Advertisment

ପୁଣି ହାଇଦ୍ରାବାଦର ସର୍ବୋଚ୍ଚ ସ୍କୋର୍ ରେକର୍ଡ, ୨୫ ରନରେ ପରାସ୍ତ RCB

ଚଳିତ ଆଇପିଏଲ ସିଜିନରେ ରେକର୍ଡ ପରେ ରେକର୍ଡ କରିଚାଲିଛି ସନରାଇଜର୍ସ ହାଇଦ୍ରାବାଦ।

ଅଦ୍ୟତନ ହୋଇଛି
RCB & SRH Players

RCB & SRH Players

Advertisment

ଚଳିତ ଆଇପିଏଲ ସିଜିନରେ ରେକର୍ଡ ପରେ ରେକର୍ଡ କରିଚାଲିଛି ସନରାଇଜର୍ସ ହାଇଦ୍ରାବାଦ। ପୁଣି ଥରେ ନିଜ ଖାତାରେ ଯୋଡ଼ିଛି ସର୍ବୋଚ୍ଚ ସ୍କୋରର କୀର୍ତ୍ତିମାନ। ଗତକାଲି ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ୨୮୬ ରନର ବିଶାଳ ସ୍କୋର୍ ସହ ବିଜୟ ହାସଲ କରିନେଇଛି ସନରାଇଜର୍ସ। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଷଷ୍ଠ ଥର ପରାଜୟର ସାମ୍ନା କରିବାକୁ ପଡିଛି। 

Advertisment

ଚିନ୍ନାସାମୀରେ ଖେଳା ଯାଇଥିବା ଏହି ମ୍ୟାଚରେ ହୋଇଥିଲା ରନ୍ ବର୍ଷା। ଉଭୟ ଟିମ୍ ପକ୍ଷରୁ ବର୍ଷିଥିଲା ଚୌକା-ବର୍ଷା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ ହେଡ୍ ରେକର୍ଡ ୧୦୨(୪୧) ରନ୍ କରିଥିଲେ। ଏଥିରେ ୯ଟି ଚୌକା ଏବଂ ୮ଟି ଛକା ଥିଲା।

ସେହିପରି ହେନରିଚ କ୍ଲାସେନ ମଧ୍ୟ ୩୧ ବଲରେ ୬୭ ରନ, ଅଭିଷେକ ଶର୍ମା ୩୪(୨୨), ଏଡେନ ମାର୍କରମ ଓ ଅବଦୁଲ ସାମଦ ଅପରାଜିତ ରହି ଯଥାକ୍ରମେ ୩୨(୨୭) ଏବଂ ୩୭(୧୦) ରନ୍ ସଂଗ୍ରହ କରିଥିଲେ। ଫଳରେ ଦଳ ୨୮୬ ରନର ସର୍ବୋଚ୍ଚ ସ୍କୋର୍ କରିବାରେ ସକ୍ଷମ ହୋଇଥିଲା।  

Advertisment

ସେପଟେ ୨୮୭ ରନର ବିଶାଳ ସ୍କୋରକୁ ପିଛା କରି ବେଙ୍ଗାଲୁରୁ ୨୬୨ ରନରେ ଅଟକି ଯାଇଥିଲେ ମଧ୍ୟ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ସ୍ମରଣୀୟ ଥିଲା। କାର୍ତ୍ତିକଙ୍କ ବିସ୍ଫୋରକ ୩5 ବଲରେ ୮୩ ରନ୍ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଥିଲା। 

ଟିମର ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୪୨(୨୦), ଫାପ ଡୁପ୍ଲେସିସ ୬୨(୨୮) ରନ୍ କରିଥିଲେ। କିନ୍ତୁ ଅନ୍ୟମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଫଳରେ ବିଜୟର ନିକଟତର ହୋଇ ମଧ୍ୟ ବେଙ୍ଗାଲୁରୁକୁ ପରାଜିତ ହେବାକୁ ପଡିଛି। ଏହି ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ଆରସିବି। 

IPL IPL 2024 SRH SRH Records SRH Vs RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe