Advertisment

ମହିଳା ବିଶ୍ୱକପ : ଭାରତୀୟ ଦଳକୁ ଫେରିଲେ ରେଣୁକା ସିଂହ

ଓପନର ଶେଫାଳୀ ବର୍ମାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଛି। ସେ ଶେଷ ଥର ପାଇଁ ଅକ୍ଟୋବର ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ନଜର ଆସିଥିଲେ।

Renuka singh

Renuka singh

Advertisment

ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ବିଶ୍ୱକପ ସହ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ ପାଇଁ ମଧ୍ୟ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ଦୀର୍ଘ ମାସ ପରେ ଭାରତୀୟ ଟିମକୁ ଦ୍ରୁତ ବୋଲର ରେଣୁକା ସିଂହ କମବ୍ୟାକ କରିଛନ୍ତି।

Advertisment

ଆହତ ସମସ୍ୟା ଯୋଗୁ ଗତ ମାର୍ଚ୍ଚ ମାସରୁ ସେ ଭାରତୀୟ ଦଳରୁ ବାହାରେ ଥିଲେ। ଶେଷଥର ପାଇଁ ତାଙ୍କୁ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥିଲା। ଏବେ ସେ ଫିଟ ହୋଇ ଯାଇଥିବାରୁ ବିଶ୍ୱକପ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସ୍କ୍ୱାଡକୁ ଫେରିଛନ୍ତି।

ତେବେ ଓପନର ଶେଫାଳୀ ବର୍ମାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଛି। ସେ ଶେଷ ଥର ପାଇଁ ଅକ୍ଟୋବର ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ନଜର ଆସିଥିଲେ। ବିଶ୍ୱକପରେ ଭାରତ ପାଇଁ ସ୍ମୃତି ମନ୍ଧାନା ଓ ପ୍ରତିକା ରାୱଲ ଓପନ କରିବେ। ବ୍ୟାକ ଓପନର ଭାବେ ୟାସ୍ତିକା ଭାଟିଆଙ୍କୁ ରଖାଯାଇଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଲରାଉଣ୍ଡର ଅମନଜୋତ କୌରଙ୍କୁ ବିଶ୍ରାମ ଦିଆଯାଇଛି। ସେ ବିଶ୍ୱକପ ସ୍କ୍ୱାଡରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରେ ସାୟାଲି ସତଘାରେଙ୍କୁ ସୁଯୋଗ ଦିଆଯାଇଛି। ସେପ୍ଟମ୍ବର ୩୦ରୁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପ ଆୟୋଜନ କରିବେ। ଆଇସିସି ମହିଳା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ଯାଏ ବିଶ୍ୱକପ ଅନୁଷ୍ଠିତ ହେବ।

ପାକିସ୍ତାନ ମହିଳା ଟିମ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ। ତେଣୁ ପାକିସ୍ତାନ ତା’ର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ। ପୁରୁଷ ଚାମ୍ପିୟନ୍ସ ଟ୍ରଫି ୨୦୨୫ ବେଳେ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିଥିଲା। ତେଣୁ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ନିରେପକ୍ଷ ଭେନ୍ୟୁ ଦୁବାଇରେ ଖେଳିଥିଲା। ଏବେ ମହିଳା ଦିନିକିଆ ବିଶ୍ୱକପ ବେଳେ ପାକିସ୍ତାନ ମହିଳା ଟିମ ଶ୍ରୀଲଙ୍କାରେ ତା’ର ସମସ୍ତ ମ୍ୟାଚ୍‌ ଖେଳିବ।

ଭାରତୀୟ ମହିଳା ଟିମ ତା’ର ବିଶ୍ୱକପ ଅଭିଯାନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ସେପ୍ଟେମ୍ବର ୩୦ରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଅକ୍ଟୋବର ୫ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ଟି କଲମ୍ବୋରେ ଖେଳାଯିବ।

ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ମ୍ୟାଚ୍‌ ଗୁଡ଼ିକ ସେପ୍ଟେମ୍ବର ୧୪, ୧୭ ଓ ୨୦ରେ ଅନୁଷ୍ଠିତ ହେବ। ପ୍ରଥମ ଦୁଇଟି ଦିନିକିଆ ମୁଲ୍ଲାନପୁରରେ ଖେଳାଯିବାକୁ ଥିବା ବେଳେ ଶେଷ ମ୍ୟାଚଟି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜନ ହେବ।

ମହିଳା ଦିନିକିଆ ବିଶ୍ୱକପ ସ୍କ୍ୱାଡ : ହରମନପ୍ରୀତି କୌର( ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ପ୍ରତିକା ରାୱଲ, ହରଲୀନ ଦେୱଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ(ୱିକେଟ କିପର), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚାରିଣୀ, ୟାସ୍ତିକା ଭାଟିଆ ଓ ସ୍ନେହ ରାଣା।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ସ୍କ୍ୱାଡ : ହରମନପ୍ରୀତି କୌର( ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ପ୍ରତିକା ରାୱଲ, ହରଲୀନ ଦେୱଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ(ୱିକେଟ କିପର), କ୍ରାନ୍ତି ଗୌଡ଼, ସାୟାଲି ସତଘରେ, ରାଧା ଯାଦବ, ଶ୍ରୀ ଚାରିଣୀ, ୟାସ୍ତିକା ଭାଟିଆ ଓ ସ୍ନେହ ରାଣା।

ମହିଳା ଦିନିକିଆ ବିଶ୍ୱକପରେ ମୋଟ ୮ଟି ଟିମ ଭାଗ ନେବେ। ସେମାନେ ହେଲେ-ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ।

୨୦୨୨ରେ ନ୍ୟୁଜିଲ୍ୟାଣ୍ତ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା। ଏହି ମେଗା ଇଭେଣ୍ଟର ଫାଇନାଲରେ ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୭ ଥର ମହିଳା ଦିନିକିଆ ବିଶ୍ୱକପ ଜିତିଛି।

Bcci Women Cricketers Women Cricket Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe