ଘଟଣା ବହୁଳ ପ୍ରଥମ ଦିନ: ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଝଡ଼ିଲା ରେକର୍ଡ ସଂଖ୍ୟକ ୱିକେଟ

ପର୍ଥ ଟେଷ୍ଟର ପ୍ରଥମ ଦିନରେ ୧୭ ୱିକେଟ ଝଡ଼ିବା ଗୋଟିଏ ରେକର୍ଡ। ୧୯୫୨ ପରେ ଅଷ୍ଟ୍ରେଲିଆ ମାଟିରେ ଏପରି ଘଟଣା ଘଟିଛି। ସେହିପରି ଆଜି ପର୍ଥରେ ମଧ୍ୟ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିଥିଲେ।

siraj

ୱିକେଟ ଦଖଲ ପରେ ସିରାଜ ଓ ସାଥୀ ଖେଳାଳି

Hemant Lenka
  • Published: Friday, 22 November 2024
  • Updated: 22 November 2024, 04:55 PM IST

Sports

Latest News

ବେଶ ନାଟକୀୟ ଓ ରୋମାଞ୍ଚକର ଢଙ୍ଗରେ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ପର୍ଥର ଓପଟସ ଷ୍ଟାଡିୟମରେ ବୋଲରମାନେ କରିଛନ୍ତି ମଉଜ। ଭାରତ ତା’ର ପ୍ରଥମ ଇନିଂସରେ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୦ କରିଛି। 

ଏହାପରେ ଅଷ୍ଟ୍ରେଲିଆ ପ୍ରଥମଦିନରେ ୨୭ ଓଭର ବ୍ୟାଟିଂ କରି ୭ ୱିକେଟ ହରାଇ କେବଳ ୬୭ କରିଛି। ଅଷ୍ଟ୍ରେଲିଆ ଏବେ ବି ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୮୩ ରନ ପଛରେ ରହିଛି।

ପର୍ଥ ଟେଷ୍ଟର ପ୍ରଥମ ଦିନରେ ୧୭ ୱିକେଟ ଝଡ଼ିବା ଗୋଟିଏ ରେକର୍ଡ। ୧୯୫୨ ପରେ ଅଷ୍ଟ୍ରେଲିଆ ମାଟିରେ ଏପରି ଘଟଣା ଘଟିଛି। ସେହିପରି ଆଜି ପର୍ଥରେ ମଧ୍ୟ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିଥିଲେ। ତେଣୁ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ଗରେ ପର୍ଥ ପିଚ୍‌ରେ ରେକର୍ଡ ସଂଖ୍ୟକ ୱିକେଟ ଝଡ଼ିଛି।

ପ୍ରଥମ ଟେଷ୍ଟର ପ୍ରଥମ ଦିନ ବେଶ ଘଟଣା ବହୁଳ ରହିଥିଲା। ସେଗୁଡ଼ିକ ଉପରେ ନଜର ପକାନ୍ତୁ...

Also Read

୧- ଅଷ୍ଟ୍ରେଲିଆରେ ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର: ଭାରତ ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ ହୋଇଛି। ୨୪ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଏହା ଭାରତର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ଶେଷଥର ପାଇଁ ୨୦୦୦ ମସିହା ସିଡ୍‌ନୀ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୧୫ରେ ସୀମିତ ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ଭାରତ ୬ଷ୍ଠ ଥର ପାଇଁ କୌଣସି ଟେଷ୍ଟର ପ୍ରଥମ ଇନିଂସରେ ୨୦୦ ରନ ଭିତରେ ଅଲଆଉଟ ହୋଇଛି। ୪ଥର ଏପରି ଘଟଣା ଏକବିଂଶ ଶତାବ୍ବୀରେ ଘଟିଛି।

୨- ଦଶନ୍ଧି ମଧ୍ୟରେ ସବୁଠାରୁ କମ ଓଭର ସାମ୍ନା କରିବା: ଭାରତୀୟ ଟିମ ୯ମ ଥର ପାଇଁ କୌଣସି ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ ହୋଇଛି। ସେହିପରି ଏପରି ଘଟଣା ୨୦୧୧ କିଙ୍ଗଷ୍ଟନ ଟେଷ୍ଟ ପରେ ପ୍ରଥମ ଥର ଘଟିଛି। ଭାରତ ତା’ର ପ୍ରଥମ ଇନିଂସରେ ମାତ୍ର ୪୯.୪ ଓଭର ବ୍ୟାଟିଂ କରି ୧୫୦ ରନ କରିଛି। ଏହା ୧୦ ବର୍ଷ ମଧ୍ୟରେ ସବୁଠାରୁ କମ ଓଭର ସାମ୍ନା କରିବା ଭାରତ ପାଇଁ ପ୍ରଥମ ଘଟଣା।

୩- ନୀତୀଶ କୁମାରଙ୍କ ନାଁରେ ରେକର୍ଡ: ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରି ୮ନଂ କିମ୍ବା ଆହୁରି ତଳେ ବ୍ୟାଟିଂ ସର୍ବାଧିକ ରନ କରିବା ତାଲିକାରେ ଅନେକ ଖେଳାଳି ରହିଛନ୍ତି। ଏହି ତାଲିକାରେ ଆଜି ଭାରତ ପାଇଁ ଡେବ୍ୟୁ କରିଥିବା ନୀତୀଶ କୁମାର ରେଡ୍ଡୀଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ଡେବ୍ୟୁରେ ନୀତୀଶ କୁମାର ଗୁରୁତ୍ୱପୂର୍ଣ୍ଣ ୪୧ ରନର ଇନିଂସ ଖେଳିଛନ୍ତି। ଆଜିର ୪୧ ରନର ଇନିଂସ ପରେ ସେ ଏଲ ଅମର ସିଂହ, ଦାତ୍ତୁ ଫାଡକର, ସିଡି ଗୋପୀନାଥ, ବଲୱିନ୍ଦର ସାନ୍ଧୁ ଓ ଷ୍ଟୁଆର୍ଟ ବିନ୍ନୀଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି।

୪- ରେକର୍ଡ ବୁକରେ ଯଶପ୍ରୀତ ବୁମ୍ରା: ବିଶ୍ୱ ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମ୍ରା ଦ୍ୱିତୀୟ ବୋଲର ଭାବେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଗୋଲ୍ଡେନ ଡକ୍‌ରେ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ବୁମ୍ରାଙ୍କ ପୂର୍ବରୁ ୨୦୧୪ରେ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ପୋର୍ଟ ଏଲିଜାବେଥରେ ଏପରି ରେକର୍ଡ କରିଥିଲେ। ବୁମ୍ରା ୭ମ ଓଭରର ୪ର୍ଥ ବଲରେ ଉସମାନ ଖୱାଜା ଓ ପରବର୍ତ୍ତୀ ବଲରେ ସ୍ମିଥଙ୍କୁ ଆଉଟ କରିଥିଲେ।

* ବୁମ୍ରା ୨୦.୧୭ ହାରରେ ୧୭୭ ୱିକେଟ ନେଇଛନ୍ତି। ତାଙ୍କ ଉପରେ ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସ ମଧ୍ୟରେ କେବଳ ସିଡ୍‌ନୀ ବାର୍ନେସ ରହିଛନ୍ତି। ବାର୍ନେସ ୧୬.୪୩ ହାରରେ ବୁମ୍ରାଙ୍କ ଠାରୁ ଅଧିକ ୱିକେଟ ନେଇଛନ୍ତି।

୫- ଅଷ୍ଟ୍ରେଲିଆର ଟପ ଅର୍ଡର ଭୁଶୁଡ଼ିଲା: ୧୯୮୦ ପରେ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ୪୦ ରନ ଭିତରେ ପ୍ରଥମ ୫ ୱିକେଟ କୌଣସି ଘରୋଇ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ହରାଇଛି। ୨୦୧୬ରେ ଅଷ୍ଟ୍ରେଲିଆ ହୋବାର୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭ ରନରେ ୫ ୱିକେଟ ହରାଇଥିଲା।

୬- ରେକର୍ଡ ବ୍ରେକିଂ ପ୍ରଥମ ଦିନ: ୧୯୫୨ ମସିହା ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା କୌଣସି ଟେଷ୍ଟର ପ୍ରଥମ ଦିନରେ ୧୭ ୱିକେଟ ଝଡ଼ିଛି।

୭- ରେକର୍ଡ ବ୍ରେକିଂ ଦର୍ଶକ: ଆଜି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆର ପ୍ରଥମ ଦିନର ଖେଳ ଦେଖିବାକୁ ୩୧,୩୦୨ ଜଣ ଦର୍ଶକ ଉପସ୍ଥିତ ରହିଥିଲେ। ପର୍ଥରେ ପ୍ରଥମଥର ପାଇଁ କୌଣସି ଟେଷ୍ଟର ପ୍ରଥମ ଦିନରେ ଏତେ ସଂଖ୍ୟକ ଦର୍ଶକ ଷ୍ଟାଡିମୟକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story