ମୁମ୍ବାଇ ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କଲେ ରାୟୁଡୁ

ନୂଆଦିଲ୍ଲୀ: ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୪ ୱିକେଟ୍ ହରାଇ ୨୧୮ ରନର ବଡ଼ ସ୍କୋର କରିଛି । ଏହି ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇକୁ ୨୧୯ ରନ୍ କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ […]

ambati-rayudu

ambati-rayudu

Ranjit Kumar Jena
  • Published: Saturday, 01 May 2021
  • Updated: 01 May 2021, 09:29 PM IST

Sports

Latest News

ନୂଆଦିଲ୍ଲୀ: ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୪ ୱିକେଟ୍ ହରାଇ ୨୧୮ ରନର ବଡ଼ ସ୍କୋର କରିଛି । ଏହି ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇକୁ ୨୧୯ ରନ୍ କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ । ସେହିପରି ଡୁପ୍ଲେସିସ୍ ୫୦ ଓ ମୋଇନ୍ ୫୮ ରନର ଇନିଂସ୍ ଖେଳିଥିଲେ ।

ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଓପ୍ନର ଋତୁରାଜ ଗାଏକ୍ୱାଡ୍ ମାତ୍ର ୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ । ତେବେ ଅନ୍ୟତମ ଓପ୍ନର ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀ ଜବରଦସ୍ତ ବ୍ୟାଟିଂ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୦୮) ଭାଗିଦାରୀ କରି ଚେନ୍ନାଇକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ଡୁପ୍ଲେସିସ୍ ୨୭ ବଲରେ ଓ ମୋଇନ୍ ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟିମର ସ୍କୋର ୧୧୨ ଥିବା ବେଳେ ମୋଇନଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ । ସେହିପରି ଡୁପ୍ଲେସିସଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ କାଇରନ୍ ପୋଲାର୍ଡ । ମୋଇନ୍ ୩୬ ବଲରେ ୫ ଚୌକା ଓ ୫ ଛକା ସହ ୫୮ ଓ ଡୁପ୍ଲେସିସ୍ ୨୮ ବଲରେ ୨ ଚୌକା ଓ ୪ ଛକା ସହ ୫୦ ରନ୍ କରିଥିଲେ । ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା (୨) କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ମଧ୍ୟ ପୋଲାର୍ଡ ଆଉଟ୍ କରିଥିଲେ । ୪ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା । କିନ୍ତୁ ଅମ୍ବାତି ରାୟୁଡୁ ଟିମର ଗତି କମ୍ କରିବାକୁ ଦେଇନଥିଲେ । ସେ ମୁମ୍ବାଇର ଷ୍ଟାର୍ ବୋଲର ବୁମ୍ରା ଓ ବୋଲ୍ଟଙ୍କୁ ନିର୍ଧୁମ ଧୁଲେଇ କରିଥିଲେ ।

ଏହିପରି ଭାବେ ରାୟୁଡୁ ମାତ୍ର ୨୦ ବଲରେ ଅର୍ଦ୍ଧଶତକ ମାରିଥିଲେ । ତାଙ୍କୁ ରବୀନ୍ଦ୍ର ଜାଡେଜା ମଧ୍ୟ ଭରପୂର ସହଯୋଗ କରିଥିଲେ । କିନ୍ତୁ ରାୟୁଡୁଙ୍କ ତୁଳନାରେ ଜାଡେଜା ଧିମା ବ୍ୟାଟିଂ କରିଥିଲେ । ରାୟୁଡୁ ଓ ଜାଡେଜା ଶେଷ ୪୮ ବଲରେ ୧୦୨ ରନ୍ ଯୋଡ଼ି ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ମୁମ୍ବାଇ ପକ୍ଷରୁ ପୋଲାର୍ଡ ୨ଟି, ବୋଲ୍ଟ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story