Advertisment

ଟିମ ଶୈଫର୍ଟଙ୍କୁ ନିଜ ସହ ସାମିଲ କଲା ଆରସିବି

ଆରସିବି ୨ କୋଟି ଟଙ୍କା ବଳରେ ଶୈଫର୍ଟଙ୍କୁ ନିଜ ସହ ସାମିଲ କରିଛି।

RCB

RCB

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନ୍ୟୁଜଲ୍ୟାଣ୍ଡର ୱିକେଟ କିପର ବ୍ୟାଟର ଟିମ ଶୈଫର୍ଟଙ୍କୁ ନିଜ ସହ ସାମିଲ କରିଛି। ଇଂଲଣ୍ଡ ଅଲରାଉଣ୍ଡର ଜ୍ୟାକବ ବେଥେଲଙ୍କ ସ୍ଥାନରେ ଆରସିବି ଶୈଫର୍ଟଙ୍କ ସହ ଚୁକ୍ତି କରିଛି। ବେଥେଲ ଆସନ୍ତାକାଲି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଖେଳିବା ପରେ ନିଜ ଦେଶ ଇଂଲଣ୍ଡ ପାଇଁ ଖେଳିବାକୁ ଚାଲିଯିବେ। ତେଣୁ ତାଙ୍କ ବଦଳ ଖେଳାଳି ଭାବେ ଶୈଫର୍ଟଙ୍କୁ ଆରସିବି ନିଜ ପାଖକୁ ଆଣିଛି।

Advertisment

ନ୍ୟୁଜିଲ୍ୟାଣ୍ଡ ପାଇଁ ୬୬ଟି ଟି-୨୦ ଖେଳିଥିବା ଓ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ୫,୮୦୦ ରନ କରିଥିବର ଶୈଫର୍ଟଙ୍କ ଷ୍ଟ୍ରାଇକ ରେଟ ୧୩୩.୦୭ । ତାଙ୍କୁ ଆରସିବି ୨ କୋଟି ଟଙ୍କା ବଳରେ ନିଜ ସହ ସାମିଲ କରିଛି। ସେ ମେ’ ୨୪ ଠାରୁ ଆରସିବି ପାଇଁ ଖେଳିପାରିବେ। ଶୈଫର୍ଟ ଶେଷ ଥର ପାଇଁ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ।

ଏବେ ସେ ପୁଣି ଆଇପିଏଲରେ ସାମିଲ ହୋଇଛନ୍ତି। କିନ୍ତୁ ଶୈଫର୍ଟ ଏବେ ପାକିସ୍ତାନ ସୁପର ଲିଗରେ କରାଚି କିଙ୍ଗସ ପଟୁ ଖେଳୁଛନ୍ତି। ତେଣୁ ତାଙ୍କ ଟିମ ଯଦି ପ୍ଲେଅଫକୁ ଯାଉଛି, ତା’ହେଲେ ସେ କେଉଁ ଭଳି ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସମ୍ଭବତଃ ଶୈଫର୍ଟ ମେ’ ୨୬ ବେଳକୁ ଭାରତ ଆସିବେ ଓ ୨୭ ତାରିଖରେ ଆରସିବିର ଶେଷ ଲିଗ ମ୍ୟାଚ୍‌ ଖେଳିପାରନ୍ତି। ଆରସିବି ଏବେ ଠାରୁ ହିଁ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଏବେ ବି ଦଳ ପାଖରେ ଆଉ ୨ଟି ଲିଗ ମ୍ୟାଚ୍‌ ବାକି ରହିଛି। 

Advertisment

ଆରସିବି ପକ୍ଷରୁ କୁହାଯାଇଛି ଯେ “ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟର ଟିମ ଶୈଫର୍ଟଙ୍କୁ ଆରସିବି ଜ୍ୟାକବ ବେଥେଲଙ୍କ ସ୍ଥାନରେ ନିଜ ସହ ସାମିଲ କରିଛି। ବେଥେଲ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଜାତୀୟ ଡ୍ୟୁଟି ପାଇଁ ଇଂଲଣ୍ଡ ଫେରିଯିବେ।”

ଶୈଫର୍ଟ ଚଳିତ ସିଜିନରେ ଆରସିବିର ଦ୍ୱିତୀୟ ବଦଳ ଖେଳାଳି। ଏହାପୂର୍ବରୁ ଆରସିବି ଜିମ୍ବାୱେର ଦ୍ରୁତ ବୋଲର ବ୍ଲେସିଂ ମୁଜରବାନିଙ୍କୁ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ନିଜ ସହ ସାମିଲ କରିଥିଲା। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଏନଗିଡି ଇଂଲଣ୍ଡ ଗସ୍ତ କରିବାର ଥିବାରୁ ଆରସିବି ଆଗୁଆ ମୁଜରବାନିଙ୍କ ସହ ଚୁକ୍ତି କରିଛି।

IPL RCB IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe