Advertisment

ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ୯ ୱିକେଟରେ ଜିତିଲା ଆରସିବି

ଜ୍ୟାକ୍ସ ୪୧ ବଲରେ ଅପରାଜିତ ୧୦୦ ରନ ଓ ବିରାଟ କୋହଲି ୪୪ ବଲରେ ଅପରାଜିତ ୭୦ ରନର ଇନିଂସ ଖେଳିଛନ୍ତି।

Virat

Virat

Advertisment

ଚଳିତ ଆଇପିଏଲର ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବଡ଼ ବିଜୟ ହାସଲ କରିଛି। ଗୁଜରାଟ ଟାଇଟନ୍ସର ୨୦୧ ରନର ଟାର୍ଗେଟକୁ ଦଳ ମାତ୍ର ଗୋଟିଏ ୱିକେଟ ହରାଇ ୨୪ ବଲ ପୂର୍ବରୁ ହାସଲ କରି ନେଇଛି। ଦଳର ଅଲରାଉଣ୍ଡର ୱିଲ ଜ୍ୟାକ୍ସ ବିସ୍ଫୋରକ ଶତକୀୟ ଇନିଂସ ଖେଳି ମ୍ୟାଚ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Advertisment

ସେ ଛକା ମାରି ନିଜର ଶତକ ହାସଲ କରିବା ସହ ଦଳକୁ ୯ ୱିକେଟରେ ବିଜୟ ଭେଟି ଦେଇଛନ୍ତି। ସେ ୪୧ ବଲରେ ଅପରାଜିତ ୧୦୦ ରନ ଓ ବିରାଟ କୋହଲି ୪୪ ବଲରେ ଅପରାଜିତ ୭୦ ରନର ଇନିଂସ ଖେଳିଛନ୍ତି। ବିସ୍ଫୋରକ ୧୦୦ ରନର ଇନିଂସ ଖେଳିଥିବା ଜ୍ୟାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଏହା ୧୦ମ ମ୍ୟାଚ୍‌ରୁ ଆରସିବିର ୩ୟ ବିଜୟ ହୋଇଥିବା ବେଳେ ଗୁଜରାଟ ୧୦ ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ପାଇଛି। ଏବେ ଆରସିବି ପୂର୍ବଭଳି ପଏଣ୍ଟ ଟେବୁଲର ୧୦ମ ଓ ଗୁଜରାଟ ୭ମ ସ୍ଥାନରେ ଅଛି।

Advertisment

ଘରୋଇ ପରିବେଶରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଗୁଜରାଟ ସାଇ ସୂଦର୍ଶନଙ୍କ ୪୯ ବଲରେ ଅପରାଜିତ ୮୪, ଶାହରୁଖ ଖାନଙ୍କ ୩୦ ବଲରେ ୫୮ ଓ ଡାଭିଡ ମିଲରଙ୍କ ୧୯ ବଲରେ ଅପରାଜିତ ୨୬ ରନ ବଳରେ ୩ ୱିକେଟ ହରାଇ ୨୦୦ ରନ କରିଥିଲା। ଶୁବମନ ଗିଲ ୧୬ ଓ ରିଦ୍ଧିମାନ ସାହା ୫ ରନ କରିଥିଲେ।

୨୦୧ ରନର ଟାର୍ଗେଟକୁ ପିଛା କରୁଥିବା ଆରସିବି ୪୦ ରନରେ ଅଧିନାୟକ ଫାଫ ଡୁପ୍ଲେସିସିଙ୍କୁ ହରାଇଥିଲା। ସେ ୧୨ ବଲରେ ୨୪ ରନ କରି ସାଇ କିଶୋରଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ବିରାଟ ଓ ଜ୍ୟାକ୍ସ ସ୍ଥିତି ସମ୍ଭାଳିଥିଲେ।

ଆରମ୍ଭରୁ ଜ୍ୟାକ୍ସ ଧିମା ଖେଳିଥିଲେ। ହେଲେ ସେଟ୍‌ ହୋଇଯିବା ପରେ ସେ ଗୁଜରାଟର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ବିରାଟ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇ ଯାଇଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଗୁଜରାଟ ଅଧିନାୟକ ଶୁବମନ ଗିଲ ବୋଲିଂରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଜ୍ୟାକ୍ସ ଆଉ କିଛି ବି ଶୁଣି ନଥିଲେ।

ସେ ବଡ଼ବଡ଼ ଶଟ ଖେଳି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ଶେଷରେ ସେ ୬କା ମାରି ନିଜର ଶତକ ହାସଲ କରିବା ସହ ଦଳକୁ ବିଜୟ ଭେଟି ଦେଇଥିଲେ। ଏହି ଇନିଂସରେ ସେ ୧୦ଟି ଛକା ଓ ୫ଟି ଚୌକା ମାରିଛନ୍ତି।

ଏକଦା ଜ୍ୟାକ୍ସ ୧୭ ବଲରେ ୧୭ ରନ କରିଥିଲେ। କିନ୍ତୁ ବାକି ୨୪ ବଲରେ ସେ ୮୩ ରନର ଇନିଂସ ଖେଳିଛନ୍ତି। ବିରାଟ ତାଙ୍କର ୭୪ ରନର ଇନିଂସରେ ୩ଟି ଛକା ଓ ୬ଟି ଚୌକା ମାରିଛନ୍ତି।

ଗୁଜରାଟର ଷ୍ଟାର ବୋଲର ରାଶିଦ ଖାନ ୪ ଓଭରରେ ୫୧ ରନ ଦେଇଥିବା ବେଳେ ମୋହିତ ଶର୍ମା ୨ ଓଭରରେ ୪୧ ରନ, ନୁର ଅହମଦ ୪ ଓଭରରେ ୪୩ ରନ ଦେଇଛନ୍ତି।

Virat Kohli IPL RCB Gujarat Titans IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe