Advertisment

ସୁଧୁରୁଛି କ୍ରିକେଟର ଋଷଭ ପନ୍ତଙ୍କ ଅବସ୍ଥା, ପ୍ରଥମଥର ପାଇଁ ଛିଡ଼ା ହେଲେ

ମୁମ୍ବାଇ : ଧିରେ ଧିରେ ସୁଧୁରୁଛି କ୍ରିକେଟର ଋଷଭ ପନ୍ତଙ୍କ ଅବସ୍ଥା।   ଦୁର୍ଘଟଣାର ପ୍ରାୟ ୧୫ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ଉନ୍ନତି। ଦୁର୍ଘଟଣା ପରେ ସେ ପ୍ରଥମ ଥର ସେ ନିଜ ଗୋଡ଼ରେ ଛିଡ଼ା ହୋଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସେ ମୁମ୍ବାଇ ର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ହେଉଥିବା ପରିଲକ୍ଷିତ ହୋଇଛି। ଏବେ ତାଙ୍କୁ ହସ୍ପିଟାଲରେ ୧ସପ୍ତାହ ରହିବାକୁ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ […]

ମୁମ୍ବାଇରେ  ଋଷଭ ପନ୍ତଙ୍କ ଅସ୍ତ୍ରୋପଚାର ସଫଳ

pant

Advertisment

ମୁମ୍ବାଇ : ଧିରେ ଧିରେ ସୁଧୁରୁଛି କ୍ରିକେଟର ଋଷଭ ପନ୍ତଙ୍କ ଅବସ୍ଥା।   ଦୁର୍ଘଟଣାର ପ୍ରାୟ ୧୫ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ଉନ୍ନତି। ଦୁର୍ଘଟଣା ପରେ ସେ ପ୍ରଥମ ଥର ସେ ନିଜ ଗୋଡ଼ରେ ଛିଡ଼ା ହୋଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସେ ମୁମ୍ବାଇ ର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ହେଉଥିବା ପରିଲକ୍ଷିତ ହୋଇଛି। ଏବେ ତାଙ୍କୁ ହସ୍ପିଟାଲରେ ୧ସପ୍ତାହ ରହିବାକୁ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୪ରୁ ୬ମାସ ଲାଗିପାରେ ବୋଲି ଡାକ୍ତର କହିଛନ୍ତି। ଡାହାଣ ଗୋଡର ଆଣ୍ଠୁରେ ଥିବା ଲିଗାମେଣ୍ଟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

Advertisment

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ ତାରିଖରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁରକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପନ୍ତଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଡେରାରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe