Advertisment

ରେଣୁକାଙ୍କୁ ୫ ୱିକେଟ, ଭାରତକୁ ୧୫୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ

କ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ତୃତୀୟ ବିଜୟ ପାଇଁ ଭାରତକୁ ମିଳିଛି ଚ୍ୟାଲେଞ୍ଜିଂ ୧୫୨ ରନର ଟାର୍ଗେଟ

Renuka Singh

Renuka Singh

Advertisment

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ତୃତୀୟ ବିଜୟ ପାଇଁ ଭାରତକୁ ମିଳିଛି ଚ୍ୟାଲେଞ୍ଜିଂ ୧୫୨ ରନର ଟାର୍ଗେଟ। ଭାରତୀୟ ମହିଳା ଦଳର ଦ୍ରୁତ ବୋଲର ରେଣୁକା ଠାକୁର ସିଂହ ଆଜି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦମଦାର ବୋଲିଂ କରିବା ସହ ୫ ୱିକେଟ ଦଖଲ କରିଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରରେ ପ୍ରଥମ ଘଟଣା।

Advertisment

ରେଣୁକାଙ୍କ ୫ ୱିକେଟ ସଫଳତା ସତ୍ତ୍ୱେ ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରି ନେଇଛି। ଇଂଲଣ୍ଡ ପକ୍ଷରୁ ନାଟ ସ୍କିଭର ବ୍ରଣ୍ଟ ୫୦ ରନର ଇନିଂସ ଖେଳିଥିବା ବେଳେ ଆମୀ ଜୋନ୍ସ ୨୭ ବଲରେ ବିସ୍ଫୋରକ ୪୦ ରନ କରିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଓଭରରେ ହିଁ ଡାନି ୱାଟ(୦)ଙ୍କୁ ହରାଇଥିଲା।

ଏହାପରେ ଆଲିସା କାପ୍‌ସେ( ୩) ଆଉଟ ହୋଇଥିଲେ। ଉଭୟଙ୍କ ୱିକେଟ ରେଣୁକା ଠାକୁର ସିଂହ ନେଇଥିଲେ। ସେହିପରି ରେଣୁକା ୧୦ ରନ କରିଥିବା ଶୋଫିଆ ଡଙ୍କଲେଙ୍କୁ ଆଉଟ କରି ଇଂଲଣ୍ଡକୁ ୩ୟ ଝଟକା ଦେଇଥିଲେ। ୨୯ ରନରେ ୩ ୱିକେଟ ହରାଇ ଇଂଲଣ୍ଡ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ହେଲେ ନାଟ ସ୍କିଭର ଓ ଅଧିନାୟକ ହିଦର ନାଇଟ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ଦ୍ରୁତ ଗତିରେ ୫୧ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୧ ଓଭର ସୁଦ୍ଧା ୮୦ ରନରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ଶିକ୍ଷା ପାଣ୍ଡେ ୨୮ ରନ କରିଥିବା ନାଇଟଙ୍କୁ ଆଉଟ କରିଥିଲେ।

Advertisment

ଏହାପରେ କ୍ରିଜ୍‌କୁ ଆସିଥିଲେ ଆମୀ ଜୋନ୍ସ। ସେ ନାଟଙ୍କ ସହ ମିଶି ୫ମ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ। ନାଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରିବା ପୂର୍ବରୁ ଦୀପ୍ତି ଶର୍ମା ତାଙ୍କୁ ଆଉଟ କରି ଦେଇଥିଲେ। ଦଳୀୟ ସ୍କୋର ୧୪୭ ହୋଇଥିବା ବେଳେ ଆମୀ ଜୋନ୍ସ(୪୦) ରେଣୁକାଙ୍କ ୪ର୍ଥ ଶିକାର ବନିଥିଲେ।

ଏହାର ପରବର୍ତ୍ତୀ ବଲରେ ସେ କାଥେରିନ ସ୍କିଭରଙ୍କୁ ଆଉଟ କରିଥିଲେ। ଫଳରେ ଇଂଲଣ୍ଡ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲା। ଅନ୍ୟମାନଙ୍କ ମଧ୍ୟରେ ଶୋଫି ଏକ୍ଲେଷ୍ଟୋନ ଅପରାଜିତ ୧୧ ରନ କରିଛନ୍ତି। ସାରା ଗ୍ଲେନ ଗୋଟିଏ ବଲର ସମ୍ମୁଖୀନ ହୋଇଥିବା ବେଳେ କୌଣସି ରନ କରି ନାହାନ୍ତି।

ଭାରତ ପକ୍ଷରୁ ରେଣୁକା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଶିକ୍ଷା ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

T20 World Cup Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe