/odisha-reporter/media/post_attachments/uploadimage/library/16_9/16_9_0/RCB_1710516822.jpg)
RCB
ଆଉ ଗୋଟିଏ ସପ୍ତାହ ପରେ ଆଇପିଏଲର ୨୦୨୪ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନୂଆ ନାଁରେ ଖେଳିପାରେ।
ପ୍ରାଞ୍ଚାଇଜ ପକ୍ଷରୁ ଗୋଟିଏ ପ୍ରମୋସନାଲ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରୁ ସଙ୍କେତ ମିଳିଛି ଯେ ଟିମ ମ୍ୟାନେଜମେଣ୍ଟ ରୟାଲ ଚ୍ୟାଲେଞର୍ସ ବାଙ୍ଗଲୋରର ନାଁ ବଦଳାଇବାକୁ ଯାଉଛି।
ଆକଳନ ଅନୁଯାୟୀ, ରୟାଲ ଚ୍ୟାଲେଞ୍ଜର୍ସ ଟିମରୁ ବାଙ୍ଗଲୋର ଶବ୍ଦ ହଟିବ। ବାଙ୍ଗଲୋର ବଦଳରେ ପ୍ରାଞ୍ଚଇଜର ନାଁ ବେଙ୍ଗାଲୁରୁ ରହିବ। ସହରର ନାଁ ବେଙ୍ଗାଲୁରୁ ହୋଇଥିବା ବେଳେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ନାଁରେ ୨୦୦୮ରୁ ଆଇପିଏଲ ଖେଳି ଆସୁଥିଲା। ଏଥର କିନ୍ତୁ ବିରାଟ କୋହଲି ଆଣ୍ଡ କୋ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାଁରେ ଆଇପିଏଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ସହରର ନାଁ ପ୍ରଥମେ ବାଙ୍ଗଲୋର ଥିଲା। ସେହି ଅନୁସାରେ ଆରସିବି ନାଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ରହିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଅର୍ଥାତ ୨୦୧୪ରେ ବାଙ୍ଗଲୋରର ନାଁ ବେଙ୍ଗାଲୁରୁ ହୋଇଥିଲା। ତଥାପି ୨୦୦୮ରୁ ଆରସିବି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ନାଁରେ ଆଇପିଏଲ ଖେଳି ଚାଲିଥିଲା।
ರಿಷಬ್ ಶೆಟ್ಟಿ ಎನ್ ಹೇಳ್ತಿದ್ದಾರೆ ಅರ್ಥ ಆಯ್ತಾ?
Understood what Rishabh Shetty is trying to say?
You’ll find out at RCB Unbox. Buy your tickets now. 🎟️@shetty_rishab#RCBUnbox#PlayBold#ArthaAytha#ನಮ್ಮRCBpic.twitter.com/sSrbf5HFmd
— Royal Challengers Bangalore (@RCBTweets) March 13, 2024
ଏବେ ଦଳ ପରିବର୍ତ୍ତନ ମୁହାଁ ହୋଇଛି। ଆରସିବି ଏଣିକି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭାବେ ପରିଚୟ ହାସଲ କରିବ। ଆଇପିଏଲର ୧୬ ବର୍ଷର ଇତିହାସ ମଧ୍ୟରେ ଆରସିବି କେବେ ହେଲେ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ଏଥର ଦଳ ନାଁ ପରିବର୍ତ୍ତନ ସହ ଟ୍ରଫି ଜିତିବାକୁ ଉଦ୍ୟମ କରିବ।
ଏହାପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ନିଜର ନାଁ ବଦଳାଇ ପଞ୍ଜାବ କିଙ୍ଗସ କରିଛି। ହେଲେ ଦଳ ଭାଗ୍ୟରେ ଏଯାଏ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇପିଏଲର ୧୬ ସଂସ୍କରଣ ପରେ ମଧ୍ୟ ପଞ୍ଜାକ ପାଖକୁ ଟ୍ରଫି ଯାଇ ନାହିଁ।
ଦିଲ୍ଲୀ ସହ ସମାନ ଘଟଣା ଘଟିଛି। ଦିଲ୍ଲୀ ନିଜର ଟିମ ନାଁକୁ ଡେୟାରଡେଭିଲ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ କରିଛି। ହେଲେ ଟ୍ରଫି ଜିତି ପାରି ନାହିଁ। ଆରସିବି ଏବେ ୨୦୨୪ରେ ନାଁ ପରିବର୍ତ୍ତନ କରି କିଛି କମାଲ କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆରସିବି ସ୍କ୍ୱାଡ: ଫାଫ ଡୁ ପ୍ଲେସିସ(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି, ରଜତ ପାଟିଦାର, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ସୂୟଶ ପ୍ରଭୁଦେଶାଇ, ୱିଲ ଜ୍ୟାକ୍ସ, ମହିପାଲ ଲୋମରୋର, କରନ ଶର୍ମା, ମନୋଜ ଭାନଡାଗେ, ମୟଙ୍କ ଡାଗର, ବିଜୟ କୁମାର ବୈଶାଖ, ଆକାଶ ଦୀପ, ମହମ୍ମଦ ସିରାଜ, ରୀସ ଟପଲୀ, ହିଂମାଶୁ ଶର୍ମା, ରଞ୍ଜନ କୁମାର, କାମେରନ ଗ୍ରୀନ, ଅଲଜାରୀ ଯୋଶେଫ, ୟାଶ ଦୟାଲ, ଟମ କୁରାନ, ଲକି ଫୁର୍ଗସନ, ସ୍ୱପ୍ନିଲ ସିଂହ ଓ ସୌରଭ ଚୌହାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
