Advertisment

ଟାର୍ଗେଟ ୩୮୯, ଦୁଇ ଓପନରଙ୍କ ସହ ମିଚେଲଙ୍କୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

ଧର୍ମଶାଳାରେ ୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ଡେଭନ କନୱେ ଓ ୱିଲ ୟଙ୍ଗ ବିସ୍ଫୋରକ ଆରମ୍ଭ କରିଥିଲେ।

author-image
Hemant Lenka
NZ

NZ

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ବିଶାଳ ୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ବିସ୍ଫୋରକ ଆରମ୍ଭ କରିଥିଲ ହେଁ ଏଯାଏ ମ୍ୟାଚକୁ ନିଜୟ ନିୟନ୍ତ୍ରଣକୁ ଆଣି ପାରି ନାହିଁ। ନ୍ୟୁଜିଲ୍ୟାଣ୍ଡ ଦଳର ଦୁଇ ଓପନରଙ୍କ ସମେତ ଇନଫର୍ମ ଡାରେଲ ମିଚେଲଙ୍କ ୱିକେଟ ହରାଇ ବ୍ୟାକଫୁଟକୁ ଠେଲି ହୋଇ ଯାଇଛି। କିନ୍ତୁ ରଚିନ ରବୀନ୍ଦ୍ର ଅର୍ଦ୍ଧଶତକ କ୍ରିଜ୍‌ରେ ଥିବାରୁ କ୍ୱିୱି ଟିମର ବିଜୟ ଆଶା ଏବେ ବି ଉଜ୍ଜୀବିତ ରହିଛି।

Advertisment

ଧର୍ମଶାଳାରେ ୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ଡେଭନ କନୱେ ଓ ୱିଲ ୟଙ୍ଗ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି କନୱେଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ୭ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୬୧ ରନରେ ମଧ୍ୟ ପହଞ୍ଚାଇ ଦେଇଥିଲେ।

କିନ୍ତୁ ୧୭ ବଲରେ ୨୮ ରନ କରିଥିବା କନୱେଙ୍କୁ ଜୋଶ ହେଜେଲଉଡ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ କ୍ୟାଚ ଶଟ ଫାଇନ ଲେଗରେ ଫିଲ୍ଡିଂ କରିଥିବା ମିଚେଲ ଷ୍ଟାର୍କ ଡାଇଭ ମାରି ଧରି ପକାଇଥିଲେ।

Advertisment

ସେହିପରି ଆଉ ୧୧ ରନ ପରେ ୱିଲ ୟଙ୍କ(୩୭) ହେଜେଲଉଡଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏତିକି ବେଳେ  ଦୁଇ ଇନଫର୍ମ ବ୍ୟାଟର ରବୀନ୍ଦ୍ର ଓ ମିଚେଲ ସ୍ଥିତି ସମ୍ଭାଳିଥିଲା। ଭାରତ ବିପକ୍ଷରେ ଶତକ ହାସଲ କରିଥିବା ମିଚେଲ ବଡ଼ବଡ଼ ଶଟ ଖେଳିଥିଲେ। ରବୀନ୍ଦ୍ର ମଧ୍ୟ ଚୌକା ମାରିବାକୁ ଆଦୌ ପଛାଇ ନଥିଲେ। ଏସବୁ ଭିତରେ ମିଚେଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

୫୦ ରନ ପୂରଣ କରିବା ପରେ ସେ ଛକା ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବାଉଣ୍ଡରୀରେ ଷ୍ଟାର୍କଙ୍କ ହାତରେ କ୍ୟାଚ୍‌ କରାଇ ଆଡାମ ଜାମ୍ପା ଅଷ୍ଟ୍ରେଲିଆକୁ ୩ୟ ଝଟକା ଦେଇଥିଲେ। ମିଚେଲ ଆଜି ୫୧ ବଲରେ ୫୪ ରନ କରିଛନ୍ତି। ଏଥିରେ ୬ଟି ଛକା ଓ ଗୋଟିଏ ଛକା ରହିଛି।

ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୬୮ ଥିଲା। ଏତିକି ବେଳେ ରବୀନ୍ଦ୍ରଙ୍କ ସାଥ ଦେବାକୁ ଟମ ଲାଥମ ଆସିଥିଲେ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଆଡ଼କୁ ନେବାକୁ ଚେଷ୍ଟା କରୁଛନ୍ତି। ସେହିପରି ରବୀନ୍ଦ୍ର ମଧ୍ୟ ଛକା ମାରି ୪୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୩୦ ଓଭର୍‌ରେ ୩ ୱିକେଟ ହରାଇ ୨୦୮ ରନ କରି ନେଇଛି। ରବୀନ୍ଦ୍ର ୬୨ ଓ ଲାଥମ ୧୬ ରନ କରି ଅପରାଜିତ ରହିଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023