ଫେରିବେ ଜାଡେଜା, ଯିବେ କୋହଲି!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଜାଡେଜା ବର୍ତ୍ତମାନ ପୂରା ଫିଟ୍ ହୋଇସାରିଛନ୍ତି ଏବଂ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ସେ ଉପଲବ୍ଧ ହେବେ। ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଓ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। ଅନ୍ୟପକ୍ଷରେ ବିରାଟ୍ କୋହଲି ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ମିଡିଆ ରିପୋର୍ଟରେ ଜଣାପଡ଼ିଛି। ଜାଡେଜା ଶେଷଥର ଲାଗି ନ୍ୟୁଜିଲ୍ୟାଣ୍ଡ […]

kohli-and-jaddu

kohli-and-jaddu

Ranjit Kumar Jena
  • Published: Friday, 18 February 2022
  • Updated: 18 February 2022, 06:21 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଜାଡେଜା ବର୍ତ୍ତମାନ ପୂରା ଫିଟ୍ ହୋଇସାରିଛନ୍ତି ଏବଂ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ସେ ଉପଲବ୍ଧ ହେବେ। ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଓ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। ଅନ୍ୟପକ୍ଷରେ ବିରାଟ୍ କୋହଲି ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ମିଡିଆ ରିପୋର୍ଟରେ ଜଣାପଡ଼ିଛି।

ଜାଡେଜା ଶେଷଥର ଲାଗି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଖେଳିଥିଲେ। ଆହତ ଜାଡେଜା ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ନିଜ ଫିଟନେସ୍ ଉପରେ କାମ କରୁଥିଲେ। ହେଲେ ଏବେ ସେ ଫିଟ୍ ଅଛନ୍ତି ଏବଂ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଜାଡେଜାଙ୍କ ସହ ଯଶପ୍ରୀତ ବୁମ୍ରା ମଧ୍ୟ ଏହି ସିରିଜରେ କମବ୍ୟାକ୍ କରିବେ। ଦୁଇ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇନଥିଲା। ବୁମ୍ରା, ଜାଡେଜା ଓ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ସୂଚନା ଦେଇଥିଲା।

ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବିରାଟ୍ କୋହଲି ଖେଳିନପାରନ୍ତି। ଏହି ସିରିଜ୍ ପାଇଁ କୋହଲିଙ୍କୁ ବିଶ୍ରାମ ମିଳିପାରେ। ହେଲେ ତାଙ୍କର ଟେଷ୍ଟ ସିରିଜରେ ଖେଳିବା ନିଶ୍ଚିତ। ମୋହାଲିରେ କୋହଲି ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। ଯଦି କୋହଲି ପ୍ରଥମ ଟେଷ୍ଟ ନଖେଳନ୍ତି, ତାହେଲେ ତାଙ୍କର ୧୦୦ତମ ଟେଷ୍ଟ ବେଙ୍ଗାଲୁରୁରେ ହୋଇପାରେ।

ରିପୋର୍ଟ ମୁତାବକ, ଶ୍ରୀଲଙ୍କା ବପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପଟେନର ଘୋଷଣା କରାଯିବ। ରୋହିତ୍ ଶର୍ମା ହିଁ ଭାରତର ପରବର୍ତ୍ତୀ ଟେଷ୍ଟ କ୍ୟାପଟେନ୍ ହୋଇପାରନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ କୋହଲି ଟେଷ୍ଟ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଚୟନ ପୂର୍ବରୁ ନୂଆ ଟେଷ୍ଟ କ୍ୟାପଟେନଙ୍କର ନାଁ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୨୬ ଓ ୨୮ରେ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହା ପରେ ମାର୍ଚ୍ଚ ୪ ତାରିଖରୁ ପ୍ରଥମ ଟେଷ୍ଟ ମୋହାଲି ଏବଂ ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story