Advertisment

ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ଖେଳିବେନି ଶ୍ରେୟସ ଆୟର!

ଆୟରଙ୍କ କିଟ ବ୍ୟାଗ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଯାଇଛି। ତେଣୁ ଆୟର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆଉ ନଜର ଆସିବେ ନାହିଁ। ସମ୍ଭବତଃ ସେ ରିହ୍ୟାବ ପାଇଁ ବେଙ୍ଗାଲୁରୁରେ ଥିବା ଏନସିଏ ଯିବେ।

author-image
Hemant Lenka
shreyas iyer

shreyas iyer

ରାଜକୋଟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ୍‌ ଖେଳି ନ ପାରନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଶ୍ରେୟସ ଆୟର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।

Advertisment

ସେହିପରି ବ୍ୟାଟିଂ କରିବା ବେଳେ ସେ ଜଙ୍ଘ ଅଞ୍ଚଳରେ ସମସ୍ୟା ଅନୁଭବ କରିଥିଲେ। ତେଣୁ ସେ ଇଂଲଣ୍ଡ ବପିକ୍ଷ ଶେଷ ୩ ଟେଷ୍ଟ ଖେଳି ନ ପାରନ୍ତି। ରିପୋର୍ଟରେ କୁହାଯାଇଛି ଖେଳାଳିଙ୍କ କିଟ ବ୍ୟାଗ ମଧ୍ୟ ବିଶାଖାପଟନମରୁ ରୋଜକୋଟକୁ ପଠାଇ ଦିଆଯାଇଛି।

କିନ୍ତୁ ଆୟରଙ୍କ କିଟ ବ୍ୟାଗ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଯାଇଛି। ତେଣୁ ଆୟର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆଉ ନଜର ଆସିବେ ନାହିଁ। ସମ୍ଭବତଃ ସେ ରିହ୍ୟାବ ପାଇଁ ବେଙ୍ଗାଲୁରୁରେ ଥିବା ଏନସିଏ ଯିବେ।

Advertisment

୨୦୨୩ରେ ଆୟର ଅଣ୍ଟା ଅପରେସନ କରିଥିଲେ। ଏଥିପାଇଁ ତାଙ୍କୁ ଆଇପିଏଲର ୨୦୨୩ ସଂସ୍କରଣରେ ଦେଖିବାକୁ ମିଳି ନଥିଲା। ଏଥର ମଧ୍ୟ ଠିକ ଆଇପିଏଲ ପୂର୍ବରୁ ଶ୍ରେୟସ ଆୟର ଆହତ ହୋଇଛନ୍ତି। ତେଣୁ ସେ ଆଇପିଏଲ ଖେଳୁଛନ୍ତି କି ନାହିଁ, ତା’ ଉପା ସମସ୍ତଙ୍କ ନଜର ରହିଛି।

ଏହାପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ସିରିଜରେ ଊଲବ୍ଧ ହେବେ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା। ସେହିପରି ଆହତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ମଧ୍ୟ ୩ୟ ଓ ୪ର୍ଥ ଟେଷ୍ଟରେ ନଜର ଆସିବେ ନାହିଁ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରୁ ରାଜକୋଟରେ ଆରମ୍ଭ ହେବ। 

Shreyas Iyer Test Cricket