ଆରସିବିର ଆଇପିଏଲ ବିଜୟ ପଛରେ ‘ଅପରେସନ ସିନ୍ଦୂର’!

ମେ’ ୭ ତାରିଖ ରାତିରେ ପାକିସ୍ତାନ ଡ୍ରୋନ ଦ୍ୱାରା ଭାରତର ବିଭିନ୍ନ ସହରକୁ ଟାର୍ଗେଟ କରିବାରୁ ପ୍ରାୟ ୧୦୦ ଘଣ୍ଟା ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

RCB

ଟ୍ରଫି ସହ ଆରସିବି

Hemant Lenka
  • Published: Wednesday, 04 June 2025
  • Updated: 04 June 2025, 04:24 PM IST

Sports

Latest News

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୬ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ନାଁ ରହିଥିଲା ଅପରେସନ ସିନ୍ଦୂର। ଭାରତୀୟ ସେନା କେବଳ ଆତଙ୍କବାଦୀ ଓ ସେମାନଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲା। ହେଲେ ଆତଙ୍କବାଦୀଙ୍କ ଆକ୍କା ସାଜିଥିବା ପାକିସ୍ତାନ ଏହାର ବଦଲା ନେବାକୁ ଚେଷ୍ଟା କରିଥିଲା।

ମେ’ ୭ ତାରିଖ ରାତିରେ ପାକିସ୍ତାନ ଡ୍ରୋନ ଦ୍ୱାରା ଭାରତର ବିଭିନ୍ନ ସହରକୁ ଟାର୍ଗେଟ କରିବାରୁ ପ୍ରାୟ ୧୦୦ ଘଣ୍ଟା ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁ ଦେଶରେ ଚାଲିଥିବା ଆଇପିଏଲକୁ କିଛି ଦିନ ପାଇଁ ସ୍ଥଗିତ କରି ଦିଆଯାଇଥିଲା।

Also Read

ପରବର୍ତ୍ତୀ ଅବସ୍ଥାରେ ଆଇପିଏଲ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଏହା ଶେଷ ହୋଇଛି। ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମଥର ପାଇଁ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି। ୧୭ ବର୍ଷ ଧରି ଆରସିବି କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିରାଟ କୋହଲି ତାଙ୍କ ୧୮ ବର୍ଷର ଆଇପିଏଲ କ୍ୟାରିୟରରେ ପ୍ରଥମଥର ପାଇଁ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି।

ତେବେ ଆରସିବିର ଏହି ବିଜୟ ପଛରେ ରହିଛି ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅପରେସନ ସିନ୍ଦୂର ଆରସିବି ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା ବୋଲି ଦଳର ମୁଖ୍ୟ କୋଚ ଆଣ୍ଡି ଫ୍ଲାୱର ସ୍ୱୀକାର କରିଛନ୍ତି। ତାଙ୍କ କହିବା କଥା ଯେ ଅପରେସନ ସିନ୍ଦୂର ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ଦିନ କାଳ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା।

ଏହାର ଠିକ ପୂର୍ବରୁ ଆରସିବି କ୍ୟାପ୍ଟେନ ରଜତ ପାଟିଦାର ଆଙ୍ଗୁଠି ଆହତ ଜନିତ ସମସ୍ୟାରେ ପଡ଼ିଥିଲେ। ଆଇପିଏଲ ସ୍ଥଗିତ ହୋଇଯିବାରୁ ସେ ସୁସ୍ଥ ହେବାକୁ ସମୟ ପାଇ ଯାଇଥିଲେ। ସେହିପରି ଆରସିବି ପାଇଁ ସର୍ବାଧିକ ୱିକେଟ ନେଇଥିବା ଜୋଶ ହାଜେଲଉଡ ମଧ୍ୟ ଏହି ସମୟରେ କାନ୍ଧ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ଓ ସେଠାରୁ ସୁସ୍ଥ ହୋଇ ଠିକ ପ୍ଲେ ଅଫ ପୂର୍ବରୁ ଟିମକୁ ଫେରି ଆସିଥିଲେ। ଯଦି ଆଇପିଏଲ ସ୍ଥଗିତ ହୋଇ ନଥାଆନ୍ତା, ତା’ହେଲେ ସମ୍ଭବତଃ ଏହି ଦୁଇ ଷ୍ଟାର ଖେଳାଳିଙ୍କ ସେବାରୁ ଆରସିବି ବଞ୍ଚିତ ହୋଇଥାଆନ୍ତା ବୋଲି ଫ୍ଲାୱର କହିଛନ୍ତି।

ଆଇପିଏଲର ବିଜୟ ପରେ ସେ କହିଛନ୍ତି, “ଆଜି ଆମେ ଯେତେବେଳେ ବିଜୟ ଉତ୍ସବ ପାଳୁଥିଲୁ ସେତେବେଳେ କିଛି ଖେଳାଳି ମୋତେ କହିଥିଲେ ଯେ ଆଇପିଏଲ ସ୍ଥଗିତ ରହିବାରୁ ହାଜେଲଉଡ ଠିକଣା ସମୟରେ ସୁସ୍ଥ ହୋଇଯାଇଥିଲେ। ଏହା ରଜତଙ୍କୁ ମଧ୍ୟ ସୁସ୍ଥ ହେବାକୁ ସମୟ ଦେଇଥିଲା। କିନ୍ତୁ ଆମେ ଟିମ ଡାଭିଡ ଓ ଦେବଦତ୍ତ ପାଡିକ୍କଲଙ୍କୁ ମିସ କରିଥିଲୁ। ସେମାନେ ମଧ୍ୟ ଆମ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁମାନେ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ଏହି ଯାତ୍ରା ଆନନ୍ଦ ଦେବ। ଏହା ଆମ ପାଇଁ ବହୁତ ବଡ଼ ଉପଲବ୍ଧି।”

ଫ୍ଲାୱର ନିଜର ମତ ରଖିବା ବେଳେ ବିରାଟ କୋହଲି ଓ ହାଜେଲଉଡଙ୍କୁ ପ୍ରଶଂସା କରିଛନ୍ତି। ଚଳିତ ସିଜିନରେ ହାଜେଲଉଡ ୧୨ଟି ମ୍ୟାଚ୍‌ରେ ୨୨ଟି ୱିକେଟ ନେଇଛନ୍ତି। ରଜତ ପାଟିଦାର ୧୫ଟି ମ୍ୟାଚ୍‌ରେ ୩୧୨ ରନ କରିବା ସହ ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୪୩.୭୭ ରହିଛି। ରଜତ କେବଳ ବ୍ୟାଟିଂ ନୁହେଁ, ବରଂ ନିଜ କ୍ୟାପ୍ଟେନ୍ସି ଜରିଆରେ ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story