ଆଉ ଗୋଟିଏ ସପ୍ତାହ ପରେ ୨୦୨୪ ଆଇପିଏଲ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଡ ରାଡର୍ସ(କେକେଆର) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜାସନ ରୟ। ସେ ଆଇପିଏଲରୁ ଓହରି ଯିବାରୁ କେକେଆର ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି ଫିଲ ସଲ୍ଟକୁ ନିଜ ସହ ସାମିଲ କରିଛି।
ଜାସନ ରୟଙ୍କୁ କେକେଆର ନିଲାମ ବେଳେ ୧.୫୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଥିଲା। କିନ୍ତୁ ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ସେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି କହିଛନ୍ତି। ରୟଙ୍କ ଏପରି ନିଷ୍ପତ୍ତି ପରେ କେକେଆର ସଲ୍ଟଙ୍କୁ କିଣିଛି।
କ୍ରିକେଟ ଅପେକ୍ଷା ସେ କିଛି ସମୟ ପରିବାର ଲୋକଙ୍କ ସହ ବିତାଇବାକୁ ଚାହୁଁଛନ୍ତି। ଏହି କାରଣ ପାଇଁ ରୟ ଆଇପିଏଲରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିବା କହିଛନ୍ତି।
ସେ କହିଛନ୍ତି, “ଅନେକ କିଛି ବିଚାର କରିବା ପରେ ମୁଁ ସବୁଠାରୁ ବଡ଼ ଓ କଠିନ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଆଇପିଏଲ ମୁଁ ମିସ କରିବି। ଜାନୁଆରୀ ମାସ ଠାରୁ ମୁଁ ବାହାରେ ରହିଛି।
ମୁଁ ଏବେ ପରିବାର ଲୋକଙ୍କ ପାଖକୁ ଫେରିବା ଜରୁରୀ। ଆଗକୁ ବ୍ୟସ୍ତବହୁଳ ବର୍ଷ ରହିଛି। ତେଣୁ ଏବେ ମୁଁ ଟିକିଏ ଫ୍ରେଶ ହେବାକୁ ଚାହେଁ। ମୁଁ ପୂରା ଟୁର୍ଣ୍ଣାମେଣ୍ଟରେ ମୋ ବନ୍ଧୁ ଓ କେକେଆର ଖେଳାଳିଙ୍କୁ ସମର୍ଥନ କରିବି। ମୁଁ ସେମାନଙ୍କୁ ଆଇପିଏଲ ପାଇଁ ଶୁଭେଚ୍ଛା ଜଣାଉଛି।”
ରୟଙ୍କ ଏପରି ନିଷ୍ପତ୍ତି ପରେ କେକେଆର ସଲ୍ଟଙ୍କୁ ୧.୫୦ କୋଟି ଟଙ୍କାରେ କିଣିଛି। ନିଲାମ ବେଳେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।