Advertisment

କିମ୍ବଦନ୍ତୀ କ୍ରିକେଟର ହେବେ ବିସିସିଆଇର ପରବର୍ତ୍ତୀ ସଭାପତି!

ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ କ୍ରିକେଟର ବିସିସିଆଇ ସଭାପତି ହେବ।

author-image
Hemant Lenka
BCCI

BCCI

ବିସିସିଆଇ ସଭାପତି ଭାବେ ନିଯୁକ୍ତି ପାଇବେ ଜଣେ କିମ୍ବଦନ୍ତୀ କ୍ରିକେଟର। ବିସିସିଆଇ ସଭାପତି ଭାବେ କାର୍ଯ୍ୟ କରୁଥିବା ରୋଜର ବିନ୍ନି ୭୦ ବର୍ଷରେ ପାଦ ଥାପିବା ମାତ୍ରେ ପ୍ରଚଳିତ ନିୟମ ଅନୁସାରେ ପଦ ଛାଡ଼ି ଦେଇଥିଲେ। ଏହାପରେ ବୋର୍ଡର ଅନ୍ତରୀଣ ସଭାପତି ଭାବେ ରାଜୀବ ଶୁକ୍ଳା କାମ କରୁଛନ୍ତି। ହେଲେ ବିସିସିଆଇ ସଭାପତି ପଦରେ ପୁଣି ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ କ୍ରିକେଟର ବିସିସିଆଇ ସଭାପତି ହେବ। ତାଙ୍କ ନାଁ ସାର୍ବଜନୀନ ହୋଇ ନଥିଲେ ହେଁ ସେ ଖେଳିବା ସମୟରେ ଏକାଧିକ ରେକର୍ଡ ଭାଙ୍ଗି ଥିଲେ। ସେହି କିମ୍ବଦନ୍ତୀ କ୍ରିକେଟରଙ୍କୁ ସଭାପତି ପଦରେ ନିଯୁକ୍ତି ଦେବାକୁ ବିସିସିଆଇ ପ୍ରକ୍ରିୟା ଆରମ୍ଭ କରିଛି।

ବୋର୍ଡର ସଭାପତି ପଦ ସବୁବେଳେ କ୍ରିକେଟରଙ୍କ ପାଖରେ ରହିବ ବୋଲି ଯେଉଁ ଧାରା ଆରମ୍ଭ ହୋଇଛି, ତା’କୁ ବିସିସିଆଇ ବଳବତ୍ତର ରଖିବାକୁ ଚାହୁଁଛି। ୨୦୧୯ରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହୋଇଥିଲେ। ତାଙ୍କ ପରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି ସଭାପତି ଦାୟିତ୍ୱ ନେଇଥିଲେ। ଏବେ ସେଭଳି ଜଣେ କିମ୍ବଦନ୍ତୀ କ୍ରିକେଟର ହିଁ ବିସିସିଆଇ ସଭାପତି ହେବେ।

Advertisment

ଚଳିତ ମାସ ଶେଷ ସପ୍ତାହରେ ବିସିସିଆଇର ସଭାପତି, ସମ୍ପାଦକ, ଉପ ସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆଇପିଏଲ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। କ୍ରାଡ଼ା ସଂସ୍ଥାର ଶୀର୍ଷ ପଦରେ କ୍ରୀଡ଼ାବିତ ରହିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ କ୍ରିକେଟର ସର୍ବୋଚ୍ଚ ସଂସ୍ଥାରେ ମଧ୍ୟ ଜଣେ ପୂର୍ବତନ କ୍ରିକେଟରଙ୍କୁ ନିଯୁକ୍ତି ଦିଆଯିବ।

ରିପୋର୍ଟରେ କୁହାଯାଇଛି ଯେ ଚଳିତ ମାସ ଶେଷ ସପ୍ତାହରେ ନିର୍ବାଚନ ହେବାକୁ ଥିବା ବେଳେ ବିସିସିଆଇ ସମ୍ପାଦକ ଭାବେ ଦେବଜିତ ସାଇକିଆ ନିଜ ପଦ ବଜାୟୀ ରଖିବେ। ସେହିପରି କୋଷାଧ୍ୟକ୍ଷ ପଦରେ ପ୍ରଭତେଜ ଭାଟିଆ ଓ ଯୁଗ୍ମ ସମ୍ପାଦନକ ଭାବେ ରୋହନ ଦେଶାଇ ପୂର୍ବ ଭଳି କାମ କରିବେ। 

ଆଇପିଏଲ ଅଧ୍ୟକ୍ଷ ପଦ ଦୌଡ଼ରେ ସଞ୍ଜୟ ନାଏକ (ଏମସିଏର ପୂର୍ବତନ ସମ୍ପାଦକ) ଓ ରାଜୀବ ଶୁକ୍ଳା ରହିଛନ୍ତି। ଯଦି ରାଜୀବ ଶୁକ୍ଳା ଆଇପିଏଲ ପାଇଁ ବିସିସିଆଇ ଉପ ସଭାପତି ପଦ ଛାଡ଼ିବେ, ତା’ହେଲେ ବିଜେପି ନେତା ତଥା ବିହାର କ୍ରିକେଟ ଆସୋସିଏସନ ସଭାପତି ରାକେଶ ତିୱାରୀ ଏହି ସ୍ଥାନ ଦଖଲ କରିବେ।

Bcci Indian Cricket Team Cricket