Advertisment

ଇଂଲଣ୍ଡ ବିପକ୍ଷରେ ଖେଳିବେନି ବୁମ୍ରା, ସିରାଜ, ଶାମି ଓ ମୟଙ୍କ ଯାଦବ!

ବିସିସିଆଇ ପ୍ରଥମେ କେବଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିବ। ଚାମ୍ପିୟନ୍ସ ଟ୍ରଫି ଓ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ପରବର୍ତ୍ତୀ ସମୟରେ ଖେଳାଳିଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି।

author-image
Hemant Lenka
Eng

Eng

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ନଜର ଆସିବେ ନାହିଁ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଯୁବ ତାରକା ମୟଙ୍କ ଯାଦବ। ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେଉଥିବା ବେଳେ ଆଜି କିମ୍ବା ଆସନ୍ତାକାଲି ବିସିସିଆଇ ସ୍କ୍ୱାଡ ଘୋଷଣା କରିବେ।

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପରାଜୟ ପରେ ଭାରତ କୌଣସି ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇବ। ପ୍ରଥମ ଦୁଇ ଦେଶ ପରସ୍ପର ମଧ୍ୟରେ ୫ଟି ଟି-୨୦ ମ୍ୟାଚ୍‌ ଖେଳିବେ। ଏହାପରେ ୩ଟିକିଆ ଦିନିକିଆ ସିରିଜ ଅନୁଷ୍ଠିତ ହେବ। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଭାରତ ପାଇଁ ଉପଯୁକ୍ତ ଅଭ୍ୟାସ ମ୍ୟାଚ୍‌ ସଦୃଶ ହେବ। ଇଂଲଣ୍ଡ ସିରିଜ ପରେ ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ।

ବିସିସିଆଇ ପ୍ରଥମେ କେବଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିବ। ଚାମ୍ପିୟନ୍ସ ଟ୍ରଫି ଓ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ପରବର୍ତ୍ତୀ ସମୟରେ ଖେଳାଳିଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି।

Advertisment

ଏସବୁ ଭିତରେ ପ୍ରକାଶ ପାଇଥିବା ରିପୋର୍ଟରେ ବଡ଼ ଦାବି କରାଯାଇଛି। ଟି-୨୦ ପାଇଁ ଘୋଷଣା ହେବାକୁ ଥିବା ସ୍କ୍ୱାଡରେ କୌଣସି ଅପ୍ରତ୍ୟାଶିତ ପରିବର୍ତ୍ତନ ହେବ ନାହିଁ। ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସାମିଲ ଥିବା ଅଧିକାଂଶ ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜରେ ନଜର ଆସିବେ। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଭଳି ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜରେ ନଜର ଆସିବେ ନାହିଁ। ଏମାନେ ଅଷ୍ଟ୍ରେଲିଆରେ ଲମ୍ବା ସିରିଜ ଖେଳିଥିବାରୁ ଉଭୟଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଥିବା ମୟଙ୍କ ଯାଦବ ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରେ ନଜର ଆସିବେ ନାହିଁ। କ୍ରମାଗତ ୧୫୦ରୁ ଅଧିକ ସ୍ପିଡରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିବା ମୟଙ୍କ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆହତ ଯୋଗୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ମଧ୍ୟ ଖେଳି ପାରି ନଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ ପଡ଼ିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସେହିପରି ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ପରେ ଟିମ ଇଣ୍ଡିଆରୁ ଆହତ ସମସ୍ୟା ପାଇଁ ବାହାରେ ରହିଥିବା ମହମ୍ମଦ ଶାମିଙ୍କୁ ଟି-୨୦ରେ କୌଣସି ସୁଯୋଗ ମିଳିବ ନାହିଁ। କିନ୍ତୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସାମିଲ କରାଯିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଅର୍ଶଦୀପ ସିଂହ ଭାରତୀୟ ଟିମର ଦ୍ରୁତ ବୋଲିଂ ବାହିନୀର କମାଣ ସମ୍ଭାଳିବେ। ତାଙ୍କ ସହ ଆବେଶ ଖାନ, ମୁକେଶ କୁମାର ଓ ଖଲୀଲ ଅହମଦଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିପାରେ। ନୀତୀଶ କୁମାର ରେଡ୍ଡୀଙ୍କୁ ମଧ୍ୟ ଟି-୨୦ ସ୍କ୍ୱାଡରେ ରଖାଯାଇ ପାରେ। 

Bcci India Vs England Jasprit Bumrah