Advertisment

ଇତିହାସ ରଚିଲା RCB, ଜିତିଲା WPL ଟ୍ରଫି

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capital) ୱିମେନକୁ ହରାଇ ଚାମ୍ପିଅନ୍ ହୋଇଛି RCB।

RCB Team

RCB Team

Advertisment

WPLରେ ଚାମ୍ପିଅନ୍ ହୋଇ ଇତିହାସ ରଚିଲା RCB (Royal Challengers Bangalore )। RCB ୱିମେନ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍ ହୋଇଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capital) ୱିମେନକୁ ହରାଇ ଚାମ୍ପିଅନ୍ ହୋଇଛି RCB।

Advertisment

ସ୍ମତି ମନ୍ଦାନାଙ୍କ ନେତୃତ୍ୱରେ ମହିଳା ପ୍ରିମିୟର ଲିଗ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ ରନ୍ କରିଥିଲା। RCB ୧୯ ଓଭର ୩ ବଲ୍‌ରେ ୨ ୱିକେଟ ହରାଇ କରିଥିଲା ୧୧୫ ରନ୍।  ଏଥିସହ ଦଳ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍ ବନିଛି ।

RCBର ମୋଲିନକ୍ସ ତିନୋଟି ୱିକେଟ ନେଇଥିବା ବେଳେ ଶ୍ରେୟଙ୍କା ୪ଟି ୱିକେଟ ନେଇଛନ୍ତି। ସେହିଭଳି ଆଶା ଶୋଭାନା ଦୁଇଟି ୱିକେଟ ନେଇ ବିପକ୍ଷ ଦଳକୁ ବଡ଼ ସ୍କୋର୍ କରିବାରୁ ରୋକିଥିଲେ । ଯାହା ଟାଇଟଲ ହାତେଇବାରେ ସକ୍ଷମ ହୋଇଛି ।

Advertisment

RCBର ଏଲିସି ପ୍ୟାରୀ ବାଇଗଣୀ କ୍ୟାପ୍ , ଶ୍ରୀୟଙ୍କା ପାଟିଲଙ୍କୁ ନାରଙ୍ଗୀ କ୍ୟାପ୍ ଓ ଶ୍ରଷ୍ଠ ଖେଳାଳୀ ଭାବେ ସୋଫି ମାଲିନକ୍ସ ପୁରସ୍କୃତ କରାଯାଇଛି ।

WPL 2024 RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe