Advertisment

ଚେନ୍ନାଇକୁ ବଡ଼ ଝଟକା, ଆଇପିଏଲରୁ ଜାଡେଜା ଆଉଟ

ମୁମ୍ବାଇ: ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି। ଚେନ୍ନାଇକୁ ଚଳିତ ବର୍ଷ ପ୍ଲେ ଅଫ ଦୌଡ଼ରେ ରହିବାକୁ ହେଲେ ବାକି ୩ଟି ଯାକ ମ୍ୟାଚ୍‌ ଜିତିବା ପଡ଼ିବ। ଯଦି […]

ଚେନ୍ନାଇକୁ ବଡ଼ ଝଟକା, ଆଇପିଏଲରୁ ଜାଡେଜା ଆଉଟ

Jadeja

Advertisment

ମୁମ୍ବାଇ: ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି।

Advertisment

ଚେନ୍ନାଇକୁ ଚଳିତ ବର୍ଷ ପ୍ଲେ ଅଫ ଦୌଡ଼ରେ ରହିବାକୁ ହେଲେ ବାକି ୩ଟି ଯାକ ମ୍ୟାଚ୍‌ ଜିତିବା ପଡ଼ିବ। ଯଦି ଦଳ ଗୋଟିଏ ବି ମ୍ୟାଚ୍‌ ହାରିବ, ତା’ହେଲେ ପ୍ଲେଅଫ ଖେଳିବା ସ୍ୱପ୍ନ ଅଧା ରହିଯିବ। ଏସବୁ ଭିତରେ ହିଁ ଜାଡେଜା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥ କହିଛନ୍ତି, “ଜାଡେଜାଙ୍କ ଛାତି ପାଖରେ ଆହତ ସମସ୍ୟା ରହିଛି। ଏହି କାରଣରୁ ମେଡିକାଲ ଟିମ୍‌ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସେ ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।” ଆହତ ସମସ୍ୟା ଯୋଗୁ ଜାଡେଜା ରବିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ମଧ୍ୟ ଖେଳି ନଥିଲେ।

Advertisment

ହେଲେ ରବିବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ୯୧ ରନ୍‌ରେ ଜିତିଥିଲା। ତେଣୁ ଆସନ୍ତାକାଲି ମୁମ୍ବାଇ ବିପକ୍ଷରେ ମଧ୍ୟ ସମାନ ଜଲୱା ଦେଖାଇବ ବୋଲି ଫ୍ୟାନମାନେ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲର ଦୁଇ ଦିନ ପୂର୍ବରୁ ଜାଡେଜା ଚେନ୍ନାଇର ଅଧିନାୟକ ପଦ ପାଇଥିଲେ। ହେଲେ ୮ ମ୍ୟାଚ୍‌ରୁ ୬ଟି ହାରିବା ପରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଅଧିନାୟକ ପଦ ଫେରାଇ ଦେଇଥିଲେ। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୩ଟି ମ୍ୟାଚ୍‌ରୁ ୨ଟିରେ ଜିତିଛି। ଏବେ ଦଳ ପ୍ଲେଅଫ ଯୋଗ୍ୟତା ହାସଲ ପାଇଁ ସଂଘର୍ଷ କରୁଛି। ଜାଡେଜା ଚଳିତ ସିଜିନରେ ୧୦ଟି ମ୍ୟାଚ୍ ଖେଳି ମାତ୍ର ୧୧୬ ରନ୍ କରିପାରିଥିଲେ। ସେହିପରି ସେ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe