ଧୋନିଙ୍କ ସହ ଖେଳିବା ସମ୍ମାନର ବିଷୟ: କ୍ରିକେଟର ସବୁ ଫର୍ମାଟରୁ ରାୟୁଡୁଙ୍କ ଅବସର

ମଙ୍ଗଳବାର ରାୟୁଡୁ ଟ୍ୱିଟ କରି ସବୁ ଫର୍ମାଟରୁ ଅବସର ନେଉଥିବା ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହି ଭେଟରାନ ବ୍ୟାଟର ଜଣଙ୍କ ଆଇପିଏଲର ଦୁଇ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି। ୨୦୧୯ ମାର୍ଚ୍ଚ ପରଠାରୁ ସେ ଆଉ ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନାହାନ୍ତି।

IPL

ଆଇପିଏଲ ଟ୍ରଫି ସହ ରାୟୁଡୁ

Hemant Lenka
  • Published: Tuesday, 30 May 2023
  • Updated: 30 May 2023, 09:06 PM IST

ଆଇପିଏଲର ଫାଇନାଲ ପୂର୍ବରୁ ଅବସର ଘୋଷଣା କରିଥିବା ଷ୍ଟାର ବ୍ୟାଟର ଅମ୍ବାତି ରାୟୁଡୁ ଆଜି ବିଧିବଦ୍ଧ ଭାବେ ଗୋଟିଏ ବିବୃତି ଜାରି କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ଆଇପିଏଲରେ ୫ମ ଟ୍ରଫି ଜିତିବା ପରେ ରାୟୁଡୁ ଭାରତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି।

ଚେନ୍ନାଇର ଏହି ଷ୍ଟାର ବ୍ୟାଟର ଜଣଙ୍କ ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ରାୟୁଡୁ ନିଜର ଶେଷ ଆଇପିଏଲ ମ୍ୟାଚ୍‌ ଖେଳୁଥିବାରୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଟ୍ରଫି ତାଙ୍କ ହାତରେ ଦେଇଥିଲେ। ଆଜି ରାୟୁଡୁ ନିଜର ଅବସର ଘୋଷଣା ବିବୃତିରେ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଧୋନିଙ୍କ ସହ ଖେଳିବା ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

ରାୟୁଡୁ କହିଛନ୍ତି, “ଏଥର ଆଇପିଏଲ ଜିତିବା ଗୋଟିଏ ସ୍ୱତନ୍ତ୍ର ଓ ବେଶ ଭାବପ୍ରବଣ କରୁଛି। ଏପରି ଏକ ବିରାଟ ସମୟରେ ମୁଁ ଭାରତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରୁଛି। ମୁଁ ଛୋଟ ପିଲା ବେଳେ ଘରେ ବ୍ୟାଟ ଧରି ଟେନିସ ବଲ ଖେଳିବା ସମୟରେ ଭାବି ନଥିଲି ଯେ ଏହି ସୁନ୍ଦର ଯାତ୍ରା ୩ ଦଶନ୍ଧି ଧରି ଚାଲିବ।”

Also Read

ତେବେ ଘରୋଇ କ୍ରିକେଟରେ ସେ ଖେଳିବା ଜାରି ରଖିଥିଲେ। ଗତ ସିଜିନରେ ସେ ବରୋଦା ପାଇଁ ଖେଳିଥିଲେ। ବିଜୟ ହଜାରେ ଟ୍ରଫିରେ ସେ ବରୋଦା ପାଇଁ ୨୦୨୨-୨୩ ସଂସ୍କରଣରେ ୬ଟି ମ୍ୟାଚ ଖେଳି ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ରାୟୁଡୁ କହିଛନ୍ତି, “ମୋ ଦେଶକୁ ଅଣ୍ଡର ୧୫ରୁ ଆରମ୍ଭ କରି ଶୀର୍ଷ ସ୍ତର ଯାଏ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବଡ଼ କଥା। ୨୦୧୩ରେ ମୁଁ ପ୍ରଥମଥର ପାଇଁ ଭାରତ ଖେଳିବାକୁ କ୍ୟାପ୍‌ ପାଇଥିଲି। ସେକଥା ମୋର ଏବେ ବି ମନେ ଅଛି। ଏହି ସ୍ମରଣୀୟ ମୁହୂର୍ତ୍ତ ସବୁଦିନ ମୋ ସହ ରହିବ।”

୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ୩୭ ବର୍ଷୀୟ ରାୟୁଡୁ ୫୫ଟି ଦିନିକିଆ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଆନ୍ଧ୍ର ପ୍ରଦେଶର ଏହି କ୍ରିକେଟର ଜଣଙ୍କ ଦିନିକିଆରେ ୩ଟି ଶତକ ସହ ୧୬୯୪ ରନ ହାସଲ କରିଥିଲେ। ୨୦୦୪ରେ ରାୟୁଡୁ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ମଧ୍ୟ ଖେଳିଥିଲେ।

ଏହାପରେ ସେ ଭାରତର ସିନିୟର ଟିମରେ ସୁଯୋଗ ପାଇଥିଲେ। ଭାରତ ପାଇଁ ଗୋଟିଏ ସମୟରେ ଭଲ କ୍ରିକେଟ ଖେଳୁଥିବା ରାୟୁଡୁଙ୍କୁ ଶେଷ ମୁହୂର୍ତ୍ତରେ ୨୦୧୯ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲା।

୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରାୟୁଡୁ ଆଇପିଏଲ ଖେଳିବା ଆରମ୍ଭ କରିଥିଲେ। ମୁମ୍ବାଇ ସହ ସେ ୨୦୧୩, ୨୦୧୫ ଓ ୨୦୧୭ରେ ଟ୍ରଫି ଜିତିଥିଲେ। ୨୦୧୮ରେ ସେ ଚେନ୍ନାଇକୁ ଆସିବା ସହ ପୁଣି ଟ୍ରଫି ଜିତିଥିଲେ। ୨୦୨୧ ଓ ୨୦୨୩ରେ ଚେନ୍ନାଇ ରାୟୁଡୁଙ୍କ ସମୟରେ ଚାମ୍ପିୟନ ହୋଇଛି।

ସେ କହିଛନ୍ତି, “କ୍ୟାପ୍ଟେନ ଧୋନି ଭାଇଙ୍କ ସହ ସିଏସକେ ଓ ଟିମ ଇଣ୍ଡିଆ ପାଇୱ ଖେଳିବା ସମ୍ମାନର ବିଷୟ। ଉଭୟ ପଡ଼ିଆ ଭିତରେ ଓ ବାହାରେ ଦୁଇ ଦଶନ୍ଧି ଧରି ଆମ ସହ ବହୁତ ସ୍ମରଣୀୟ ଘଟଣା ଘଟିଛି। ଏହା ମୋ ହୃଦୟରେ ସବୁବେଳେ ରହିବ।” ରାୟୁଡୁ ବିସିସିଆଇ ଠାରୁ ବିଭିନ୍ନ ଘରୋଇ କ୍ରିକେଟ ସହ ଓ ନିଜ ପରିବାର ଲୋକଙ୍କୁ ସବୁ ପ୍ରକାରର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story