଜାଙ୍କ ବ୍ୟତୀତ କପିଲ ଦେବ ଓ ରବିଚନ୍ଦ୍ରନ ଅଶ୍ୱିନ ଏପରି ରେକର୍ଡର ଅଧିକାରୀ ରହିଛନ୍ତି। ତେବେ ବାମହାତୀ ଜାଡେଜା ୩୦୦ ୱିକେଟ ଓ ୩ ହଜାର ରନ କରିବାରେ ଅଶ୍ୱିନ ଓ କପିଲ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଉଭୟଙ୍କ ଠାରୁ କମ ଇନିଂସ ଖେଳି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। କପିଲ ଦେବ ୮୩ଟି ଓ ଅଶ୍ୱିନ ୮୮ଟି ମ୍ୟାଚ୍‌ରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। କିନ୍ତୁ ଜାଡେଜା ୭୩ଟି ମ୍ୟାଚ୍‌ରେ ୩୦୦ ୱିକେଟ ଓ ୩ ହଜାର ରନ କରିପାରିଛନ୍ତି।

ବିଶ୍ୱ ଟେଷ୍ଟ କ୍ରିକେଟ କଥା ବିଚାରକୁ ନେଲେ ଏହି ରେକର୍ଡ କରିବାରେ ଜାଡେଜା ଦ୍ୱିତୀୟ ଦ୍ରୁତତମ ଖେଳାଳି। ପ୍ରଥମ ସ୍ଥାନରେ ଇଂଲଣ୍ଡର ଇଆନ ବୋଥାମ ରହିଛନ୍ତି। ସେ ୭୨ଟି ଟେଷ୍ଟରେ ୩୦୦ ୱିକେଟ ନେବା ସହ ୩ ହଜାର ରନ କରିଥିଲେ। ଜାଡେଜା ୭୩ତମ ମ୍ୟାଚରେ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି।

ଅନ୍ୟପକ୍ଷରେ ଜାଡେଜା ୭ମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ ନେଇଛନ୍ତି। ସେ ୧୭୪୨୮ଟି ବଲରେ ଏହି ମାର୍କ ଛୁଇଁ ଥିବା ବେଳେ ତାଙ୍କ ଉପରେ ଅଶ୍ୱିନ ରହିଛନ୍ତି। ସେ ୧୫୬୩୬ଟି ବଲରେ ୩୦୦ ୱିକେଟ ନେଇଥିଲେ।

ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ ନେଇଥିବା ଅନ୍ୟ ଭାରତୀୟମାନେ ହେଲେ ଅନୀଲ କୁମ୍ବଲେ(୬୧୯), ଅଶ୍ୱିନ(୫୨୪), କପିଲ ଦେବ(୪୩୪), ହରଭଜନ ସିଂହ(୪୧୭), ଈଶାନ୍ତ ଶର୍ମା(୩୧୧) ଓ ଜହିର ଖାନ(୩୧୧)। 

ମ୍ୟାଚ୍‌ କଥା ବିଚାରକୁ ନେଲେ ବର୍ଷା ଯୋଗୁ ଦୁଇ ଦିନ ଖେଳ ହୋଇ ନଥିବା ବେଳେ ଆଜି ୪ର୍ଥ ଦିନରେ ବାଂଲାଦେଶ ତା’ର ପ୍ରଥମ ଇନିଂସ ୧୦୭/୩ରୁ ଆରମ୍ଭ କରିଥିଲା। ଦଳ ପାଇଁ ମୋମିନୁଲ ହକ ଅପରାଜିତ ୧୦୭ କରିଥିଲେ ହେଁ ପୂରା ଟିମ ୨୩୩ ରନରେ ଅଲଆଉଟ ହୋଇଯାଇଛି।

ଭାରତ ତା’ର ପ୍ରଥମ ଇନିଂସକୁ ଟି-୨୦ ଷ୍ଟାଇଲରେ ଖେଳିବା ସହ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଛି। ଭାରତ ପାଇଁ ଯଶସ୍ୱୀ ଜୈସୱାଲ ବିସ୍ଫୋରକ ୭୨ ରନର ଇନିଂସ ଖେଳିଛନ୍ତି।

Ravindra Jadeja Test Cricket Test Match