ଭାରତରେ ହେବନି ଆଇପିଏଲର ବାକି ମ୍ୟାଚ୍‌

ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ତେବେ ଆଇପିଏଲର ବାକି ମ୍ୟାଚ୍ କେଉଁଠି ଓ କେବେ ହେବ, ସେ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିି କହିଛନ୍ତି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ ଭାରତରେ ହେବ ନାହିଁ । ତେବେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ କେବେ ହେବ, ତାହା ଏବେ କହି ହେବ ନାହିଁ । କରୋନା […]

dada

dada

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 08:49 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ତେବେ ଆଇପିଏଲର ବାକି ମ୍ୟାଚ୍ କେଉଁଠି ଓ କେବେ ହେବ, ସେ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିି କହିଛନ୍ତି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ ଭାରତରେ ହେବ ନାହିଁ । ତେବେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ କେବେ ହେବ, ତାହା ଏବେ କହି ହେବ ନାହିଁ ।

କରୋନା ଯୋଗୁ ଆଇପିଏଲକୁ କିଛି ଦିନ ତଳେ ସ୍ଥଗିତ ରଖାଯାଇଥିଲା । ମୋଟ ୬୦ଟି ୨୯ ମ୍ୟାଚ୍ ଆୟୋଜିତ ହୋଇଛି । ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଯଦି ଲିଗର ବାକି ମ୍ୟାଚ୍ ନହୁଏ, ତାହେଲେ ବୋର୍ଡକୁ ୨୫୦୦ ଟଙ୍କାର କ୍ଷତି ହେବ ।

ସ୍ପୋର୍ଟ୍ସ ଷ୍ଟାର୍ ସହ ସାକ୍ଷାତକାରରେ ସୌରଭ ଗାଙ୍ଗୁଲି କହିଛନ୍ତି, ୧୪ ଦିନର କ୍ୱାରେଣ୍ଟାଇନ୍ କାରଣରୁ ଖେଳାଳିଙ୍କୁ ଅନେକ ଅସୁବିଧା ହେଉଛି । ଏହାକୁ ସମ୍ଭାଳିବା ମଧ୍ୟ ବହୁତ କଷ୍ଟ । କିନ୍ତୁ ଆଇପିଏଲର ବାକି ମ୍ୟାଚ୍ କେବେ ହେବ, ତାହା ଏବେ କହିବା କଷ୍ଟକର । ତେବେ ଏହି ଟି-୨୦ ଲିଗ୍ ଆୟୋଜନ କରିବା ଦୌଡ଼ରେ ଇଂଲଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ୟୁଏଇ ଦୌଡ଼ରେ ଅଛନ୍ତି । ଆମେ ବର୍ଷେ ଧରି କରୋନା କାରଣରୁ ଚିନ୍ତାରେ ଅଛୁ । ଡିସେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଆମେ ସଂଘର୍ଷ କରୁଛୁ । କେବଳ କ୍ରିକେଟର ନୁହନ୍ତି, ସବୁ ଏହାକୁ ନେଇ ଚିନ୍ତିତ । ଗତ ବର୍ଷ ଆଇପିଏଲକୁ ୟୁଏଇରେ ଆୟୋଜନ କରିବା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା । କରୋନାର ଦ୍ୱିତୀୟ ଲହର କାରଣରୁ ସବୁକିଛି ଖରାପ ହୋଇ ଗଲା । ଏଭଳି ସ୍ଥିତିରେ ବୁଝିବା ଦରକାର ଯେ କ୍ରିକେଟକୁ ଆୟୋଜନ କରିବା କେତେ କଠିନ ।

ଗାଙ୍ଗୁଲି ଆହୁରି କହିଛନ୍ତି, ଆମେ ବାୟୋ ବବଲ୍ ପ୍ରସ୍ତୁତ କରିଥିଲୁ ଏବଂ ସବୁ ନିୟମର ପାଳନ କଲୁ । ଏଥିପାଇଁ ଆମକୁ ସମସ୍ତଙ୍କର ସହଯୋଗ ମଧ୍ୟ ମିଳିଲା । ଡିିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ କରୋନା ମାମଲା କମ୍ ଥିଲା । ଏହି କାରଣରୁ ଆମେ ମହିଳା କ୍ରିକେଟ୍‌, ସୟଦ ମୁସ୍ତାକ ଅଲୀ ଟ୍ରଫି, ବିଜୟ ହଜାରେ ଟ୍ରଫି କରାଇବାରେ ସଫଳ ହେଲୁ । ଆମେ ଜୁନିୟର କ୍ରିକେଟର ଆୟୋଜନ ପାଇଁ ମଧ୍ୟ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହର କାରଣରୁ ଆମ ପାଖରେ ସୁଯୋଗ କମ୍ ଥିଲା । ଏହି କାରଣରୁ ଆମକୁ ଏହି ଟୁର୍ଣ୍ଣାମେଣ୍ଟ ସବୁ ବାତିଲ୍ କରିବାକୁ ପଡ଼ିଲା । ସବୁକିଛି କିପରି ଠିକଠାକ୍ ହୋଇଯିବ, ସେଥି ପାଇଁ ଆମେ ପୂରା ପ୍ରୟାସ କରିଥିଲୁ ବୋଲି ଗାଙ୍ଗୁଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos