/odisha-reporter/media/post_attachments/uploadimage/library/16_9/16_9_0/IMAGE_1676220571.jpg)
Women's T20 World
ଜେମିମା ରୋଡ୍ରିଗ୍ସ ଏବଂ ରିଚା ଘୋଷଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍ ୭ ଉଇକେଟରେ ପାକିସ୍ତାନ ମହିଳା ଟିମକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍ରେ ରବିବାର ପାକିସ୍ତାନକୁ ଭାରତ ୭ ଉଇକେଟ୍ରେ ପରାସ୍ତ କରିଛି। କେପ୍ଟାଉନ୍ର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନିର୍ଦ୍ଧାରିତ ୨୦ଓଭରରେ ପାକିସ୍ତନାନ ୧୪୯ରନ୍ ସ୍କୋର କରିଥିଲା। ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ।
ଆୟେସା ନସୀମ ଅପରାଜିତ ୪୩ ରନ୍ କରିଥିଲେ। ସେହିପରି ସିଦ୍ରା ଅମୀନଙ୍କ ୧୧ ରନ୍ କରିଥିଲେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ତରଫରୁ ଦୀପ୍ତି ଶର୍ମା ପ୍ରଥମ ଉଇକେଟ୍ ନେଇଥିଲେ। ସେ ଜାଭିରା ଖାନ୍(୮ରନ୍)ଙ୍କୁ ଆଉଟ୍ କରିଥିଲେ। ଜାଭିରା ଖାନ୍ ୬ଟି ବଲ୍ ଖେଳି ୮ ରନ୍ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ମୁନିବା ଅଲୀ(୧୨ ରନ୍)ଙ୍କୁ ରାଧା ଯାଦବ ଆଉଟ୍ କରିଥିଲେ। ପୂରା ପାଳିରେ ରାଧା ଯାଦବ ୪ ଓଭର ବୋଲିଂ କରି ୨୧ ରନ୍ ଖର୍ଚ୍ଚ କରିଥିଲେ ଏବଂ ୨ଟି ଉଇକେଟ୍ ନେଇଥିଲେ। ସେହିପରି ପୂଜା ବସ୍ତ୍ରାକରଙ୍କୁ ଗୋଟିଏ ଉଇକେଟ ମିଳିଥିଲା।
ତେବେ ୧୫୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୧୭ ରନ୍, ସେଫାଲି ବର୍ମା ୩୩ ରନ୍ ଓ ଅଧିନାୟିକା ହରମନପ୍ରୀତ କୌର ୧୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ୯୩ ରନ୍ ବେଳକୁ ଭାରତ ୩ଟି ଉଇକେଟ୍ ହରାଇ ସାରିଥିଲା। ତେବେ ଜେମିମା ଓ ରିଚା ଘୋଷ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଭାରତକୁ ଜିତାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
