ପତ୍ନୀଙ୍କ ସହ ଜାଡେଜା (ଫାଇଲ ଫଟୋ)
ଗୁଜରାଟର ମନ୍ତ୍ରୀ ତଥା ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା(Ravindra Jadeja)ଙ୍କ ପତ୍ନୀ ରିଭାବାଙ୍କ ଗୋଟିଏ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ରିଭାବା ନିଜ ସ୍ୱାମୀ ରବୀନ୍ଦ୍ର ଜାଡେଜାଙ୍କ ପ୍ରଶଂସା କରିବା ସମୟରେ ଅନ୍ୟ ଭାରତୀୟ କ୍ରିକେଟରମାନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ତାଙ୍କର ନିଶା ସେବନ ଦାବି ପରେ ସମସ୍ତେ ଭାରତୀୟ କ୍ରିକେଟରମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି।
ଗୁଜରାଟର ଦ୍ୱାରକାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ରିଭାବା ଜାଡେଜା କ୍ରିକେଟ ଟିମର ଖରାପ ଅଭ୍ୟାସ ସମ୍ପର୍କରେ କହିଛନ୍ତି। ଏଥିସହ ହାଇ ପ୍ରୋଫାଇଲ ଆଥେଲଟମାନେ ସାମ୍ନାକୁ କରୁଥିବା ନୈତିକ ପସନ୍ଦ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି।
ରିଭାବା କହିଛନ୍ତି, “ମୋ ସ୍ୱାମୀ କ୍ରିକେଟର ରବୀନ୍ଦ୍ର ଜାଡେଜା ମ୍ୟାଚ ଖେଳିବା ପାଇଁ ଲଣ୍ତନ, ଦୁବାଇ ଓ ଅଷ୍ଟ୍ରେଲିଆ ଭଳି ସ୍ଥାନକୁ ଯାଆନ୍ତି। ସେ ବିଭିନ୍ନ ଦେଶକୁ ଯାଉଥିଲେ ହେଁ ଆଜି ଯାଏ କେବେ ହେଲେ ବି କୌଣସି ପ୍ରକାରର ନିଶା କିମ୍ବା ଖରାପ ଜିନିଷକୁ ଛୁଇଁ ନାହାନ୍ତି। କାରଣ ସେ ନିଜର ଦାୟିତ୍ୱକୁ ଠିକ ଭାବେ ବୁଝିଛନ୍ତି। ଦଳର ବାକି ସମସ୍ତ ସଦସ୍ୟ ଖରାପ ଅଭ୍ୟାସରେ ଲିପ୍ତ। କିନ୍ତୁ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ।”
ମନ୍ତ୍ରୀ ରିଭାବା ଆହୁରି କହିଛନ୍ତି ଯେ “ମୋ ସ୍ୱାମୀ ୧୨ ବର୍ଷ ଧରି ଘରୁ ଠାରୁ ଦୂରରେ ରହୁଛନ୍ତି। ସେ ନିଜ ଇଚ୍ଛାରା ଚାହିଁଲେ କିଛି ବି କରିପାରିବେ। କିନ୍ତୁ ସେ ନିଜର ନୈତିକ କର୍ତ୍ତବ୍ୟକୁ ଭଲ ଭାବେ ବୁଝିଛନ୍ତି। ତାଙ୍କ କ’ଣ କରିବାର ଅଛି, ସେବିଷୟରେ ସେ ବେଶ ଭଲ ଭାବେ ଅବଗତ।”
ତେବେ ଟିମର ବାକି ସମସ୍ତ ସଦସ୍ୟ ଖରାପ ଅଭ୍ୟାସରେ ଲିପ୍ତ ଥିବା ବୟାନ ବିତର୍କର କାରଣ ସାଜିଛି। କ’ଣ ଟିମ ଇଣ୍ଡିଆର ବାକି ସଦସ୍ୟ କ୍ରିକେଟ ଟୁର ବେଳେ ନିଶା ସେବନ କରନ୍ତି? କ’ଣ ସେମାନେ ଖରାପ କାମରେ ଲିପ୍ତ ରୁହନ୍ତି ବୋଲି ସମସ୍ତେ ପ୍ରଶ୍ନ କରିବାରେ ଲାଗିଛନ୍ତି। ତେବେ ଏ ସମ୍ପର୍କରେ ଜାଡେଜା କିମ୍ବା ତାଙ୍କ ପତ୍ନୀ ଏଯାଏ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦେଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/12/jadeja-2025-12-12-15-48-01.jpg)