Advertisment

ଆଇପିଏଲ୍‌ରେ ପାଡିକ୍କଲଙ୍କ ପ୍ରଥମ ଶତକ, ଆରସିବିର କ୍ରମାଗତ ୪ର୍ଥ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ଅପରାଜେୟ ଧାରା ବଜାୟୀ ରଖିଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୪ଟି ମ୍ୟାଚ୍‌ରୁ ୪ଟି ଯାକରେ ବାଜିମାତ କରି ଆରସିବି ଏବେ ଟେବୁଲ ଟପ୍ପର ହୋଇଯାଇଛି। ପୂର୍ବରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ଆରସିବି ଆଜି ରାଜସ୍ଥାନ ରୟାଲ୍ସକୁ ୨୧ ବଲ୍‌ ପୂର୍ବରୁ ୧୦ ୱିକେଟ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଆରସିବି ଓପନର ଦେବଦତ୍ତ ପାଡିକ୍କଲ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ସେ ୫୨ଟି […]

author-image
Hemant Lenka
ଆଇପିଏଲ୍‌ରେ ପାଡିକ୍କଲଙ୍କ ପ୍ରଥମ ଶତକ, ଆରସିବିର କ୍ରମାଗତ ୪ର୍ଥ ବିଜୟ

RCB

ମୁମ୍ବାଇ: ଚଳିତ ଆଇପିଏଲରେ ଅପରାଜେୟ ଧାରା ବଜାୟୀ ରଖିଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୪ଟି ମ୍ୟାଚ୍‌ରୁ ୪ଟି ଯାକରେ ବାଜିମାତ କରି ଆରସିବି ଏବେ ଟେବୁଲ ଟପ୍ପର ହୋଇଯାଇଛି। ପୂର୍ବରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ଆରସିବି ଆଜି ରାଜସ୍ଥାନ ରୟାଲ୍ସକୁ ୨୧ ବଲ୍‌ ପୂର୍ବରୁ ୧୦ ୱିକେଟ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଆରସିବି ଓପନର ଦେବଦତ୍ତ ପାଡିକ୍କଲ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ସେ ୫୨ଟି ବଲ୍‌ରେ ଅପରାଜିତ ୧୦୧ ରନ୍‌ର ଇନିଂସ ଖେଳିଛନ୍ତି। ଅଧିନାୟକ ବିରାଟ କୋହଲି ୭୨ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

Advertisment

ଟସ୍‌ ହାରି ମୁମ୍ବାଇର ୱାଙ୍ଖଡେରେ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଶିବମ ଦୁବେ(୪୬) ଓ ରାହୁଲ ତେୱାତିଆଙ୍କ(୪୦) ଇନିଂସ ବଳରେ ୯ ୱିକେଟ ହରାଇ ୧୭୭ ରନ୍‌ କରିଥିଲା। ୧୭୮ ରନ୍‌ର ଟାର୍ଗେଟ ପାଇଥିବା ଆରସିବିର ଦୁଇ ଓପନର ଜବରଦସ୍ତ ବ୍ୟାଟିଂ କରିଥିଲେ।

ବିଶେଷ କରି ପାଡିକ୍କଲ ବଡ଼ବଡ଼ ଶଟ୍‌ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ମାତ୍ର ୨୭ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ତାଙ୍କୁ ଆଉଟ କରିବା ପାଇଁ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରିଥିଲେ ହେଁ କିଛି ବି ଲାଭ ହୋଇ ନଥିଲା।

Advertisment

ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ ଅଭିଯାନ ଜାରି ରଖିଥିଲେ। ଅନ୍ୟପକ୍ଷରେ ବିରାଟ କୋହଲି ମଧ୍ୟ ଆକର୍ଷଣୀୟ ଶଟ୍‌ ଖେଳି ୩୩ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ନିଜ ଆଇପିଏଲ କ୍ୟାରିୟର୍‌ରେ ୬ ହଜାର ରନ୍‌ ପୂରଣ କରିଥିଲେ। ଆଇପିଏଲରେ ୬ ହଜାର ପୂରଣ କରିବାରେ ସେ ପ୍ରଥମ କ୍ରିକେଟର ମଧ୍ୟ ହୋଇଛନ୍ତି।

୨୬ ବଲରେ ଦଳକୁ ଜିତିବା ପାଇଁ ୯ ରନ୍ ଦରକାର ଥିଲା। ପାଡିକ୍କଲ ମଧ୍ୟ ୯୬ ରନରେ ବ୍ୟାଟିଂ କରୁଥିଲେ। ସେ ସେହି ବଲରେ ଚୌକା ମାରିବାକୁ ଚେଷ୍ଟା କରିଥିଲେ ହେଁ ମାତ୍ର ୧ ରନ୍ ଆଦାୟ କରିପାରିଥିଲେ। ସେ ବ୍ୟକ୍ତିଗତ ୯୭ ରନ୍‌ ଥିବା ବେଳେ ମୁସ୍ତାଫିଜୁର ରହମନଙ୍କୁ ଏକ୍ସଟ୍ରା କଭର୍‌ରେ ଚୌକା ମାରି ଚମତ୍କାର ଶତକ ହାସଲ କରିଥିଲେ। ସେ ମାତ୍ର ୫୦ଟି ବଲ୍‌ରେ ଶତକ ହାସଲ କରି ଆରସିବି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶେଷ ଯାଏ ୧୦୧ ରନ୍‌ କରି ଅପରାଜିତ ଥିବା ପାଡିକ୍କଲ ୧୧ଟି ଚୌକା ଓ ୬ଟି ଛକା ମାରିଛନ୍ତି। ସେହିପରି ବିରାଟ କୋହଲି ତାଙ୍କ ୭୩ ରନ୍‌ର ଅପରାଜିତ ଇନିଂସରେ ୬ଟି ଚୌକା ଓ ୩ଟି ଛକା ମାରିଛନ୍ତି।