Advertisment

ରାଜସ୍ଥାନ ରୟାଲ୍ସକୁ ୭ ରନ୍‌ରେ ହରାଇଲା ଆରସିବି

ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୭ ରନ୍‌ରେ ପରାସ୍ତ କରିଛି।

RCB

RCB

Advertisment

ବାଙ୍ଗାଲୋର: ଆଜି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୭ ରନ୍‌ରେ ପରାସ୍ତ କରିଛି। ୧୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ମାତ୍ର ୧୮୨ ରନ୍‌ କରିପାରିଥିଲା।

Advertisment

ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବିରାଟ କୋହଲିଙ୍କ ବାଙ୍ଗାଲୋର ଟିମ୍‌ ବ୍ୟାଟିଂ କରିଥିଲା। ବାଙ୍ଗାଲୋର ପାଇଁ ଅଧିନାୟକ ବିରାଟ କୋହଲି ଓ ଡୁପ୍ଲେସିସ ପାଳି ଆରମ୍ଭ କରିଥିଲେ। ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ପ୍ରଥମ ବଲ୍‌ରେ ବିରାଟ କୋହଲି ଆଉଟ୍‌ ହୋଇ ପାଭଲିଅନକୁ ଫେରି ଯାଇଥିଲେ। ସେହିପରି ମାତ୍ର ୧୨ ରନ୍‌ରେ ଦଳକୁ ଦ୍ୱିତୀୟ ଝଟକା ଲାଗିଥିଲା। ସହବାଜ ଅହମଦ ୪ଟି ବଲ୍‌ ସାମ୍ନା କରି ମାତ୍ର ୨ ରନ୍‌ ସଂଗ୍ରହ ପରେ ଆଉଟ୍‌ ହୋଇଥିଲେ। ତେବେ ପରେ ବାଙ୍ଗାଲୁରୁ ଟିମ୍‌ର ବିସ୍ଫୋରକ ୨ ବ୍ୟାଟର ଡୁପ୍ଲେସିସି ଓ ମେକ୍ସୱେଲ ୩ୟ ୱିକେଟ ପାଇଁ ୧୨୭ ରନ୍‌ ସଂଗ୍ରହ କରିଥିଲେ। ଡୁପ୍ଲେସିସି ୪୪ଟି ବଲ୍‌ ଖେଳି ୭୭ ରନ୍(୬ଟି ଚୌକା ଓ ୪ଟି ଛକା) କରିଥିଲେ। ସେହିପରି ମେକ୍ସୱେଲ ୩୯ଟି ବଲ୍‌ରୁ ୬୨ ରନ୍‌(୮ଟି ଚୌକା ଓ ୨ଟି ଛକା) କରିଥିଲେ। ପରେ ଦିନେଶ କାର୍ତ୍ତିକ ୨ଟି ଚୌକା ସହାୟତାରେ ୧୬ ରନ୍‌ କରିଥିଲେ। ବାଙ୍ଗାଲୋରର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ଦଳ ୧୮୯ ରନ୍‌ ସଂଗ୍ରହ କରିଥିଲା।

ରାଜସ୍ଥାନ ପାଇଁ ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମା ୨ଟି ଲେଖାଏଁ ୱିକେଟ‌ ନେଇଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ୱିନ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

Advertisment

ଟାର୍ଗେଟ ପିଛା କରି ରାଜସ୍ଥାନ ପକ୍ଷରୁ ସର୍ବାଧିକ ସ୍କୋର ଦେବଦୂତ ପଡ୍ଡୀକଲ(୩୪ଟି ବଲ୍‌ ଖେଳି ୫୨ ରନ୍‌) କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଯଶସ୍ୱୀ ଜୟସ୍ୱାଲ ୪୭ ରନ୍‌(୩୭ଟି ବଲ୍‌, ୫ଟି ଚୌକା, ୨ଟି ଛକା), ଧ୍ରୁବ ଜୁର୍ଲେ ୩୪ ରନ୍‌(୧୬ ବଲ୍, ୨ ଚୌକା, ୨ ଛକା), ରବିଚନ୍ଦ୍ରନ ଅଶ୍ୱିନ ୧୨ ରନ୍‌ କରିଥିଲେ। ଅନ୍ୟମାନଙ୍କର ପ୍ରଦର୍ଶନ କିଛି ଖାସ୍ ନ ଥିଲା। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ମାତ୍ର ୧୮୨ ରନ୍‌ କରିପାରିଥିଲା।

ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମହମ୍ମଦ ସିରାଜ ଓ ଡେଭିଡ ୱେଲିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe