Advertisment

ଆଇପିଏଲ ପୂର୍ବରୁ କେକେଆର ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ଫିଲ୍‌ ସଲ୍ଟଙ୍କୁ ମିଳିଲା ସୁଯୋଗ

ଜାସନ ରୟଙ୍କୁ କେକେଆର ନିଲାମ ବେଳେ ୧.୫୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଥିଲା।

Salt

Salt

Advertisment

ଆଉ ଗୋଟିଏ ସପ୍ତାହ ପରେ ୨୦୨୪ ଆଇପିଏଲ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଡ ରାଡର୍ସ(କେକେଆର) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜାସନ ରୟ। ସେ ଆଇପିଏଲରୁ ଓହରି ଯିବାରୁ କେକେଆର ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି ଫିଲ ସଲ୍ଟକୁ ନିଜ ସହ ସାମିଲ କରିଛି।

Advertisment

ଜାସନ ରୟଙ୍କୁ କେକେଆର ନିଲାମ ବେଳେ ୧.୫୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଥିଲା। କିନ୍ତୁ ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ସେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି କହିଛନ୍ତି। ରୟଙ୍କ ଏପରି ନିଷ୍ପତ୍ତି ପରେ କେକେଆର ସଲ୍ଟଙ୍କୁ କିଣିଛି।

କ୍ରିକେଟ ଅପେକ୍ଷା ସେ କିଛି ସମୟ ପରିବାର ଲୋକଙ୍କ ସହ ବିତାଇବାକୁ ଚାହୁଁଛନ୍ତି। ଏହି କାରଣ ପାଇଁ ରୟ ଆଇପିଏଲରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିବା କହିଛନ୍ତି।

Advertisment

ସେ କହିଛନ୍ତି, “ଅନେକ କିଛି ବିଚାର କରିବା ପରେ ମୁଁ ସବୁଠାରୁ ବଡ଼ ଓ କଠିନ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଆଇପିଏଲ ମୁଁ ମିସ କରିବି। ଜାନୁଆରୀ ମାସ ଠାରୁ ମୁଁ ବାହାରେ ରହିଛି।

ମୁଁ ଏବେ ପରିବାର ଲୋକଙ୍କ ପାଖକୁ ଫେରିବା ଜରୁରୀ। ଆଗକୁ ବ୍ୟସ୍ତବହୁଳ ବର୍ଷ ରହିଛି। ତେଣୁ ଏବେ ମୁଁ ଟିକିଏ ଫ୍ରେଶ ହେବାକୁ ଚାହେଁ। ମୁଁ ପୂରା ଟୁର୍ଣ୍ଣାମେଣ୍ଟରେ ମୋ ବନ୍ଧୁ ଓ କେକେଆର ଖେଳାଳିଙ୍କୁ ସମର୍ଥନ କରିବି। ମୁଁ ସେମାନଙ୍କୁ ଆଇପିଏଲ ପାଇଁ ଶୁଭେଚ୍ଛା ଜଣାଉଛି।”

ରୟଙ୍କ ଏପରି ନିଷ୍ପତ୍ତି ପରେ କେକେଆର ସଲ୍ଟଙ୍କୁ ୧.୫୦ କୋଟି ଟଙ୍କାରେ କିଣିଛି। ନିଲାମ ବେଳେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ।

IPL IPL 2024 KKR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe