Advertisment

ରିଚା ଘୋଷ ଓ ମେଘନାଙ୍କ ଦମଦାର ବ୍ୟାଟିଂ, ୟୁପିକୁ ମିଳିଲା ୧୫୮ ରନର ଟାର୍ଗେଟ

ରିଚାଙ୍କ ୩୭ ବଲରେ ୬୨ ଓ ମେଘନାଙ୍କ ୪୪ ବଲରେ ୫୩ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୭ ରନ କରିଛି।

WPL

WPL

Advertisment

ମହିଳା ପ୍ରିମିୟର ଲିଗ ବା WPLର ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଦମଦାର ବ୍ୟାଟିଂ କରିଛନ୍ତି ରିଚା ଘୋଷ ଓ ଏସ୍‌ ମେଘନା।

Advertisment

ରିଚାଙ୍କ ୩୭ ବଲରେ ୬୨ ଓ ମେଘନାଙ୍କ ୪୪ ବଲରେ ୫୩ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୭ ରନ କରିଛି। ଫଳରେ ୟୁପି ୱାରିୟର୍ସକୁ ମ୍ୟାଚ୍‌ ଜିତିବା ପାଇଁ ୧୫୮ ରନର ଟାର୍ଗେଟ ମିଳିଛି।

ବେଙ୍ଗାଲୁରୁରେ ଖେଳା ଯାଉଥିବା ମ୍ୟାଚ୍‌ରେ ୟୁପି ଅଧିନାୟକ ଆଲିସ ହେଲି ଟସ ଜିତି ପ୍ରଥମେ ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଆରମ୍ଭରୁ ଦଳ ସୋଫି ଡିଭାଇନ(୧) ଓ ସ୍ମୃତି ମନ୍ଧାନା(୧୩)ଙ୍କୁ ହରାଇଥିଲା।

Advertisment

ଷ୍ଟାର ବ୍ୟାଟର ଏସିଲ ପେରୀ ମଧ୍ୟ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ମେଘନା ଓ ରିଚା ସ୍ଥିତି ସମ୍ଭାଳିବା ସହ କାଉଣ୍ଟର ଆଟାକ କରିଥିଲେ। ବିଶେଷ କରି ରିଚାଙ୍କ ବ୍ୟାଟରୁ ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା।

ମେଘନା ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ରାଜେଶ୍ୱରୀ ଗାଏକ୍ୱାଡ ଆଉଟ କରି ଦେଇଥିଲେ। ୪୪ ବଲରେ ୫୩ ରନର ଇନିଂସ ଖେଳିଥିବା ମେଘନା ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ମେଘନା ଆଉଟ ହୋଇଥିଲେ ମଧ୍ୟ ରିଚା ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ।

ସେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ତମ ଓଭରରେ ସେ ଦୀପ୍ତି ଶର୍ମାଙ୍କୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରି ଶେଷରେ ଆଉଟ ହୋଇଥିଲେ। ୩୭ ବଲରେ ୬୨ ରନ କରିଥିବା ରିଚା ୧୨ଟି ଚୌକା ମାରିଛନ୍ତି।

ଶେଷ ଭାଗରେ ଶ୍ରୀୟଙ୍କା ପାଟିଲ ୪ ବଲରେ ୮ ଓ ସୋଫି ମୋଲିନକ୍ସ ୯ ବଲରେ ୯ ରନ କରିବାରୁ ଆରସିବି ୧୫୭ ରନରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଏବେ ୟୁପିକୁ ମ୍ୟାଚ୍‌ ଜିତିବା ପାଇଁ ୧୫୮ ରନ କରିବାକୁ ପଡ଼ିବ।

ୟୁପି ପକ୍ଷରୁ ଗାଏକ୍ୱାଡ ୨ଟି ୱିକେଟ ନେଇଥିବା ବେଳେ ଗ୍ରେସ ହ୍ୟାରିସ, ତହଲିଆ ମ୍ୟାଗ୍ରା, ସୋଫି ଏସଲେଷ୍ଟୋନ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

WPL Women Cricket Richa Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe